ଜଗତସିଂହପୁରରେ ସୁପରମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଛାରଖାର
ଜଗତସିଂହପୁର ସହରର ସେଣ୍ଟ୍ରାଲ ମାର୍କେଟ୍ରେ ଥିବା 'ମୋର' ସୁପରମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ଛାରଖାର ହୋଇଯାଇଛି।
N
By Namita PattanaikPublished: Jul 24, 2026, 12:29 PM •1 min read •12 Views
ଜଗତସିଂହପୁର: ଜଗତସିଂହପୁର ସହରର ସେଣ୍ଟ୍ରାଲ ମାର୍କେଟ୍ରେ ଥିବା 'ମୋର' ସୁପରମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ଛାରଖାର ହୋଇଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ ଏତେ ଭୟାବହ ଥିଲା ଯେ ସମଗ୍ର ଅଞ୍ଚଳ ଘନ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ସୁପରମାର୍କେଟ୍ରେ ଥିବା ବିପୁଳ ପରିମାଣର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିପୋଡ଼ି ଯାଇଥିବା ବେଳେ କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...

