Brahmagiri Firing Case:ବ୍ରହ୍ମଗିରି ଗୁଳିକାଣ୍ଡ: ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଗୁଳିକାଣ୍ଡ ଘଟଣାରେ ପୋଲିସର ତଦନ୍ତ ଜୋରଦାର ହୋଇଛି। ମୁଖ୍ୟ ଅଭିଯୁକ୍ତ ଆତ୍ମସମର୍ପଣ ପରେ ଗିରଫ ହୋଇଥିବା ବେଳେ, ଘଟଣାସ୍ଥଳରେ ପୋଲିସ ଛାନ୍ଭିନ୍ କରି ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମଗିରି ପୋଲିସ।
P
By Priti Chhanda BeheraPublished: Oct 17, 2026, 07:26 PM •1 min read •4 Views

ପୁରୀ:ବ୍ରହ୍ମଗିରି ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ବୁଲୁ ପାହାଳକୁ ଗିରଫ କରିଛି ପୋଲିସ। ଗତକାଲି ସେ ଆତ୍ମସମର୍ପଣ କରିଥିବା ବେଳେ, ଆଜି ତାକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମଗିରି ପୋଲିସ। ଗୁଳିକାଣ୍ଡ କିପରି ଘଟିଥିଲା, ସେନେଇ ଅଭିଯୁକ୍ତକୁ ପଚରାଉଚରା ସହ ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୪ ତାରିଖରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗ୍ରାମ ମୁଣ୍ଡରେ ତୋଫାନ ପାହାଳଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ବୁଲୁ। ଗୁଳିମାଡ଼ରେ ଆହତ ତୋଫାନ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ହରି ପାହାଳ ଏବେ ବି ଫେରାର ରହିଛି। ତାକୁ ଗିରଫ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ୧୦ଟି ପୋଲିସ ଟିମ୍ ଡେରା ପକାଇଛନ୍ତି। ଫେରାର ଅଭିଯୁକ୍ତକୁ ଧରିବା ସହ ଗୁଳିକାଣ୍ଡର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି।
Comments0
Leave a Reply
Loading comments...
