ସମ୍ପତ୍ତି ବିବାଦରୁ ମହିଳା ପ୍ରଫେସରଙ୍କୁ ହତ୍ୟା- ଦମ୍ପତ୍ତି ଗିରଫ
କିନ୍ତୁ ଦେବସ୍ମିତା ଏଥିପାଇଁ ରାଜି ହୋଇନଥିଲେ ଏବଂ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। ଏହି ବିବାଦ ହିଁ ହତ୍ୟାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ଦମ୍ପତି ନିଜ ନାବାଳକ ପୁଅକୁ ସାଙ୍ଗରେ ନେଇ ଦିଲ୍ଲୀ ଆସିଥିଲେ, ଯାହା ଫଳରେ ସେମାନଙ୍କ ଉପରେ ସନ୍ଦେହ କାହାରି ସନ୍ଦେହ ହେବନି ବୋଲି ଭାବିନେଇଥିଲେ।

ଦିଲ୍ଲୀ ୟୁନିଭର୍ସିଟି (DU)ର ସହକାରୀ ପ୍ରଫେସର ଡକ୍ଚର ଦେବସ୍ମିତା ପଲ ହତ୍ୟାକାଣ୍ଡରେ ଦିଲ୍ଲୀ ପୋଲିସ ବଡ଼ ସଫଳତା ହାସଲ କରିଛି। ହତ୍ୟା ଘଟଣାରେ ଦମ୍ପତ୍ତିକୁ ପୁଲିସ ଗିରଫ କରିଛି। ପଶ୍ଚିମବଙ୍ଗରୁ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବହୁ କୋଟି ଟଙ୍କାର ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ଡ଼. ଦେବସ୍ମିତା ପଲ୍ ଦିଲ୍ଲୀ ୟୁନିଭର୍ସିଟିର ଶିବାଜୀ କଲେଜରେ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ସେ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ୍ ଅଞ୍ଚଳରେ ଏକ ଫ୍ଲାଟରେ ଏକାକୀ ରହୁଥିଲେ। ଜୁନ୍ ୪ ତାରିଖରେ ତାଙ୍କ ଭଉଣୀ ବାରମ୍ୱାର ଫୋନ୍ କରି ମଧ୍ୟ ଯୋଗାଯୋଗ ନ ହେବାରୁ ଘରକୁ ଯାଇଥିଲେ। ଫ୍ଲାଟଟି ବାହାର ପଟୁ ତାଲା ପଡ଼ିଥିବା ଦେଖି ସନ୍ଦେହ ହୋଇଥିଲା। ପରେ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଦେବସ୍ମିତାଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ ଦେବସ୍ମିତାଙ୍କ ମୁଣ୍ଡରେ ଭାରୀ ବସ୍ତୁରେ ଆଘାତ କରାଯାଇଥିଲା। ତାଙ୍କ ହାତରେ ମଧ୍ୟ ଗୁରୁତର ଆଘାତ ଚିହ୍ନ ଥିଲା। ଆକ୍ରମଣକାରୀଙ୍କ ସହ ସଂଘର୍ଷ କରିଥିବା ସନ୍ଦେହ କରାଯାଉଛି। ଘରୁ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇନଥିବାରୁ ଏହା ଲୁଟ୍ ଉଦ୍ଦେଶ୍ୟରେ ହୋଇନଥିବା ସ୍ପଷ୍ଟ ହୋଇଥିଲା। ତଦନ୍ତ ସମୟରେ ସିସିଟିଭି ଫୁଟେଜରେ ମୁହଁ ଢାଙ୍କିଥିବା ଜଣେ ପୁରୁଷ ଓ ଜଣେ ମହିଳା ସନ୍ଦିଗ୍ଧଙ୍କ ଚଳାଚଳ ଧରାପଡ଼ିଥିଲା। ପରେ ପୋଲିସ ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ଏକ ଦମ୍ପତିଙ୍କୁ ଗିରଫ କରିଥିଲା। ସେମାନେ ଦେବସ୍ମିତାଙ୍କ ପୈତୃକ ସମ୍ପତ୍ତିର ଭଡ଼ାଟିଆ ଥିବା ଜଣାପଡ଼ିଛି। ପୁଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ବହୁବାର ସେହି ସମ୍ପତ୍ତି କିଣିବାକୁ ଚାପ ପକାଇଥିଲେ। କିନ୍ତୁ ଦେବସ୍ମିତା ଏଥିପାଇଁ ରାଜି ହୋଇନଥିଲେ ଏବଂ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। ଏହି ବିବାଦ ହିଁ ହତ୍ୟାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ଦମ୍ପତି ନିଜ ନାବାଳକ ପୁଅକୁ ସାଙ୍ଗରେ ନେଇ ଦିଲ୍ଲୀ ଆସିଥିଲେ, ଯାହା ଫଳରେ ସେମାନଙ୍କ ଉପରେ ସନ୍ଦେହ କାହାରି ସନ୍ଦେହ ହେବନି ବୋଲି ଭାବିନେଇଥିଲେ। ଏହି ନିର୍ମମ ହତ୍ୟାକାଣ୍ଡ ଦିଲ୍ଲୀ ୟୁନିଭର୍ସିଟି ମହଲରେ ଶୋକର ଛାୟା ଖେଳାଇଛି। ଦେବସ୍ମିତା ଜଣେ ଦକ୍ଷ, ମେଧାବୀ ଓ ଅତ୍ୟନ୍ତ ଲୋକପ୍ରିୟ ଶିକ୍ଷୟିତ୍ରୀ ଭାବେ ପରିଚିତ ଥିଲେ।
