ଫିଫା- କାହାକୁ ମିଳିଲା କେତେ ପ୍ରାଇଜ ମନି
ଫିଫା ବିଶ୍ୱକପ୍ ଇତିହାସରେ ଏହା ହେଉଛି ସର୍ବାଧିକ ପୁରଷ୍କାର ଅର୍ଥରାଶି। ୨୦୨୨ ଆର୍ଜେଣ୍ଟିନା ଚାମ୍ପିଅନ ହେବା ପରେ ପାଇଥିଲା ୪୨ ମିଲିୟନ ଡଲାର। ଆଉ ଏଥରର ବିଜେତା ସ୍ପେନ ଟିମକୁ ମିଳିଥି ଏହାଠୁ ଅଧିକ ୮ ମିଲିୟନ ଡଲାର।

ଫିଫା ବିଶ୍ୱକପରେ କାହାକୁ କେତେ ମିଳିଲା ପ୍ରାଇଜ ମନି। ଜାଣିଲେ ହୋସ୍ ଉଡ଼ିଯିବ। ଚାମ୍ପିଅନ ସ୍ପେନକୁ ପ୍ରାଇଜ୍ ମନି ଭାବେ ୫୦ ମିଲିୟନ ଆମେରିକୀୟ ଡଲାର ମିଳିଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୪୮୦ କୋଟି ଟଙ୍କା। ଫିଫା ବିଶ୍ୱକପ୍ ଇତିହାସରେ ଏହା ହେଉଛି ସର୍ବାଧିକ ପୁରଷ୍କାର ଅର୍ଥରାଶି। ୨୦୨୨ ଆର୍ଜେଣ୍ଟିନା ଚାମ୍ପିଅନ ହେବା ପରେ ପାଇଥିଲା ୪୨ ମିଲିୟନ ଡଲାର। ଆଉ ଏଥରର ବିଜେତା ସ୍ପେନ ଟିମକୁ ମିଳିଥି ଏହାଠୁ ଅଧିକ ୮ ମିଲିୟନ ଡଲାର। ଉପବିଜେତା ଆର୍ଜେଣ୍ଟିନାକୁ ମିଳିଲା ୩୧୪ କୋଟି ଟଙ୍କା। ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଟିମକୁ ବି ମୋଟାଅଙ୍କର ପ୍ରାଇଜ୍ ମନି ମିଳିଛି। ତୃତୀୟ ସ୍ଥାନରେ ରହିଥିବା ଇଂଲଣ୍ଡ ଟିମ୍ ୨୭୯ କୋଟି ଟଙ୍କା ପାଇଲା ବେଳେ ଚତୁର୍ଥ ସ୍ଥାନରେ ଥିବା ଫ୍ରାନ୍ସକୁ ମିଳିଛି ୨୫୯ କୋଟି। କ୍ୱାର୍ଟର ଫାଇନାଲ ଯାଏ ପହଞ୍ଚିଥିବା ଟିମକୁ ବି ଦିଆଯାଇଛି ପୁରଷ୍କାର। କ୍ୱାର୍ଟର ଫାଇନାଲ ଯାଏ ପହଞ୍ଚିଥିବା ପ୍ରତି ଟିମକୁ ମିଳିଛି ୧୮୩ କୋଟି ଟଙ୍କା। ଆଉ ରାଉଣ୍ଡ-ଅଫ ୧୬ରେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିବା ଟିମକୁ ମିଳିଛି ୧୪୪ କୋଟି ଲେଖାଏଁ।
