ସୃଷ୍ଟି କିରଣଙ୍କ ବିଶ୍ୱ ନମ୍ୱର ଓ୍ୱାନ ରାକିଂକୁ ନେଇ ବିବାଦ!
ITF ତ ଅଲଗା ଭାବେ Under-13 ବିଶ୍ୱ ରାକିଂ ପ୍ରକାଶ କରେ ନାହିଁ। ସେମାନଙ୍କ ମତ ଅନୁସାରେ, ସୃଷ୍ଟିଙ୍କୁ “ITF Junior World No.1” କହିବା ଠିକ୍ ନୁହେଁ।

U-13 ଟେନିସ ରାକିଂରେ ଓ୍ୱାର୍ଲଡ ନମ୍ୱର ଓ୍ୱାନ ହେଲେ ସୃଷ୍ଟି କିରନ। ବେଙ୍ଗାଲୁରୁର କିରନ ରଚିଲେ କୀର୍ତ୍ତି। ଇଣ୍ଟରନାସନାଲ ଜୁନିୟର ସର୍କିଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ସୃଷ୍ଟି। ୧୩ ବର୍ଷ ବୟସରେ ଆଇଟିଏଫ ଜୁନିଅର ରାଂକରେ ସେ ୩୫୭ ନମ୍ୱରରେ ଅଛନ୍ତି। କୌଣସି ଖେଳାଳୀ ୧୩ ବର୍ଷ ବୟସରେ ଏହି ରାଂକ ହାସଲ କରିନଥିଲେ। ଭାରତର ଏହି ଯୁବ ଟେନିସ୍ ତାରକା ବିଶ୍ୱ ଟେନିସ୍ ମଞ୍ଚରେ ନୂଆ ଇତିହାସ ରଚିଛନ୍ତି। ସୃଷ୍ଟି କିରଣ ଗତ କିଛି ମାସ ଧରି ଅସାଧାରଣ ପ୍ରଦର୍ଶନ କରି ଲଗାତାର ପାଞ୍ଚଟି ITF ଜୁନିୟର ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଏହା ସହ ଗୁଏଟେମାଲାରେ ଆୟୋଜିତ ITF J100 ଟୁର୍ଣ୍ଣାମେଣ୍ଟରେ ରନର୍-ଅପ୍ ହୋଇ ସେ ରାକିଂର ଶୀର୍ଷ ସ୍ଥାନକୁ ପହଞ୍ଚିଛନ୍ତି। ୨୦୨୬ ଜାନୁଆରୀରେ ମେକ୍ସିକୋର ITF J30 ଟୁର୍ଣ୍ଣାମେଣ୍ଟରେ ସେ ଚତୁର୍ଥ କ୍ରମାଗତ ସିଙ୍ଗଲ୍ସ ଟାଇଟଲ୍ ଜିତିଥିଲେ। ସେହି ସମୟରେ ତାଙ୍କର 21 ମ୍ୟାଚ୍ର ବିଜୟ ଧାରା ମଧ୍ୟ ଚର୍ଚ୍ଚାରେ ଥିଲା। କର୍ଣ୍ଣାଟକ ଷ୍ଟେଟ୍ ଲନ୍ ଟେନିସ୍ ଆସୋସିଏସନରେ ପ୍ରଶିକ୍ଷଣ ନେଉଥିବା ସୃଷ୍ଟି ୨୦୨୩ରେ ଭାରତ ପାଇଁ ATF ଅଣ୍ଡର-12 ଟିମ୍ ଚ୍ୟାମ୍ପିଅନ୍ସିପ୍ରେ ଅପରାଜିତ ରହି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏବେ ବିଶ୍ୱ ନମ୍ୱର-1 ହୋଇ ସେ ଭାରତୀୟ ମହିଳା ଟେନିସ୍ର ଭବିଷ୍ୟତ ତାରକା ଭାବେ ଉଭା ହୋଇଛନ୍ତି। ସୃଷ୍ଟି କିରଣଙ୍କୁ ନେଇ ଯେଉଁ ରାକିଂ ବିବାଦ କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି, ତାହାର ମୂଳ କାରଣ ହେଉଛି ସେ ପ୍ରକୃତରେ ITF Junior Rankings ର ସମ୍ପୂର୍ଣ୍ଣ ବିଶ୍ୱ ନମ୍ୱର-1 ନୁହେଁ, ବରଂ Under-13 ବୟସ ବର୍ଗରେ ସବୁଠାରୁ ଉଚ୍ଚ ITF Junior Ranking ଥିବା ଖେଳାଳି। ITF ଅଧିକୃତ ରାକିଂରେ ସୃଷ୍ଟିଙ୍କ ସ୍ଥାନ ୩୫୭ ରହିଛି। କିଛି ଖବର “World No.1 Under-13” ବୋଲି ଶୀର୍ଷକ ଦେବା ପରେ କିଛି ଟେନିସ୍ ପ୍ରେମୀ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ITF ତ ଅଲଗା ଭାବେ Under-13 ବିଶ୍ୱ ରାକିଂ ପ୍ରକାଶ କରେ ନାହିଁ। ସେମାନଙ୍କ ମତ ଅନୁସାରେ, ସୃଷ୍ଟିଙ୍କୁ “ITF Junior World No.1” କହିବା ଠିକ୍ ନୁହେଁ। ତେବେ କିଛି ନ୍ୟୁଜ ଏଜେନ୍ସି ସ୍ପଷ୍ଟ କରିଛନ୍ତି ଯେ ସୃଷ୍ଟି କିରଣ 13 ବର୍ଷରୁ କମ୍ ବୟସର ଖେଳାଳିମାନଙ୍କ ମଧ୍ୟରେ ସର୍ବାଧିକ ITF Junior Ranking ହାସଲ କରିଛନ୍ତି। ସେ ପାଞ୍ଚଟି କ୍ରମାଗତ ITF ଜୁନିୟର ଟାଇଟଲ୍ ଜିତି ଏହି ସ୍ଥାନକୁ ପହଞ୍ଚିଛନ୍ତି। ଏଭଳି ସ୍ଥିତିରେ ବିବାଦଟି ମୂଳତଃ “World No.1” ଶବ୍ଦର ବ୍ୟାଖ୍ୟାକୁ ନେଇ, ତାଙ୍କ ସଫଳତାକୁ ନୁହେଁ। ସୃଷ୍ଟିଙ୍କ ଉପଲବ୍ଧି ନିର୍ବିବାଦ ଭାବେ ବଡ଼ ସଫଳତା, କିନ୍ତୁ ଅଧିକୃତ ଭାବେ ସେ ITF Junior Ranking No.୩୫୭ ଥିବା ସତ୍ତ୍ୱେ Under-13 ବୟସ ବର୍ଗର ସର୍ବୋଚ୍ଚ ରାଙ୍କଧାରୀ ଖେଳାଳି ବୋଲି କୁହାଯାଏ।
