ଗୋ ମାଫିଆଙ୍କୁ ନାହିଁ ନିସ୍ତାର।
ଗୋ ମାଫିଆଙ୍କୁ ନାହିଁ ନିସ୍ତାର। ବିଳମ୍ୱିତ ରାତିରେ ଭଦ୍ରକ ପୋଲିସର ସ୍ୱତନ୍ତ୍ର ଟିମ୍ ର ଚଢାଉ। ରେଡ୍ ବେଳେ ଦୁଇ ଗୋ-ମାଫିଆଙ୍କୁ ଗିରଫ କଲା ପୋଲିସ।
ଗୋ ମାଫିଆଙ୍କୁ ନାହିଁ ନିସ୍ତାର। ଗତ କିଛିଦିନ ଅନ୍ତର ପରେ ପୁଣି ଭଦ୍ରକ ପୋଲିସ ପକ୍ଷରୁ ଗୋମାଫିଆଙ୍କ ଘରେ ଚଢାଉ ଆରମ୍ଭ । ଶୁକ୍ରବାର ବିଳମ୍ୱିତ ରାତିରେ ଭଦ୍ରକ ପୋଲିସର ସ୍ୱତନ୍ତ୍ର ଟିମ୍ ୬ ଜଣ ଗୋ-ମାଫିଆଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା । ଅତିରିକ୍ତ ଏସପିଙ୍କ ନେତୄତ୍ବରେ ଭଦ୍ରକ ଟାଉନଥାନାର ୩ଟି ସ୍ଥାନ ଓ ଭଦ୍ରକ ପୁରୁଣା ଵଜାର ଥାନାର ୩ଟି ସ୍ଥାନରେ ପୋଲିସ ଚଢାଉ କରିଥିଲା। ଏହି ଚଢାଉରେ ଦୁଇ ଜଣ ଗୋ ମାଫିଆଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୁଚନା ଦେଇଛି । ଏହା ସହ ଚଢ଼ାଉ ସମୟରେ ଟଙ୍କା, ସୁନା, ବ୍ୟାଙ୍କ ପାସ ବୁକ ଜଵତ କରିଛଟି ଭଦ୍ରକ ପୋଲିସ । ଗିରଫ ହୋଇଥିବା ଦୁଇ ଗୋ-ମାଫିଆ ହେଲେ ପୁରୁଣାଵଜାରର ଜାହିଦ ଖାନ ଓ ଵୁଧବାର ହାଟ ଅଞ୍ଚଳର ମାତର ଖାନ। ଏହି ଚଢ଼ାଉ ପୂର୍ବରୁ କରାଯାଇଥିବା ବେଳେ, ପୁଣି ଡି.ଆଇ.ଜୀ ଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବରରେ ଚଢ଼ାଉ କରାଯାଇଥିବା ବେଳେ, ଭଦ୍ରକରେ ମଧ୍ୟ୍ୟ ଚଢ଼ାଉ କରାଯାଇଛି । ଵେଆଇନ ଗୋ ଚାଲାଣ ସହ ଗୋ ମାଂସ ଚାଲାଣ ହେଉଥିବା ନେଇ ଏହି ଚଢ଼ାଉ କରାଯାଇଛି । ଆଗକୁ ମଧ୍ୟ ଗୋ ମାଫିଆଙ୍କ ବିରୁଦ୍ଧରେ ଚଢ଼ାଉ ଜାରି ରହିବ ବୋଲି ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।
