ବୁଦା ମୂଳରୁ ଶୁଭିଲା କୁନି ଶିଶୁର କାନ୍ଦ, ସାମ୍ନାକୁ ଆସିଲା ଅଜଣା ରହସ୍ୟ!
ନବରଙ୍ଗପୁରରେ ପୁଣି ଅମାନବୀୟ ଘଟଣା! ଜନ୍ମର କିଛି ସମୟ ପରେ ବୁଦା ମୂଳରେ ଛାଡ଼ିଦେଲେ ନବଜାତ ଶିଶୁକନ୍ୟାକୁ |
S
By Swarna Prava GiriPublished: Oct 17, 2026, 07:26 PM •1 min read •3 Views
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ନବଜାତ ଶିଶୁକନ୍ୟାକୁ ବୁଦା ମୂଳରେ ଛାଡ଼ି ଚାଲିଗଲା ମାଆ। ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ଗ୍ରାମ ନିକଟ ଡଲଫିନ୍ ରିସର୍ଟ ସାମ୍ନା ପଡ଼ିଆରୁ ଉଦ୍ଧାର ହୋଇଛି ଶିଶୁକନ୍ୟା । ଜନ୍ମର କିଛି ସମୟ ପରେ ଶିଶୁକନ୍ୟାକୁ ବୁଦା ମୂଳରେ ଛାଡ଼ିଦେଇଥିବା ଦେଖିବାକୁ ମିଳିଛି। ଶିଶୁକନ୍ୟା ର ଅନ୍ତନାଡ଼ ଲାଗିଥିବା ଅବସ୍ଥାରେ ମିଳିଛି ନବଜାତକ । ଶିଶୁର କାନ୍ଦ ଶୁଣି ଉଦ୍ଧାର ପାଇଁ ଆଗେଇ ଆସିଥିଲେ ସ୍ଥାନୀୟ ଲୋକେ । ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ନବଜାତକକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶିଶୁ କନ୍ୟାକୁ କିଏ ବୁଦା ମୂଳରେ ଫିଙ୍ଗିଦେଇ ପଳେଇଛି ତାହା ଜଣାପଡିନାହିଁ । ନବଜାତ ଶିଶୁକନ୍ୟାଟିର ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇଛି। ପରେ ନବଜାତ ଶିଶୁକନ୍ୟାକୁ ମା’ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।
Comments0
Leave a Reply
Loading comments...
