MLA-EO କଥା କଟାକଟି
“ମୁଁ କହୁଥିବା ବେଳେ ମଝିରେ କଥା କହନ୍ତୁ ନାହିଁ” ବୋଲି ବୈଠକରେ କହିଥିଲେ ବିଧାୟିକା। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ତୀବ୍ର ହୋଇଥିଲା ଏବଂ ବୈଠକରେ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥିଲା।

MLA-EO ବଚସା। ବୟାନାରେ ବଚସା ଓ ହାଇଡ୍ରାମା। ବିଧାୟିକାଙ୍କୁ ଦୁର୍ବ୍ୟବହାର କରି ମହିଳା ଅଧିକାରୀ ସସପେଣ୍ଡ। ବିଧାୟିକା ରିତୁ ବାନାଓ୍ୱତଙ୍କୁ ପୌରପାଳିକା ଅଧିକାରୀ ଅନୀତା କୁଶଓ୍ୱାହା କଲେ ଦୁର୍ବ୍ୟବହାର। ନିର୍ଦ୍ଦଳୀୟ ବିଧାୟିକା ରିତୁଙ୍କୁ ତୁ କିଏ ବୋଲି କହିଥିଲେ ଅନୀତା। ରାଜସ୍ଥାନର ଭରତପୁର ଜିଲ୍ଲାର ବୟାନାରେ ସରକାରୀ ବୈଠକ ସାଜିଲା ଆଖଡ଼ା। ଭିଡ଼ିଓ ଭାଇରାଲ। ସଫେଇ ବ୍ୟବସ୍ଥା, ଟେଣ୍ଡର ପ୍ରକ୍ରିୟା ଓ ନଗରପାଳିକାର କାମକୁ ନେଇ ବିଧାୟିକା ଏକ ସମୀକ୍ଷା ବୈଠକ ନେଉଥିଲେ। ଅଧିକାରୀମାନଙ୍କୁ ପ୍ରଶ୍ନ କରାଯାଉଥିବା ସମୟରେ EO ଅନିତା କୁଶୱାହାଙ୍କ ପକ୍ଷରୁ କିଛି ମତାମତ ରଖାଯାଇଥିଲା ଏବଂ ସେଥିରୁ ତର୍କ ଆରମ୍ଭ ହେଲା। “ମୁଁ କହୁଥିବା ବେଳେ ମଝିରେ କଥା କହନ୍ତୁ ନାହିଁ” ବୋଲି ବୈଠକରେ କହିଥିଲେ ବିଧାୟିକା। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ତୀବ୍ର ହୋଇଥିଲା ଏବଂ ବୈଠକରେ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥିଲା। ବୈଠକ ବେଳେ EOଙ୍କ ଭଣଜା ନିତିନ କୁଶୱାହା ମଧ୍ୟ ଆଲୋଚନାରେ ହସ୍ତକ୍ଷେପ କରିଥିବା କଥା ଉଠିଛି। ବିଧାୟିକା ତାଙ୍କ ପରିଚୟ ପଚାରି ବୈଠକରେ ହସ୍ତକ୍ଷେପ ନ କରିବାକୁ କହିଥିଲେ ବୋଲି ଖବର ରହିଛି। ଏହାକୁ ନେଇ ମାହୋଲ ଅଧିକ ଗରମ ହୋଇଯାଇଥିଲା। ବିଧାୟିକା ରିତୁ ବନାୱତ ଅଭିଯୋଗ କରିଥିଲେ ଯେ ବୈଠକ ସମୟରେ EO ତାଙ୍କ ସହ ଅଭଦ୍ର ବ୍ୟବହାର କରିଛନ୍ତି। ଏ ସମ୍ପର୍କିତ ଅଭିଯୋଗ ନଗର ଉନ୍ନୟନ ମନ୍ତ୍ରୀ, ଆରଡିସି ଓ ଭରତପୁର ଜିଲ୍ଲାପାଳଙ୍କ ପାଖରେ କରିଛନ୍ତି ବିଧାୟିକା। ପରେ ପୌରପାଳିକା ଅଧିକାରୀ ଅନୀତା କୁଶଓ୍ୱାହାଙ୍କୁ ସସପେଣ୍ଡ କରାଯାଇଛି।
