ଏକ୍ସ-ଗାର୍ଲଫ୍ରେଣ୍ଡକୁ ୩୫ ସେକେଣ୍ଡରେ ୩୦ଥର ଛୁରୀ ଭୁଷିଲା
ସଂଧ୍ୟାରେ ଡିମ୍ପଲ ଅଫିସରେ କାମ କରୁଥିଲେ। ଅଫିସରେ ହରବିନ୍ଦର ପହଞ୍ଚିଥିଲା। ଦୁହିଁଙ୍କ ଭିତରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଦେଖୁ ଦେଖୁ ପାଖରେ ରଖିଥିବା ଛୁରୀରେ ଡିମ୍ପଲଙ୍କ ବେକକୁ ଭୁଷି ଚାଲିଲା

ମୋହାଲିରେ ମର୍ଡର। ଅଫିସରେ ପଶି ଏକ୍ସ ଗାର୍ଲଫ୍ରେଣ୍ଡକୁ ଛୁରୀ ଭୁଷି ହତ୍ୟା କଲା ଯୁବକ। ୩୫ ସେକେଣ୍ଡରେ ୩୦ଥର ଭୁଷିଲା। ଆଉ ହତ୍ୟା କଲା ପରେ ନିଜେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲା। ଚଣ୍ଡିଗଡ଼ ମୋହାଲି ସେକ୍ଟର ୬୬ ଫେଜ୍ ୧୧ ସ୍ଥିତ ଏକ କମ୍ପାନୀ ଭିତରେ ଏହି ହତ୍ୟାକାଣ୍ଡ ଘଟିଛି। ୬ ମାସ ତଳୁ ଦୁହିଁଙ୍କ ଭିତରେ ବ୍ରେକଅପ୍ ହୋଇଯାଇଥିଲା। ଏହା ପରେ ହରବିନ୍ଦର ମାନସିକ ରୂପରେ ଭାଙ୍ଗିଯାଇଥିଲା। ପ୍ରେମିକା ଡିମ୍ପଲଙ୍କ ସହ ପୁଣି ଥରେ ସମ୍ପର୍କ ରଖିବାକୁ ପ୍ରୟାସ କରୁଥିଲା। ହେଲେ ଡିମ୍ପଲ ତାଠୁ ଦୂରତା ବଜାୟ ରଖୁଥିଲେ। ଆଉ ଏହା ହରବିନ୍ଦରଙ୍କୁ ଅବସାଦ ଭିତରକୁ ଠେଲିଦେବା ସହ ଡିମ୍ପଲ ଯଦି ତାଙ୍କର ହେଲାନି, ତ କାହାର ହେବନି କହି ମନସ୍ଥିର କରିସାରିଥିଲା। ସଂଧ୍ୟାରେ ଡିମ୍ପଲ ଅଫିସରେ କାମ କରୁଥିଲେ। ଅଫିସରେ ହରବିନ୍ଦର ପହଞ୍ଚିଥିଲା। ଦୁହିଁଙ୍କ ଭିତରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଦେଖୁ ଦେଖୁ ପାଖରେ ରଖିଥିବା ଛୁରୀରେ ଡିମ୍ପଲଙ୍କ ବେକକୁ ଭୁଷି ଚାଲିଲା। ଅଫିସରେ ଥିବା କର୍ମଚାରୀମାନେ ଛଡ଼ାଇବାକୁ ଚେଷ୍ଟା କରି ବି ବିଫଳ ହେଲେ। ଡିମ୍ପଲଙ୍କୁ ମାରିବା ପରେ ସେହି ଛୁରୀରେ ନିଜକୁ ଭୁଷିଦେଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ହସ୍ପିଟାଲ ନେଇଥିଲା। ଡିମ୍ପଲଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ହରବିନ୍ଦରଙ୍କ ଚିକିତ୍ସା ଜାରି ରହିଛି। ହରବିନ୍ଦରର ଅବସ୍ଥା ସଂକଟାପନ୍ନ ରହିଛି। ହୋସ୍ ଆସିବା ପରେ ହରବିନ୍ଦରକୁ ପୁଲିସ ଗିରଫ କରି ମର୍ଡର ପଛର ପ୍ରକୃତ କାରଣ ବାହାର କରିବ। ହରବିନ୍ଦର ଓ ଡିମ୍ପଲ ଉଭୟ ପଟିଆଲା ବାସିନ୍ଦା। ହରବିନ୍ଦରଙ୍କ ବାପାମାଆ ବିଦେଶରେ ରୁହନ୍ତି। ଏହା ଏକତରଫା ପ୍ରେମ ନା ରିଲେସନ ବ୍ରେକଅପରୁ ଏଭଳି ହତ୍ୟାକାଣ୍ଡ, ପୁରା ରହସ୍ୟ ଓଗାଳିବ ପୁଲିସ।
