ବାପା-ମାଆଙ୍କୁ କଟୁରୀରେ ହତ୍ୟା କଲା ପୁଅ,ପୁଅ ଗିରଫ
ଜଗତସିଂହପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପା-ମାଆଙ୍କୁ କଟୁରୀରେ ହତ୍ୟା କଲା ପୁଅ ।ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେର୍ତାଙ୍ଗ ଗାଁରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ।
B
By BHAKTILATA BARALPublished: Jun 15, 2026, 12:48 PM •2 min read •2 Views
ଜଗତସିଂହପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପା-ମାଆଙ୍କୁ କଟୁରୀରେ ହତ୍ୟା କଲା ପୁଅ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତେର୍ତାଙ୍ଗ ଗାଁରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ତେର୍ତାଙ୍ଗ ଗାଁରେ ପୁଅ ନିଜ ବାପା ଓ ମାଆଙ୍କୁ କଟୁରୀରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ମୃତକ ହେଉଛନ୍ତି ବାପା ସତ୍ୟନନ୍ଦ ପରିଡା ଓ ମାଆ ଚାରୂଲତା ପରିଡା । ଅଭିଯୁକ୍ତ ପୁଅ ଦିଲୀପ ପରିଡାଙ୍କୁ ବାଲିକୁଦା ପୋଲିସ ଗିରଫ କରିଛି। ବାଲିକୁଦା ଘଟଣାର ତଦନ୍ତ ପାଇଁ ଏସ୍ପିଙ୍କ ତତ୍ତ୍ୱାବଧାନରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ହତ୍ୟାରେ ବ୍ୟବହୃତ କଟୁରୀକୁ ମଧ୍ୟ ପୋଲିସ ଜବତ କରିଛି । ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସତ୍ୟନନ୍ଦଙ୍କର ପ୍ରଥମ ସ୍ତ୍ରୀଙ୍କର ପୁଅ ଦିଲୀପଙ୍କ ସହ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ଦିଲୀପ କଟକରେ ଏକ ଘରୋଇ କମ୍ପାନୀରେ ରହି କାର୍ଯ୍ୟ କରୁଥିବା ବେଳେ ସତ୍ୟନନ୍ଦ ଗାଁରେ ଏକ ତେଜରାତି ଦୋକାନ କରି ଚଳୁଥିଲେ । ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର ରଚି ଗତ କାଲି ଦିଲୀପ ଗାଁକୁ ଆସିବା ସହିତ ଏକ କଟୁରି କୁ ମଧ୍ୟ ପଜେଇ ବା ଧାରୁଆ କରି ଆଣିଥିଲା। ଆଜି ଅପରାହ୍ନରେ ସତ୍ୟନନ୍ଦ ଘରେ ସୋଇଥିବା ବେଳେ ତାଙ୍କର ସ୍ତ୍ରୀ ଚାରୂଲତା ଘର ବାହାରେ କାମ କରୁଥିଲେ । ଏହି ସୁଯୋଗ ନେଇ ଦିଲୀପ ପ୍ରଥମେ ବାପା ସତ୍ୟନନ୍ଦଙ୍କ ବେକକୁ କଟୁରିରେ ହାଣି ହତ୍ୟା କରିବା ପରେ ବାହାରକୁ ଆସି ମାଆ ଚାରୂଲତାଙ୍କୁ ମଧ୍ୟ ବେକକୁ ହାଣି ହତ୍ୟା କରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ସାରା ଗାଁରେ ଏକ ଭୟର ବାତାବରଣ ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଦିଲୀପ ପୂର୍ବରୁ ହତ୍ୟା ଯୋଜନା କରି ଗାଁକୁ ଆସିଥିଲେ। ସେ ଏକ କଟୁରୀକୁ ଧାରୁଆ କରାଇ ନେଇଥିବା ମଧ୍ୟ ଜଣାପଡ଼ିଛି। ଏହି ଜଘନ୍ୟ ଦ୍ୱୈତ ହତ୍ୟାକାଣ୍ଡ ପରେ ଗାଁରେ ଭୟ ଓ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ବାସିନ୍ଦା ବିଭୂତି ଭୂଷଣ ସ୍ୱାଇଁ ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଅମାନବୀୟ ବୋଲି କହିଛନ୍ତି। ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା କହିଛନ୍ତି ଯେ, ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ପୋଲିସ ଘଟଣାର ପ୍ରକୃତ କାରଣ ଓ ପୂର୍ବ ଯୋଜନାର ଦିଗକୁ ନେଇ ଅଧିକ ତଦନ୍ତ କରୁଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
