ନିଜର ଅସୁସ୍ଥ ଫ୍ୟାନ୍ ନିରଞ୍ଜନଙ୍କୁ ଭେଟିଲେ ପଓ୍ୱନ କଲ୍ୟାଣ
ନିରଞ୍ଜନଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପବନ କଲ୍ୟାଣଙ୍କ ଏହି ମାନବିକ ପଦକ୍ଷେପକୁ ସୋସିଆଲ ମିଡିଆରେ ବ୍ୟାପକ ପ୍ରଶଂସା କରାଯାଇଛି।

ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଓ ଜନସେନା ପ୍ରମୁଖ ପଓ୍ୱନ କଲ୍ୟାଣ ଆଜି ତେଲଙ୍ଗାନାର ହନୁମକୋଣ୍ଡାରେ ନିଜ ଅସୁସ୍ଥ ଫ୍ୟାନ୍ ନିରଞ୍ଜନଙ୍କୁ ଭେଟିଥିଲେ। ୧୭ ବର୍ଷର ନିରଞ୍ଜନ ଏକ ଗୁରୁତର ଜନ୍ମଗତ ରୋଗରେ ପୀଡ଼ିତ ଓ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ପବନ କଲ୍ୟାଣଙ୍କୁ ଥରେ ଦେଖିବା ତାଙ୍କର ଦୀର୍ଘଦିନର ଇଚ୍ଛା ଥିଲା। ପବନ କଲ୍ୟାଣ ସିଧାସଳଖ ନିରଞ୍ଜନଙ୍କ ଘରକୁ ଯାଇ ତାଙ୍କ ସହ କିଛି ସମୟ କଥା ହୋଇଥିଲେ। ସେ ନିରଞ୍ଜନଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ନିରଞ୍ଜନ ନିଜର ପୁରୁଣା ନୃତ୍ୟ ଭିଡିଓ ମଧ୍ୟ ପବନଙ୍କୁ ଦେଖାଇଥିଲେ। ଏହି ସାକ୍ଷାତକାର ବେଳେ ପବନ କଲ୍ୟାଣ ନିରଞ୍ଜନଙ୍କୁ ଆଲିଙ୍ଗନ କରି ତାଙ୍କ ମନୋବଳ ବଢ଼ାଇଥିଲେ। ତିରୁମାଳାରୁ ଆଣିଥିବା ପବିତ୍ର ବସ୍ତ୍ର ଏବଂ ଭଦ୍ରକାଳୀ ମନ୍ଦିରରେ ପୂଜିତ ରୌପ୍ୟ ପ୍ରତିମା ମଧ୍ୟ ପରିବାରକୁ ଉପହାର ଦେଇଥିଲେ। ନିରଞ୍ଜନଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପବନ କଲ୍ୟାଣଙ୍କ ଏହି ମାନବିକ ପଦକ୍ଷେପକୁ ସୋସିଆଲ ମିଡିଆରେ ବ୍ୟାପକ ପ୍ରଶଂସା କରାଯାଇଛି।
