ଆଜି ପଦ୍ମ ପୁରଷ୍କାର ଗ୍ରହଣ କଲେ ରୋହିତ ଶର୍ମା
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଲାଗି ମେ ୨୫ରେ ରାଷ୍ଟ୍ରପତି ଭବନରେ ହୋଇଥିବା ପୁରଷ୍କାର ସମାରୋହରେ ସେ ସାମିଲ ହୋଇପାରିନଥିଲେ। ଭାରତୀୟ କ୍ରିକେଟରେ ତାଙ୍କର ଅସାଧାରଣ ଅବଦାନ, ଦୀର୍ଘ ଆନ୍ତର୍ଜାତିକ କ୍ୟାରିୟର ଏବଂ ଅଧିନାୟକ ଭାବେ ଦଳକୁ ସଫଳତା ଦେବା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ହେଲେ ରୋହିତ ଶର୍ମା। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦୨୬ ପଦ୍ମ ପୁରସ୍କାର ତାଲିକାରେ ରୋହିତ ଶର୍ମାଙ୍କ ନାଁ ସାମିଲ ହୋଇଥିଲା। ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଲାଗି ମେ ୨୫ରେ ରାଷ୍ଟ୍ରପତି ଭବନରେ ହୋଇଥିବା ପୁରଷ୍କାର ସମାରୋହରେ ସେ ସାମିଲ ହୋଇପାରିନଥିଲେ। ଭାରତୀୟ କ୍ରିକେଟରେ ତାଙ୍କର ଅସାଧାରଣ ଅବଦାନ, ଦୀର୍ଘ ଆନ୍ତର୍ଜାତିକ କ୍ୟାରିୟର ଏବଂ ଅଧିନାୟକ ଭାବେ ଦଳକୁ ସଫଳତା ଦେବା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ସେ ଏକମାତ୍ର କ୍ରିକେଟର ଯିଏ ଓ୍ୱାନଡେ ଇତିହାସରେ ୩ଥର ଦ୍ୱିଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ଓ୍ୱାନଡେ ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୨୬୪ ରନ୍ ବି ତାଙ୍କ ନାଁରେ ବିଶ୍ୱରେକର୍ଡ ରହିଛି। ବିଶେଷକରି ଭାରତକୁ ୨୦୨୪ T20 ବିଶ୍ୱକପ୍ ଏବଂ ୨୦୨୫ ICC ଚାମ୍ପିଅନ୍ସ ଟ୍ରଫି ବିଜୟ ଦେଇଥିବା ଅଧିନାୟକ ଭାବେ ତାଙ୍କର ନେତୃତ୍ୱ ପ୍ରଂଶସନୀୟ ଥିଲା। ରୋହିତ ଶର୍ମାଙ୍କ ସହ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମିପ୍ରୀତ କୌର ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ମେ ୨୫ରେ ପୁରଷ୍କାର ସମାରୋହରେ ପୁରଷ୍କାର ଗ୍ରହଣ କରିଥିଲେ ହରମନପ୍ରୀତ। ପଦ୍ମଶ୍ରୀ ସମ୍ମାନ ପାଇବା ପରେ ରୋହିତ ଶର୍ମା କହିଥିଲେ ଯେ ଏହା ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ସେ ଆହୁରି କହିଥିଲେ ଯେ ଦେଶ ପାଇଁ ଟ୍ରଫି ଜିତିବାର ତାଙ୍କ ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ।
