L&T Stolen Materials:ଏଲଆଣ୍ଡଟି କମ୍ପାନୀରୁ ଚୋରି, ସାମଗ୍ରୀ ସହ ଜଣେ ଗିରଫ
ଏଲଆଣ୍ଡଟି କମ୍ପାନୀରୁ ଲୁହା ପାଇପ, ରଡ୍ ସମେତ ବିଭିନ୍ନ ସାମଗ୍ରୀ ଚୋରି ଅଭିଯୋଗରେ ରାଜକନିକା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାଜକନିକା ଥାନା ଅଧୀନ ମଲିସାହାରା ଗାଁର ଫକୀର ଖାଁଙ୍କ ପୁଅ ସାମସୁଦିନ ଖାଁ। ପୁଲିସ ତାଙ୍କ ଘର ଛାତ ଉପରେ ରଖାଯାଇଥିବା ଚୋରି ସାମଗ୍ରୀକୁ ଜବତ କରିଛି।

ଏଲଆଣ୍ଡଟି କମ୍ପାନୀରୁ ଲୁହା ପାଇପ, ରଡ୍ ସମେତ ବିଭିନ୍ନ ସାମଗ୍ରୀ ଚୋରି ଅଭିଯୋଗରେ ରାଜକନିକା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାଜକନିକା ଥାନା ଅଧୀନ ମଲିସାହାରା ଗାଁର ଫକୀର ଖାଁଙ୍କ ପୁଅ ସାମସୁଦିନ ଖାଁ। ପୁଲିସ ତାଙ୍କ ଘର ଛାତ ଉପରେ ରଖାଯାଇଥିବା ଚୋରି ସାମଗ୍ରୀକୁ ଜବତ କରିଛି।ସୂଚନା ଅନୁସାରେ, ଏଲଆଣ୍ଡଟି କମ୍ପାନୀ ପକ୍ଷରୁ ରାଜକନିକା ଅଞ୍ଚଳର ନନ୍ଦୀମାହାରା ନିକଟରେ ଦୀର୍ଘ ଦିନ ଧରି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କାମ ଚାଲିଛି। ଏହି ନିର୍ମାଣସ୍ଥଳରୁ ଦୀର୍ଘ ଦିନ ଧରି ଲୁହା ପାଇପ ସମେତ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଚୋରି ହେଉଥିବା କମ୍ପାନୀ ପକ୍ଷରୁ ଜଣାପଡ଼ିଥିଲା। ଏନେଇ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ପ୍ରଦୀପ ନାୟକ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ରାଜକନିକା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ପୁଲିସକୁ ବିଶେଷ ସୂତ୍ରରୁ ଚୋରି ସାମଗ୍ରୀ ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଆଜି ଭୋର ସମୟରେ ମଲିସାହାରା ଗାଁରେ ଚଢ଼ାଉ କରି ସାମସୁଦିନ ଖାଁଙ୍କୁ ଧରିଥିଲା।ତାଙ୍କ ଘର ଛାତ ଉପରେ ରଖାଯାଇଥିବା ଲୁହା ପାଇପ, ରଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଜବତ କରିଛି। ଏହି ଚୋରି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ରାଜକନିକା ଥାନା ପୁଲିସ ତଦନ୍ତ ଜାରି ରଖିଛି। ଗିରଫ ସାମସୁଦିନଙ୍କୁ ଡାକ୍ତରୀ ମଇନା ପରେ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
