ଫିଫା ବିଶ୍ୱକପରେ କାହିଁକି କାନ୍ଦିଲେ ଷ୍ଟାର ଫୁଟବଲର?
ଲଗାତାର ଫିଟନେସ ସମସ୍ୟା ସହ ଜୁଝୁଥିଲେ। ତାଙ୍କର ପ୍ରତ୍ୟାବର୍ତ୍ତନକୁ ନେଇ ଅନେକ ଆଶା ଥିଲା। କିନ୍ତୁ ଆଘାତ ବି ପିଛା ଛାଡ଼ୁନଥିଲା। ବ୍ରାଜିଲ କୋଚ୍ କାର୍ଲୋ ଆନସିଲୋଟ ସ୍କଟଲ୍ୟାଣ୍ଡ ବିରୁଦ୍ଧରେ ୭୬ ମିନିଟରେ ମୈଥିୟସ କୁହାଙ୍କ ଜାଗାରେ ନେମାରଙ୍କୁ ମୈଦାନକୁ ଛାଡ଼ିଥିଲେ।୯୮୧ ଦିନ ପରେ ଜାତୀୟ ଟିମକୁ ପ୍ରତ୍ୟାବର୍ତ୍ତନ

କାନ୍ଦିଲେ ବ୍ରାଜିଲର ଷ୍ଟାର ଫୁଟବଲ ନେମାର। ଫିଫା ବିଶ୍ୱକପରେ ନେମାର ହେଲେ ଭାବବିହ୍ୱଳ। ୯୮୧ ଦିନ ପରେ ଜାତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ନେମାର। ସ୍କଟଲ୍ୟାଣ୍ଡ ବିରୁଦ୍ଧରେ ଫିଫା ବିଶ୍ୱକପ୍ ୨୦୨୬ ଲଢେଇରେ ତାଙ୍କୁ ୭୬ତମ ମିନିଟରେ ମୈଦାନକୁ ଓହ୍ଲାଯାଇଥିଲା। ଏ ମ୍ୟାଚରେ ବ୍ରାଜିଲ୍ ୩-୦ ଗୋଲରେ ଜିତିଲା। ଆଉ ଗ୍ରୁପ-ସି ଟପରେ ରହି ନକଆଉଟରେ ଜାଗା ପକ୍କା କଲେ। ମ୍ୟାଚ ପରେ ନେମାରଙ୍କ ଆଖିରୁ ଲୁହ ବାହାରି ପଡ଼ିଥିଲା। ୩୪ ବର୍ଷୀୟ ନେମାର ଶେଷ ଥର ଅକ୍ଟୋବର ୧୭, ୨୦୨୩ରେ ଉରୁଗୁଏ ବିରୁଦ୍ଧରେ ବିଶ୍ୱକପ୍ କ୍ୱାଲିଫାଏରରେ ବ୍ରାଜିଲ ପାଇଁ ମ୍ୟାଚ୍ ଖେଳିଥିଲେ। ସେ ମ୍ୟାଚରେ ତାଙ୍କ ବାମ ଆଣ୍ଠୁ ଏସିଏଲ ଓ ମେନିସ୍କସ ଫ୍ୟାକଚର ହୋଇଯାଇଥିଲା। ଏହି ଆଘାତ ତାଙ୍କ କ୍ୟାରିଅରର ସବୁଠୁ ବଡ଼ ପରୀକ୍ଷାର ବେଳ ସାଜିଲା। ଏହାକୁ ନେଇ ନେମାର ଲମ୍ୱାସମୟ ଧରି ମୈଦାନରୁ ବାହାରେ ରହିଲେ। ଆଉ ଲଗାତାର ଫିଟନେସ ସମସ୍ୟା ସହ ଜୁଝୁଥିଲେ। ତାଙ୍କର ପ୍ରତ୍ୟାବର୍ତ୍ତନକୁ ନେଇ ଅନେକ ଆଶା ଥିଲା। କିନ୍ତୁ ଆଘାତ ବି ପିଛା ଛାଡ଼ୁନଥିଲା। ବ୍ରାଜିଲ କୋଚ୍ କାର୍ଲୋ ଆନସିଲୋଟ ସ୍କଟଲ୍ୟାଣ୍ଡ ବିରୁଦ୍ଧରେ ୭୬ ମିନିଟରେ ମୈଥିୟସ କୁହାଙ୍କ ଜାଗାରେ ନେମାରଙ୍କୁ ମୈଦାନକୁ ଛାଡ଼ିଥିଲେ। ନେମାର ମୈଦାନକୁ ଓହ୍ଲାଇବା ମାତ୍ରେ ଷ୍ଟାଡିଅମରେ ଥିବା ତାଙ୍କର ହଜାର ହଜାର ଫ୍ୟାନ୍ସ ଛିଡ଼ା ହୋଇ ତାଳିମାରି ତାଙ୍କୁ ସ୍ୱାଗତ କରିଥିଲେ। ଏହି ମୁକାବିଲା ସହ ନେମାର ନିଜ କ୍ୟାରିଅରର ଚତୁର୍ଥ ଫିଫା ବିଶ୍ୱକପରେ ବ୍ରାଜିଲର ପ୍ରତିନିଧିତ୍ୱ କରିଥିବା ଖେଳାଳୀ ତାଲିକାରେ ସାମିଲ୍ ହୋଇଗଲେ। ଅବଶ୍ୟ ଖେଳିବାକୁ ଅଧିକ ସମୟ ମିଳିନଥିଲା। ସେ ଗୋଲ୍ ବି କରିପାରିନଥିଲେ। କିନ୍ତୁ ତାଙ୍କ ଉପସ୍ଥିତି ବ୍ରାଜିଲିଆନ କ୍ୟାମ୍ପରେ କୌଣସି ଜିତରୁ ବି କିଛି କମ୍ ପରିବେଶ ନଥିଲା। ମ୍ୟାଚ ସରିବା ପରେ ଷ୍ଟାଡିଅମରେ ଥିବା ଦର୍ଶକଙ୍କୁ ସେ ଅଭିବାଦନ କରିଥିଲେ। ଆଉ ଏତିକିବେଳେ କାନ୍ଦି ପକାଇଥିଲେ। ACL ଆଘାତ ସେତେବେଳେ ଲାଗିଥିଲା, ଯେତେବେଳେ ସେ ସାଉଦି କ୍ଲବ ଅଲ-ହିଲାଲ ପାଇଁ ଖେଳୁଥିଲେ। ଆଘାତ କାରଣରୁ ୧୮ ମାସ ଭିତରେ ମାତ୍ର ୭ଟି ମ୍ୟାଚ୍ ଖେଳିପାରିଥିଲେ। ଲଗାତାର ଫିଟନେସ ସମସ୍ୟା ସହ ଲଢ଼ୁଥିବା ବେଳେ ଜାନୁଆରୀ ୨୦୨୫ରେ ଅଲ-ହିଲାଲ ତାଙ୍କର କଣ୍ଟ୍ରାକ୍ଟ ସମାପ୍ତ କରିଦେଲା। ଏହା ପରେ ସେ ନିଜର ପିଲାବେଳର କ୍ଲବ ସାଣ୍ଟୋସ- ଏଫସିକୁ ଫେରିଥିଲେ। ସାଣ୍ଟୋସକୁ ଫେରିବା ପରେ ନେମାର ୪୩ ମ୍ୟାଚରେ ୧୭ ଗୋଲ୍ କରିଥିଲେ। କିନ୍ତୁ ଆଘାତଜନିତ ସମସ୍ୟା ଲାଗିରହିଥିଲା। ସାଣ୍ଟୋସ ବି ବ୍ରାଜିଲିଆନ ଲିଗରେ ତଳ ଆଡ଼ୁ ଟିମରେ ସାମିଲ୍ ହୋଇଥିଲା। ବଡ଼କଥା ହେଲା ନେମାରଙ୍କୁ ବିଶ୍ୱକପରେ ସାମିଲ କରିବାକୁ ଜୋଆଓ ପେଡ୍ରୋଙ୍କ ଭଳି ଯୁବ ଓ ଦମଦାର ଫର୍ମରେ ଥିବା ଖେଳାଳୀଙ୍କୁ ବାହାରେ ରଖାଗଲା। ଚେଲସି ଫରଓ୍ୱାର୍ଡ ଜୋଆଓ ପେଡ୍ରୋ ୨୦୨୫-୨୬ ସିଜିନରେ ସେ ଦମଦାର ପ୍ରଦର୍ଶନ କରିଥିଲେ।
