Shooting Accident: ଦୁର୍ଘଟଣା ପରେ ବାଲି ହସ୍ପିଟାଲରେ ନୁସରତ ଭରୁଚା
ବି-ଟାଉନ ଅଭିନେତ୍ରୀ ନୁସରତ ଭରୁଚାକୁ ନେଇ ବଡ ଖବର ସାମ୍ନାକୁ ଆସିଛି | ଯେଉଁଥିରେ ସେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି |

ଆକାଶବାଣୀ ଓ ପ୍ୟାରର ପଞ୍ଚମନାମା ଭଳି ଫିଲ୍ମରେ ଫ୍ୟାନ୍ସଙ୍କ ମନ କିଣିଥିବା ଅଭିନେତ୍ରୀ ନୁସରତ ଭରୁଚା ଏହି ସମୟ ଚର୍ଚ୍ଚାରେ ଅଛନ୍ତି | ସୂଚନା ଅନୁସାରେ ,ବିଦେଶରେ ଗୋଟିଏ ପ୍ରୋଜେକ୍ଟ ସୁଟିଙ୍ଗ ସମୟରେ ନୁସରତଙ୍କ ସହ ଦୁର୍ଘଟଣା ହୋଇଛି ,ଯାହାଦ୍ୱାରା ସେ ଆହାତ ହୋଇଛନ୍ତି | ଆହତ ପରେ ନୁସରତ ଭରୁଚାକୁ ପାଖରେ ଥିବା ହସ୍ପିଟାଲ ତାଙ୍କୁ ଭର୍ତ୍ତି କରାଯାଇଥିଲା | ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି | ରିପୋର୍ଟ ଅନୁଯାୟୀ ,ଏହି ସମୟରେ ନୁସରତ ଭରୁଚା ଇଣ୍ଡୋନେସିଆର ଦ୍ୱୀପର ପ୍ରାନ୍ତ ବାଲିରେ ଅଛନ୍ତି | ସେଠାରେ ସେ ନିଜର ୱର୍କ କମିଟମେଣ୍ଟ ଆଧାରରେ ଗୋଟିଏ ପ୍ରୋଜେକ୍ଟ ରେ କାମ କରୁଥିଲେ | ତାଙ୍କୁ ତୁରନ୍ତ ବାଲିର ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଯେଉଁଠି ଛୋରୀ ଫିଲ୍ମର ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଛି | ତେବେ ,ଏହି ରିପୋର୍ଟରେ ନୁସରତ ଭରୁଚାଙ୍କୁ କେତେ ଆଘାତ ଲାଗିଛି ଏବଂ ଏହି ଦୁର୍ଘଟଣା ପ୍ରକୃତ କାରଣ କଣ ,ତାହା ପ୍ରକାଶ କରାଯାଇନାହିଁ | ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଚିନ୍ତା ବଢିଯାଇଛି | ଫ୍ୟାନ୍ସମାନେ ନୁସରତ ଭରୁଚାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି | ଏହା ପ୍ରଥମ ଥର ନୁହେଁ, ଯେତେବେଳେ ନୁସରତ ଭରୁଚାତାଙ୍କ ଅଭିନୟ କ୍ୟାରିୟର ବ୍ୟତୀତ ଅନ୍ୟ କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି | ଏହା ପୂର୍ବରୁ ମଧ୍ୟପ୍ରାଚ୍ୟରେ ହୋଇଥିବା ସଂଘର୍ଷ ସମୟରେ ନୁସରତ ସେଠାରେ ଫସିଯାଇଥିଲେ | ପରେ ତାଙ୍କୁ ଉଦ୍ଧାର କରି ଭାରତକୁ ଅଣାଯାଇଥିଲା |
