କାହା ନିର୍ଦେଶରେ ଚାଲିଛି ବେଆଇନ ବାଲିଘାଟ।
କାହା ନିର୍ଦେଶରେ ଚାଲିଛି ବେଆଇନ ବାଲିଘାଟ। ଶହ ଶହ ହାଇୱାରେ ଚାଲିଛି ଚୋରା ବାଲି ଚାଲାଣ। ନୀରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରସାଶନ।
ସାରସକଣା: ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ବାଲି କାରବାର। କାହା ନିର୍ଦ୍ଦେଶରେ ଚାଲିଛି ବେଆଇନ ବାଲି ଘାଟ। ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛି ପ୍ରସାଶନ। ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ବାଲି କାରବାର | ଜିଲ୍ଲାର ଝାରପୋଖରିଆ ଥାନା ଅଧୀନରେ ଥିବା ତିନି ରାଜ୍ୟର ସୀମାନ୍ତ ଜାମଶଳା ଏବଂ ଶୀର୍ଷା ସ୍ଥିତ ବଙ୍ଗଳା ଘାଟରୁ ପ୍ରତିଦିନ ଶହ ଶହ ହାଇୱା ବାଲି ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି. ତେବେ ବାଲି ଚାଲାଣ ଘଟଣା ସମ୍ପର୍କରେ ସରକାରୀ ବାବୁ ମାନେ ସବୁ ଜାଣି ନ ଜାଣିଲା ପରି ଅଭିନୟ କରୁଛନ୍ତି କାହିଁକି ? ସରକାରଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ସମସ୍ତ ସରକାରୀ ଘାଟ ବନ୍ଦ ଥିବା ବେଳେ ମାଫିଆ ମାନେ କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି। ଅନ୍ୟପଟେ ଶୁଣିବାକୁ ମିଳୁଛି, ସରକାରୀ ବାବୁଙ୍କ ମାନେ ପ୍ରତିମାସକୁ ମୋଟା ଅଙ୍କର ଟଙ୍କା ନେଇ ଚୁପ୍ ରହୁଛନ୍ତି। ସରକାରଙ୍କ କୋଟି କୋଟି ରାଜସ୍ୱ ହାନି ହେଲେ ତାଙ୍କର କଣ ଯାଏ ? ସରକାର ବଦଳିଛି ସତ ହେଲେ ସାରସକଣା ଅଞ୍ଚଳରେ ମାଫିଆଙ୍କ ରାଜ ବଦଳି ନାହିଁ, ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ମାଫିଆ ରାଜ । ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ୍ୟ କୌଣସି ଅଫିସର ଗୁରୁତର ସହ ନେଇ ସଠିକ ଭାବରେ ତଦନ୍ତ କରୁନଥିବାରୁ ମାଫିଆ ମାନଙ୍କ ରାଜ ବଢ଼ିଚାଲିଥିବା ଜଣା ପଡିଛି।
ରିପୋର୍ଟ- ମୁରାରୀ ମୋହନ ମହାପାତ୍ର
