ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ବୈଠକ।
ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବୈଠକ। ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା। ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା । ସେଣ୍ଟରରେ ମେଡିକାଲ ସୁବିଧା, ପାଣି ସୁବିଧା କରାଇବାକୁ ନିର୍ଦ୍ଦେଶ ।
ଭୁବନେଶ୍ବର: ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ ବୈଠକ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। ନିଟ ପରୀକ୍ଷା ସୁପରିଚାଳନା ପାଇଁ ଆଲୋଚନା ବୈଠକରେ ସାମିଲ ହେଲେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ସଚିବ । ବୈଠକରେ ଜିଲ୍ଲାପାଳ ମାନଙ୍କ ସହ ପୋଲିସ ମୁତୟନ ଏବଂ ଡବଲ ପ୍ରିକ୍ସନ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ଗତକାଲି କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟ ମାନଙ୍କ ସହ ବୈଠକ କରିଥିଲେ. କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟବେକ୍ଷକ ଆସିବେ ଏବଂ ଆମର ମଧ୍ୟ ପର୍ଯ୍ୟବେକ୍ଷକ ରହିବେ। ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି, କଣ ବ୍ୟବସ୍ଥା ହୋଇଛି ଜିଲ୍ଲାପାଳ ମାନଙ୍କ ଠାରୁ ପଚାରି ବୁଝା ଯାଇଛି। ସୁପର ଭାଇଜର, ପୋଲିସ, ମାଜିଷ୍ଟ୍ରେଟ ଠିକ ସମୟରେ ପହଞ୍ଚିବେ, ଯାହାକୁ ଯାହା ଦାୟିତ୍ୱ ଦିଆଯାଇଛି ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ କୁହାଯାଇଥିବା ବେଳେ, ପରୀକ୍ଷା ସେଣ୍ଟରକୁ ମଧ୍ୟ ସାନିଟାଈଜ କରାଯିବ। ଯୋଗ ଦିବସ କାର୍ଯ୍ୟକ୍ରମ ୮ଟା ସୁଦ୍ଧା ସାରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ। ସେଣ୍ଟରରେ ମେଡିକାଲ ସୁବିଧା, ପାଣି ସୁବିଧା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି. ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ସହ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଧ୍ୟ ଆଲୋଚନା କରିଛନ୍ତି। ରାଜ୍ୟର 27 ଟି ସହରର 132 ଟି ପରୀକ୍ଷା କେନ୍ଦ୍ରରେ 56983 ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
