ଫ୍ରାନ୍ସକୁ ହରାଇ ଫାଇନାଲରେ ସ୍ପେନ- ସରିନି ଏମ୍ୱାପ୍ପେଙ୍କ ଗୋଲଡେନ ବୁଟ୍ ସ୍ୱପ୍ନ
ଫ୍ରାନ୍ସ ସିନା ବିଶ୍ୱକପରୁ ବିଦା ହୋଇସାରିଛି। କିନ୍ତୁ କିଲିୟମ ଏମ୍ୱାପ୍ପେଙ୍କ ଗୋଲଡେୱନ ବୁଟ୍ ଜିତିବାର ଆଶା ଏବେ ବି ଉଜ୍ଜିବୀତ ରହିଛି। ଏହି ବିଜୟ ସହ ସ୍ପେନ୍ ଚଳିତ ବିଶ୍ୱକପ୍ରେ ୭ଟି ମ୍ୟାଚ୍ ମଧ୍ୟରୁ ଷଷ୍ଠ ଥର ପାଇଁ କ୍ଲିନ୍ ସିଟ୍ ବଜାୟ ରଖିଛି, ଯାହା ଦଳର ଶକ୍ତିଶାଳୀ ରକ୍ଷଣଭାଗର ପ୍ରମାଣ। ଅର୍ଥାତ୍ ସ୍ପେନକୁ କୌଣସି ପ୍ରତିପକ୍ଷ ଟିମ୍ ଗୋଲ ଦେଇପାରିନାହାନ୍ତି।

୧୬ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ସ୍ପେନ୍। ଆର୍ଲିଙ୍ଗଟନର ଡାଲାସ ଷ୍ଟାଡିୟମରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ସେମିଫାଇନାଲରେ ସ୍ପେନ୍ ୨-୦ ଗୋଲରେ ଫ୍ରାନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍ରେ ସ୍ପେନ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୃଙ୍ଖଳିତ ଓ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଫ୍ରାନ୍ସର ଷ୍ଟାର ଖେଳାଳିମାନଙ୍କୁ ନିୟନ୍ତ୍ରଣରେ ରଖିଥିଲା। ଏହି ବିଜୟ ସହ ସ୍ପେନ୍ ବିଶ୍ୱକପ୍ ଟ୍ରଫିଠାରୁ ମାତ୍ର ଗୋଟିଏ ପଦକ୍ଷେପ ଦୂରରେ ରହିଛି। ମ୍ୟାଚ୍ର ୨୨ତମ ମିନିଟରେ ଯୁବ ତାରକା ଲାମିନ୍ ୟାମାଲ୍ଙ୍କ ଉପରେ ଫାଉଲ୍ ହେବା ପରେ ସ୍ପେନ୍ ପେନାଲ୍ଟି ପାଇଥିଲା। ଏହାକୁ ମିକେଲ୍ ଓୟାର୍ଜାବାଲ୍ ସଫଳତାର ସହ ଗୋଲରେ ପରିଣତ କରି ସ୍ପେନ୍କୁ ୧-୦ରେ ଆଗୁଆ କରାଇଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ସମାନତା ଫେରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ପେନ୍ର ଦୃଢ଼ ରକ୍ଷଣଭାଗ ସାମ୍ନାରେ ସଫଳ ହୋଇପାରିନଥିଲା। ଦ୍ୱିତୀୟାର୍ଦ୍ଧର ୫୮ତମ ମିନିଟରେ ଡାନି ଓଲ୍ମୋଙ୍କ ସୁନ୍ଦର ପାସକୁ ପେଡ୍ରୋ ପୋରୋ ଚମତ୍କାର ଭାବେ ଗୋଲରେ ପରିଣତ କରି ସ୍ପେନ୍ର ବ୍ୟବଧାନକୁ ୨-୦ କରିଦେଇଥିଲେ। ଏହାପରେ ସ୍ପେନ୍ ବଲ୍ ଉପରେ ନିୟନ୍ତ୍ରଣ ବଜାୟ ରଖି ଫ୍ରାନ୍ସକୁ ଆଉ କୌଣସି ସୁଯୋଗ ଦେଇନଥିଲା। ଫ୍ରାନ୍ସ ପକ୍ଷରୁ କିଲିଆନ୍ ଏମ୍ୱାପେ, ଓସମାନେ ଡେମ୍ୱେଲେ ଓ ମାଇକେଲ୍ ଓଲିଜେଙ୍କ ଭଳି ତାରକା ଖେଳାଳିମାନେ ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ସ୍ପେନ୍ର ସଂଗଠିତ ରକ୍ଷଣଭାଗ ଏବଂ ଗୋଲକିପର ଉନାଇ ସିମୋନ୍ଙ୍କ ଦକ୍ଷ ପ୍ରଦର୍ଶନ ସାମ୍ନାରେ ସେମାନେ ଗୋଲ କରିବାରେ ବିଫଳ ହୋଇଥିଲେ। ଅଧିନାୟକ ରୋଡ୍ରି ମଧ୍ୟଭାଗରୁ ଖେଳର ଗତିକୁ ନିୟନ୍ତ୍ରଣ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହି ବିଜୟ ସହ ସ୍ପେନ୍ ଚଳିତ ବିଶ୍ୱକପ୍ରେ ୭ଟି ମ୍ୟାଚ୍ ମଧ୍ୟରୁ ଷଷ୍ଠ ଥର ପାଇଁ କ୍ଲିନ୍ ସିଟ୍ ବଜାୟ ରଖିଛି, ଯାହା ଦଳର ଶକ୍ତିଶାଳୀ ରକ୍ଷଣଭାଗର ପ୍ରମାଣ। ଅର୍ଥାତ୍ ସ୍ପେନକୁ କୌଣସି ପ୍ରତିପକ୍ଷ ଟିମ୍ ଗୋଲ ଦେଇପାରିନାହାନ୍ତି।ଅନ୍ୟପଟେ, ଲଗାତାର ତୃତୀୟ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିବାର ଫ୍ରାନ୍ସର ସ୍ୱପ୍ନ ଭାଙ୍ଗିଯାଇଛି। ବର୍ତ୍ତମାନ ଦଳ ତୃତୀୟ ସ୍ଥାନ ପାଇଁ ହେବାକୁ ଥିବା ପ୍ଲେଅଫ୍ ମ୍ୟାଚ୍ ଖେଳିବ। ଫାଇନାଲରେ ଇଂଲଣ୍ଡ ଓ ଆର୍ଜେଣ୍ଟିନା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ସ୍ପେନ୍ । ୨୦୧୦ ପରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ସ୍ପେନ୍ ବର୍ତ୍ତମାନ ଫାଇନାଲ୍ରେ ମୈଦାନକୁ ଓହ୍ଲାଇବ। ଫ୍ରାନ୍ସ ସିନା ବିଶ୍ୱକପରୁ ବିଦା ହୋଇସାରିଛି। କିନ୍ତୁ କିଲିୟମ ଏମ୍ୱାପ୍ପେଙ୍କ ଗୋଲଡେୱନ ବୁଟ୍ ଜିତିବାର ଆଶା ଏବେ ବି ଉଜ୍ଜିବୀତ ରହିଛି। ଲିୟୋନେଲ ମେସି, ହୈରି କେନ ଓ ଜୁଡ୍ ବେଲିଙ୍ଗହମଙ୍କ ଭିତରେ ଗୋଲଡେନ ବୁଟ ପାଇଁ ରୋମାଞ୍ଚକର ଲଢ଼େଇ ଏବେ ତୃତୀୟ ସ୍ଥାନରେ ରହିବାକୁ ହେବାକୁ ଥିବା ମୁକାବିଲା ଓ ଫାଇନାଲ ଯାଏ ଜାରି ରହିବ। ଏଥିଲାଗି ଏମ୍ୱାପ୍ପେଙ୍କ ବ୍ୟକ୍ତିଗତ ଲଢ଼େଇ ଏବେ ସରିନି। ଏବେ ବି ଗୋଲଡେନ ବୁଟ ରେସରେ ତାଙ୍କର ଦାବିଦାର ସବୁଠୁ ମଝଭୁତ ସ୍ଥିତିରେ ଅଛି। ତୃତୀୟ ସ୍ଥାନରେ କିଏ ରହିବ। ସେ ମୁକାବିଲାରେ ତାଙ୍କ ପାଖରେ ଇତିହାସ ରଚିବାକୁ ଶେଷ ସୁଯୋଗ ରହିଛି। ସେମିଫାଇନାଲରେ ଫ୍ରାନ୍ସ କ୍ୟାପଟେନ ଏମ୍ୱାପ୍ପେ ଗୋଟିଏ ବି ଗୋଲ୍ କରିପାରିଲେନି। ସ୍ପେନ ବିରୁଦ୍ଧରେ ଆଟାକ୍ ପୁରା ଫ୍ଲପ୍ ସାବ୍ୟସ୍ତ ହେଲା। ଫ୍ରାନ୍ସର ପ୍ରଥମ ସଟ୍ ୮୧ ମିନିଟରେ ଆସିଥିଲା। ହେଲେ ଏଥିରେ ବି ଏମ୍ୱାପ୍ପେଙ୍କ ଜାଦୁ ଚାଲିଲାନି। ଟୁର୍ଣ୍ଣାମେଣ୍ଟର ପ୍ରଥମ ୬ଟି ମ୍ୟାଚରେ ଏମ୍ୱାପ୍ପେ ୮ଗୋଲ ଦେବା ସହ ୩ ଆସିଷ୍ଟ କରିଥିଲେ। ଏଥିଲାଗି ଗୋଲଡେନ ବୁଟ୍ ରେସରେ ସେ ସବୁଠୁ ଆଗରେ। ଶନିବାର ତୃତୀୟ ସ୍ଥାନ ପାଇଁ ହେବାକୁ ଥିବା ମୁକାବିଲାରେ ଗୋଲ୍ ସଂଖ୍ୟା ବଢ଼ାଇବାକୁ ତାଙ୍କ ପାଖରେ ମଉକା ଅଛି। ମେସି ୮ଟି ଗୋଲ୍ କରିବା ସହ ୨ଟି ଆସିଷ୍ଟ ଦେଇଛନ୍ତି। ଇଂଲଣ୍ଡର ହେରି କେନ୍ ଓ ଜୁଡ୍ ବେଲିଙ୍ଗହମ୍ ୬ଟି ଲେଖାଏଁ ଗୋଲ୍ କରି ରେସରେ ଅଛନ୍ତି।
