ଦନ୍ତା ଉପଦ୍ରବ; ଘର ଭାଙ୍ଗି ଖାଇଲା ଧାନ-ଚାଉଳ।
ହାତୀର ଉପଦ୍ରବ। ଘର ଭାଙ୍ଗି ଧାନ-ଚାଉଳ ଖାଇଲା, ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ।
S
By Subhadra DasPublished: Jun 19, 2026, 11:32 AM •1 min read •7 Views
ଯୋଡା: ଗୋଠ ଛଡ଼ା ଦନ୍ତା ଉପଦ୍ରବ ଅତିଷ୍ଠ ଗ୍ରାମବାସୀ। ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଲା । ଗତକାଲି ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜକୁ ପଶି ଆସିଥିବା ୨୫ ଟିକିଆ ହାତୀ ପଲରୁ ଏକ ଦନ୍ତା ହାତୀ ଗୋଠ ଛଡ଼ା ହୋଇ ଚମ୍ପୁଆ ବ୍ଲକ ଭଣ୍ଡା କନ୍ଦାନାଳି ସାହି ଗାଁକୁ ପଶି ଆସିଥିଲା । ସୂଚନା ଅନୁସାରେ, ଆଜି ସକାଳେ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର କନ୍ଦାନାଳି ସାହିରେ ପଶି ଗାଁର ପରମେଶ୍ବର ମହାରଣା ଓ ପ୍ରମିଳା ମହାରଣାଙ୍କ ଘର ଭାଙ୍ଗିବା ସହ ଘର ଭିତରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରିଛି ଦନ୍ତା। ତେବେ ସକାଳେ ପରିବାର ଲୋକେ ଘରେ ସବୁ ଶୋଇଥିବା ବେଳେ ପଶି ଆସିଥିଲା ଦନ୍ତା। ଅନ୍ୟପଟେ ହାତୀ ଘରଭାଙ୍ଗିବା ଜାଣି ପରିବାର ଲୋକେ ଜୀବନ ବଞ୍ଚାଇ ଘରୁ ବାହାରକୁ ପଳାଇ ଆସିଥିଲେ। ପରେ ଗାଁ ଲୋକେ ହାତୀକୁ ଘଉଡେଇବାରୁ ହାତୀଟି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି।
S
Subhadra DasContent Writer
Comments0
Leave a Reply
Loading comments...
