22 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ଚୋରା ଗଞ୍ଜେଇ ବେପାର ପର୍ଦାଫାଶ। 22 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ 4 ଜଣ ବେପାରୀଙ୍କୁ ଗିରଫ କରିଛି ନାଉଗାଁ ପୋଲିସ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ।
ଦିନରେ ଫେରିବାଲା ରାତିରେ ଗଞ୍ଜେଇ ବେପାରୀ। ଯାହାକୁ ନେଇ ଏବେ ପର୍ଦାଫାଶ କରିଛି ଜଗସିଂହପୁର ଜିଲ୍ଲା ନାଉଗାଁ ପୋଲିସ। 22 କେଜିରୁ ଅଧିକ ଗଞ୍ଜେଇ ଜବତ ସହ 4 ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ ଘଟଣାରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ l ସୂଚନା ଅନୁସାରେ, ଗତକାଲି ବୁଧବାର ନାଉଗାଁ ପୋଲିସର ଗୋଟେ ଟିମ ଦେବୀଦୋଳ ବ୍ରିଜ ନିକଟରେ ଚେକିଙ୍ଗ କରୁଥିବା ସମୟରେ 4 ଜଣ ବେପାରୀ ଦୁଇଟି ଲୁନା ଗାଡି ଯୋଗେ ଗଞ୍ଜେଇ ଆଣି ଆସୁଥିବା ବେଳେ ପୋଲିସକୁ ଦେଖି ଫେରିଯାଉଥିଲେ। ତେବେ ଉପସ୍ଥିତ ଥିବା ପୋଲିସ ଅତର୍କ୍ରିତ ଭାବେ ସେମାନଙ୍କ ଉପରେ ଚଢ଼ାଉ କରି 4 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 22 କେଜିରୁ ଉର୍ଦ୍ଧ ଗଞ୍ଜେଇ ଓ ଦୁଇଟି ଲୁନା ଗାଡି ମଧ୍ୟ ପୋଲିସ ଜବତ କରିଥିଲା। ତେବେ ସମସ୍ତ ଗଞ୍ଜେଇ ବେପାରୀ ପଶ୍ଚିମବଙ୍ଗର ମେଦିନୀପୁରର ସେଖ୍ ରଵାନୀ, ଏସ୍କେ ରକିବୁଲ, ଏସ୍କେ ଆୟର ଅଲ୍ଲୀ ଓ ମୁକ୍ତାର ଅଲ୍ଲୀ ସାହା। ଅନ୍ୟପଟେ ଅଭିଯୁକ୍ତ ମାନେ ୱେଷ୍ଟବେଙ୍ଗଲର କେଉଁଠାରୁ ଏହି ଗଞ୍ଜେଇ ଆଣୁଥିଲେ ଏବଂ କାହାକୁ ଏହି ଗଞ୍ଜେଇ ସପ୍ଲାଏ ହେଉଥିଲା ସେନେଇ ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନାଉଗାଁ ଅତିରିକ୍ତ ଏସ୍ପି ସର୍ବେଶ୍ୱର ଦାସ ସୂଚନା ପ୍ରଦାନ କରିଛନ୍ତି l
