ଫାୟାରିଂ ମାମଲାରେ ଫସିଗଲେ ଖାନ୍ ସାର- କେବେ କରିବେ ସରେଣ୍ଡର?
ଚିଲେଇ କହିଥିଲେ ଯେ, ଦେଖୁଛ କଅଣ। ଏମାନଙ୍କ ଉପରକୁ ତୁରନ୍ତ ଗୁଳି କର। ଯାହା ହେବ ମୁଁ ବୁଝିବି। ଏହି ଆଦେଶ ପାଇବାମାତ୍ରେ ଦୁଇ ସୁରକ୍ଷାକର୍ମୀ ନିଜ ଲାଇସେନ୍ସ ରାଇଫଲରୁ ଦୁଇ ରାଉଣ୍ଡ ଲେଖାଏଁ ଗୁଳି କରିଥିଲେ। ଯାହାକୁ ନେଇ ପୁରା ଏରିଆରେ ଆତଙ୍କ ଖେଳିଗଲା। ଜୁନ୍ ୪ରେ ସୋସିଆଲ ମିଡିଆରେ ଫାୟାରିଂ ଭିଡ଼ିଓ ଭାଇରାଲ ହୋଇଥିଲା।

ଫସିଗଲେ ଖାନ୍ ସାର! ଜେଲ ଯିବେ ଖାନ୍ ସାର! ତାଙ୍କ କୋଚିଂ ସେଣ୍ଟର ବାହାରେ ଜୁନ୍ ୨ ତାରିଖ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନୂଆ ମୋଡ଼। ଖାନ୍ ସାର ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଖାନ୍ ସାରଙ୍କ ନିର୍ଦେଶରେ ହିଁ ଗାର୍ଡସ ଗୁଳି ଚଳାଇଥିଲେ। କୋଚିଂ ସେଣ୍ଟର ବାହାରେ ଉଗ୍ର ଭିଡ଼ ଉପରେ ୪ ରାଉଣ୍ଡ ଫାୟାରିଂ ସୁରକ୍ଷାକର୍ମୀଙ୍କ ହାତରେ କରାଇଥିଲେ ଖାନ୍ ସାର। ଗିରଫ ହୋଇଥିବା ସୁରକ୍ଷାକର୍ମୀ ପୁଲିସ ଜେରାରେ ଏ କଥା ସ୍ୱୀକାର କରିବା ପରେ ମୁସ୍କିଲ ବଢ଼ିଯାଇଛି। ଏହାକୁ ନେଇ ପାଟନାର କଦମକୁଆଁ ଥାନାରେ ଖାନ ସାରଙ୍କ ସମେତ ଦୁଇ ପ୍ରାଇଭେଟ ସୁରକ୍ଷାକର୍ମୀଙ୍କ ବିରୁଦ୍ଧରେ ଏତଲା ରୁଜୁ ହୋଇଛି। ଫାୟାରିଂ ଭିଡ଼ିଓ ଯାଞ୍ଚ ପରେ ପୁଲିସ ଏହି ଆକ୍ସନ ନେଇଛି। ପୁଲିସ ଅନୁସାରେ ଜୁନ୍ ୨ ତାରିଖ ରାତି ସାଢ଼େ ୧୦ଟାରେ କିଛି ଲୋକ କିଷାନ କୋଲ୍ଡ ଷ୍ଟୋରେଜ ପାଖରେ ଥିବା ଖାନ୍ ଗ୍ଲୋବାଲ ଏକାଡେମୀ ବାହାରେ ପହଞ୍ଚିଥିଲେ। ସେମାନେ ଗେଟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ମାରଧର କରିବା ସହ ସେଠାରେ ଲଗାଯାଇଥିବା ବ୍ୟାନର ଫାଡ଼ି ଦେଇଥିଲେ। ଗଣ୍ଡଗୋଳ ଶବ୍ଦ ଶୁଣି ଖାନ୍ ସାର