ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି ବିଜେ
ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା। ରତ୍ନ ବେଦୀ ଛାଡି ମାଉସି ମା ଘରକୁ ଯାତ୍ରା କରିବେ ତିନିଠାକୁର। ଜନସମୁଦ୍ର ହୋଇଛି ବଡଦାଣ୍ଡ।
S
By Subhadra DasPublished: Jul 16, 2026, 11:55 AM •1 min read •14 Views

ପୁରୀ: ଶେଷ ହେଲା ଦୀର୍ଘ ଅପେକ୍ଷା। ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପବିତ୍ର ପହଣ୍ଡି ବିଜେ। ଶଙ୍ଖଧ୍ୱନି, ଘଣ୍ଟ, ମୃଦଙ୍ଗ "ଜୟ ଜଗନ୍ନାଥ" ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ। ହରିବୋଲ ଓ ହୁଳହୁଳିରେ ଭକ୍ତିମୟ ହୋଇପଡ଼ିଛି ପରିବେଶ। ପରମ୍ପରା ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା' ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରାଯାଇଥିଲା। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ପହଣ୍ଡି ବିଜେରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ। ପରେ ଦେବୀ ସୁଭଦ୍ରା ପହଣ୍ଡି ବିଜେ କରି ଦେବଦଳନ ରଥରେ ବିଜେ କରିଥିଲେ। ଶେଷରେ ଆରମ୍ଭ ହୋଇଛି କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ଟାହିଆ ପିନ୍ଧି ସେବାୟତଙ୍କ କାନ୍ଧରେ ଝୁଲି ଝୁଲି ରଥ ଅଭିମୁଖେ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। କାଳିଆକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ।
S
Subhadra DasContent Writer
Comments0
Leave a Reply
Loading comments...
