ଦ୍ରୁତଗାମୀ କଣ୍ଟେନର ଚାପାରେ ୨ ଡ୍ରାଇଭ ମୃତ
କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ-୨୬ରେ କେସିଙ୍ଗା ନିକଟସ୍ଥ ଖଜୁରିପଡା ରାସ୍ତା କଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ କଣ୍ଟେନର ଦୁଇ ଜଣ ଡ୍ରାଇଭରଙ୍କୁ ଚାପି ଦେଇଥିବାରୁ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି
B
By BHAKTILATA BARALPublished: Jun 10, 2026, 01:32 PM •1 min read •0 Views
କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ-୨୬ରେ କେସିଙ୍ଗା ନିକଟସ୍ଥ ଖଜୁରିପଡା ରାସ୍ତା କଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ କଣ୍ଟେନର ଦୁଇ ଜଣ ଡ୍ରାଇଭରଙ୍କୁ ଚାପି ଦେଇଥିବାରୁ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ମୃତ ଦୁଇ ଡ୍ରାଇଭର ଧାନ ବୋଝେଇ ଟ୍ରକ ନେଇ ରାସ୍ତା କଡରେ ଛିଡ଼ା ହୋଇଥିଲେ। ସେହି ସମୟରେ ଏକ ଦ୍ରୁତଗାମୀ କଣ୍ଟେନର ନିୟନ୍ତ୍ରଣ ହରାଇ ସେମାନଙ୍କୁ ଧକ୍କା ଦେଇ ଦୂରକୁ ଘୋଷାଡ଼ି ନେଇଥିଲା। ଫଳରେ ଦୁଇ ଜଣଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲା। ଘଟଣା ପରେ କଣ୍ଟେନର ଚାଳକ ଗାଡ଼ି ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତ ଦୁଇ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଏବଂ ଫେରାର କଣ୍ଟେନରକୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଲିଥିବା ସୂଚନା ମିଳିଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
