କକ୍ରୋଚ ବେଶରେ କୋର୍ଟରେ ପହଞ୍ଚିଲେ ସସପେଣ୍ଡ କର୍ମଚାରୀ
ଜିତେନ୍ଦ୍ରଙ୍କ ଆରୋପ, ଫେବୃଆରୀ ୧୨, ୨୦୨୪ରେ ସେ ଜଣେ ମାଫିଆଙ୍କ ବିରୁଦ୍ଧରେ ଏତଲା କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଜୁଲାଇ ୯ରେ ଝିଅକୁ ସାମ୍ନାରେ ରଖି ଯୌନ ଉତ୍ପୀଡ଼ନର ମିଛ ମାମଲା କରିଥିଲେ।
P
By Pradeep Kumar NayakPublished: Jun 9, 2026, 05:50 PM •1 min read •1 Views

ଆଗ୍ରାରେ କକ୍ରୋଚ ବେଶରେ କୋର୍ଟରେ ପହଞ୍ଚିଲେ ନିଲମ୍ୱିତ ଅଗ୍ନିଶମ କର୍ମଚାରୀ ଜିତେନ୍ଦ୍ର ରାଠୋର। ତେବେ କାହିଁକି କକ୍ରୋଚ ବେଶରେ ଗଲା ଜିତେନ୍ଦ୍ର। ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀ ୨୦୨୪ରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଥିଲେ। ସେତେବେଳେ ଜିତେନ୍ଦ୍ର ମହାରାଜଗଞ୍ଜ ଜିଲ୍ଲାରେ ମୁତୟନ ଥିଲେ। ମକଦ୍ଦମା ରୁଜୁ ପରେ ତାଙ୍କୁ ସସପେଣ୍ଡ କରାଯାଇଥିଲା। ଆଉ ଏବେ ମାମଲା ଦେଓ୍ୱାନୀ ଅଦାଲତରେ ବିଚାରାଧୀନ ଅଛି। ଜିତେନ୍ଦ୍ର କକ୍ରୋଚ ବେଶ ଧାରଣ କରି ଶୁଣାଣୀ ତାରିଖରେ କୋର୍ଟରେ ପହଞ୍ଚିଥିଲେ। ଆଣ୍ଠୁ ମାଡ଼ି ଯାଇ କୋର୍ଟ ଗେଟ ପାଖରେ ପହଞ୍ଚିଥିଲେ। ହେଲେ ସୁରକ୍ଷାକର୍ମୀ ତାଙ୍କୁ ଛାଡ଼ିନଥିଲେ। ଏହାକୁ ବିରୋଧ କରି ଜିତେନ୍ଦ୍ର ଧାରଣା ଦେଇଥିଲେ। ଜିତେନ୍ଦ୍ରଙ୍କ ଆରୋପ, ଫେବୃଆରୀ ୧୨, ୨୦୨୪ରେ ସେ ଜଣେ ମାଫିଆଙ୍କ ବିରୁଦ୍ଧରେ ଏତଲା କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଜୁଲାଇ ୯ରେ ଝିଅକୁ ସାମ୍ନାରେ ରଖି ଯୌନ ଉତ୍ପୀଡ଼ନର ମିଛ ମାମଲା କରିଥିଲେ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