ନିଜ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡସ ଓ ଅନ୍ୟ ସହକର୍ମୀଙ୍କ ସହ ଅଫିସ ବାହାରକୁ ଆସିଥିଲେ। ଆଉ ଚିଲେଇ କହିଥିଲେ ଯେ, ଦେଖୁଛ କଅଣ। ଏମାନଙ୍କ ଉପରକୁ ତୁରନ୍ତ ଗୁଳି କର। ଯାହା ହେବ ମୁଁ ବୁଝିବି। ଏହି ଆଦେଶ ପାଇବାମାତ୍ରେ ଦୁଇ ସୁରକ୍ଷାକର୍ମୀ ନିଜ ଲାଇସେନ୍ସ ରାଇଫଲରୁ ଦୁଇ ରାଉଣ୍ଡ ଲେଖାଏଁ ଗୁଳି କରିଥିଲେ। ଯାହାକୁ ନେଇ ପୁରା ଏରିଆରେ ଆତଙ୍କ ଖେଳିଗଲା। ଜୁନ୍ ୪ରେ ସୋସିଆଲ ମିଡିଆରେ ଫାୟାରିଂ ଭିଡ଼ିଓ ଭାଇରାଲ ହୋଇଥିଲା। ପୁଲିସ ପଚାରିବାରୁ ଖାନ୍ ସାର କହିଥିଲେ, ଭିଡ଼ିଓରେ ଥିବା ସୁରକ୍ଷାକର୍ମୀ ତାଙ୍କର। ଯେଉଁମାନଙ୍କୁ ନୋଏଡ଼ା ଏପିଏସ ସୁରକ୍ଷା ଏଜେନ୍ସିରୁ ସେ ହାୟର କରିଛନ୍ତି। ଖାନ୍ ସାର ନିଜ ସୁରକ୍ଷା ସକାଶେ ମୋଟ୍ ୧୭ ଗାର୍ଡସ ରଖିଛନ୍ତି। ଘଟଣା ଦିନ ଦ୍ୱିପ୍ରହର ସାଢ଼େ ଗୋଟାଏରେ ଦୁଇଜଣ ଗାର୍ଡସ ନିଜ ବନ୍ଧୁକ ସହ ଅଫିସ ପହଞ୍ଚିଥିଲେ। ଦୁଇ ଗାର୍ଡସ ପ୍ରଦୀପ କୁମାର ମୈନପୁରୀ ଓ ତାଲେବର ସିଂଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ କୋଚିଂ ଡାଇରେକ୍ଚର ଫୈଜଲ ଖାନ୍ ଓରଫ ଖାନ ସାରଙ୍କୁ ଗିରଫ କରିବାକୁ ଖୋଜୁଥିଲା। ସାଧାରଣ ଲୋକଙ୍କ ଭିତରେ ଆତଙ୍କ ଖେଳାଇବା, ଅସ୍ତ୍ରଶସ୍ତ୍ରର ଦୁରୁପଯୋଗ ଓ ଉଗ୍ର ଭିଡ଼ ଉପରେ ଜାଣିଶୁଣି ଗୁଳି ଚଳାଇବାର ଧାରା ଲଗାଇଛି ପୁଲିସ। ଖାନ ସାରଙ୍କ ସନ୍ଧାନରେ ଶୁକ୍ରବାର ରାତିରେ କୋଚିଂ ସେଣ୍ଟରରେ ପହଞ୍ଚିଥିଲା। ସେଣ୍ଟର ଆଗରେ ଛାତ୍ରଙ୍କ ଭିଡ଼ ଉପରେ ଆଗ ପୁଲିସ କାର୍ଯ୍ୟାନୁଷ୍ଠାନ କରିଥିଲା। କୋଚିଂ ସେଣ୍ଟରରୁ ସମସ୍ତ ଛାତ୍ରଙ୍କୁ ହଟାଇଥିଲା। ସେପଟେ ଆଜି ଖାନ୍ ସାର ସରେଣ୍ଡର କରିବାର ସମ୍ଭାବନା କମ୍। କାରଣ ଆଜି ସରେଣ୍ଡର କଲେ ଦୁଇ ଦିନ ଜେଲରେ ରହିବାକୁ ହେବ। ସୋମବାର ଯାଇ ଜାମିନର ଶୁଣାଣୀ ହେବ।
