ଅଲକା ୟାଗ୍ନିକଙ୍କୁ 'ପଦ୍ମଭୂଷଣ' ରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦେଶର ପ୍ରସିଦ୍ଧ କିମ୍ବଦନ୍ତୀ ଗାୟିକା ଅଲକା ୟାଗ୍ନିକଙ୍କୁ ଦେଶର ପ୍ରତିଷ୍ଠିତ ବେସାମରିକ ସମ୍ମାନ 'ପଦ୍ମଭୂଷଣ' ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମୁମ୍ବାଇ: 'ପଦ୍ମଭୂଷଣ' ରେ ସମ୍ମାନିତ ହେଲେ ଅଲକା ୟାଗ୍ନିକ । ଗତକାଲି ଦେଶର ପ୍ରସିଦ୍ଧ କିମ୍ବଦନ୍ତୀ ଗାୟିକା ଅଲକା ୟାଗ୍ନିକଙ୍କୁ ଦେଶର ପ୍ରତିଷ୍ଠିତ ବେସାମରିକ ସମ୍ମାନ 'ପଦ୍ମଭୂଷଣ' ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଙ୍ଗୀତ ଜଗତରେ ତାଙ୍କର ଦୀର୍ଘ ଏବଂ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ଏହି ସମ୍ମାନରେ ତାଙ୍କୁ ଭୂଷିତ କରିଛନ୍ତି। ସମ୍ମାନ ଗ୍ରହଣ ପରେ ନିଜ ସମ୍ପର୍କରେ ପ୍ରଶଂସକଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ଏହି ପୁରସ୍କାର କେବଳ ଏକ ସମ୍ମାନ ନୁହେଁ, ବରଂ ତାଙ୍କର ଦଶନ୍ଧି ଧରି ଚାଲିଥିବା ସଙ୍ଗୀତ ସାଧନା ଓ ଶ୍ରୋତାଙ୍କ ଭଲପାଇବାର ସ୍ୱୀକୃତି। ସେ ଭାରତ ସରକାର ଓ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଲକା ଲେଖିଛନ୍ତି ବିଗତ କିଛି ମାସ ହେବ ଏକ ବିରଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛି । ଏବେ ଧୀରେ ଧୀରେ ସୁସ୍ଥ ହେଉଛି । ନିଜର ସ୍ୱାଭାବିକ ଜୀବନକୁ ଫେରିବା ପାଇଁ ଚେଷ୍ଟା କରୁଛି । ଭାରତ ସରକାରଙ୍କ ପକ୍ଷରୁ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ଏହାସହ ଅଲକା ୟାଗ୍ନିକ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ କିଛି ମାସ ପୂର୍ବରୁ ଏକ ବିରଳ ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଯେଉଁଥିପାଇଁ ତାଙ୍କର ଶୁଣିବାରେ ସମସ୍ୟା ହୋଇଥିଲା । ତେବେ ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଏବଂ ସାଧାରଣ ଜୀବନକୁ ଫେରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଖବର ପ୍ରକାଶ ପାଇବା ପରେ ସଙ୍ଗୀତ ଜଗତ ଓ ପ୍ରଶଂସକମାନଙ୍କ ଏକ ବଡ଼ ଶକ୍ତ ଧକ୍କା ଥିଲା। । ଏବେ ଅଲକା ସୁସ୍ଥ ହେଉଥିବା ଖବର ଆସିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଗତକାଲି ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମଭୂଷଣ ସମ୍ମାନ ଗ୍ରହଣ ସମୟରେ ଅଲକା ୟାଗ୍ନିକଙ୍କୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ମଞ୍ଚକୁ ଆଣାଯାଇଥିଲା।ଏହାକୁ ନେଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବିଭିନ୍ନ ଆଲୋଚନା ହୋଇଥିଲା। ତେବେ ତାଙ୍କ ସୁସ୍ଥତା ଖବର ପ୍ରଶଂସକଙ୍କ ପାଇଁ ଏକ ସ୍ୱସ୍ତିର ବିଷୟ ହୋଇଛି।
