KANPUR SUICIDE FOR LOVE:ପ୍ରେମିକ ସହ ମାଆର ଫୋନରେ କଥାବାର୍ତ୍ତା- ସହିନପାରି ପୁଅ କଲା ଆତ୍ମହତ୍ୟା!
ମାମଲାର ୨୪ ଘଣ୍ଟା ପରେ ସାନ ପୁଅ ଏହାର ଖୁଲାସା କରିଛି। ପୂର୍ବରୁ ମାଆ ଅନେକ ବାହାନା କରୁଥିଲେ। ହେଲେ ପୋଷ୍ଟମର୍ଟମ ରିପୋର୍ଟରେ ସବୁ ସତ ପଦାକୁ ଆସିଗଲା। ସତ୍ୟମଙ୍କ ବାପା ସର୍ବେଶ ମୁମ୍ୱାଇରେ ଚାକିରୀ କରନ୍ତି। ମା ସୁନୀତା ଗାଁ ଲୋକଙ୍କୁ ମିଛ କହିଥିଲେ ଯେ, ପୁଅର ବେମାରରୁ ମୃତ୍ୟୁ ହୋଇଗଲା।

ମାଆଙ୍କ ପ୍ରେମିକ ସହ ଫୋନରେ କଥା ହେବା ଦେଖି ଭାଙ୍ଗିପଡ଼ିଲା ବଡ଼ ପୁଅ ସତ୍ୟମ। ଏଥିରେ ବ୍ୟଥିତ ହୋଇ ଫାଶୀ ଦେଇ ଝୁଲିପଡ଼ିଲା। କାରଣ ମାଆଙ୍କ ପ୍ରେମିକ ସହ ଏଭଳି କଥାବାର୍ତ୍ତାକୁ ସେ ବିରୋଧ କରୁଥିଲା। ପୁଅର ମୃତ୍ୟୁକୁ ବେମାରି କାରଣରୁ ବତାଇଥିଲେ ମାଆ। ହେଲେ ସାନ ପୁଅ ପୁଲିସର ପଚରାଉଚୁରାରେ ସବୁ ସତ ଓଗାଳିଦେଲା। କାନପୁର ମହାରାଜପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାଆର ପ୍ରେମିକଙ୍କ ଚକ୍କରରେ ୧୪ ବର୍ଷ ପୁଅ ସତ୍ୟମର ଜୀବନ ଚାଲିଗଲା। ମହିଳା ପ୍ରାୟ ସମୟ ତାଙ୍କ ପ୍ରେମିକଙ୍କ ସହ କଥାବାର୍ତ୍ତା କରନ୍ତି। ହେଲେ ବଡ଼ ପୁଅ ସତ୍ୟମକୁ ଏହା ପସନ୍ଦ ନଥିଲା। ବିରୋଧ କଲେ ମାଆ ତାକୁ ଗାଳି ଦେଇ ଚୁପ୍ କରାଇଦେଉଥିଲେ। ଶେଷରେ ମାଆର ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା କରିଦେଲା ପୁଅ। ମାମଲାର ୨୪ ଘଣ୍ଟା ପରେ ସାନ ପୁଅ ଏହାର ଖୁଲାସା କରିଛି। ପୂର୍ବରୁ ମାଆ ଅନେକ ବାହାନା କରୁଥିଲେ। ହେଲେ ପୋଷ୍ଟମର୍ଟମ ରିପୋର୍ଟରେ ସବୁ ସତ ପଦାକୁ ଆସିଗଲା। ସତ୍ୟମଙ୍କ ବାପା ସର୍ବେଶ ମୁମ୍ୱାଇରେ ଚାକିରୀ କରନ୍ତି। ମା ସୁନୀତା ଗାଁ ଲୋକଙ୍କୁ ମିଛ କହିଥିଲେ ଯେ, ପୁଅର ବେମାରରୁ ମୃତ୍ୟୁ ହୋଇଗଲା। କାରଣ ପୁଅ ଆତ୍ମହତ୍ୟା କରିବା ପରେ ଶବକୁ ଓହ୍ଲାଇ ଖଟରେ ଶୁଆଇଦେଇଥିଲେ ସୁନୀତା। ଆଉ ବେମାରିରି ମୃତ୍ୟୁ ହୋଇଗଲା କହି କାନ୍ଦିକି ଚିଲେଇଥିଲେ। ସାନ ପୁଅକୁ ବି ଏହା ହୋଇଛି ବୋଲି କହିବାକୁ ତାଗିଦ କରିଦେଇଥିଲେ। ହେଲେ ଗାଁ ଲୋକେ ଜାଣିଥିଲେ, ସୁନୀତାଙ୍କ ପ୍ରେମସମ୍ପର୍କ ବାବଦରେ। ସେଥିଲାଗି ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଆଉ ସନ୍ଦେହ କରିଥିଲେ ଯେ, ପ୍ରେମିକ ସହ ମିଶି ମାଆ ସତ୍ୟମକୁ ମାରିଦେଇଥିବ। ଗଳାରେ ନୀଳ ଦାଗ ଦେଖି ପୁଲିସ ଶବ ବ୍ୟବଛେଦ ଲାଗି ପଠାଇଥିଲା। ଆଉ ମୁମ୍ୱାଇରେ ରହୁଥିବା ସର୍ବେଶକୁ ତୁରନ୍ତ ସୂଚନା ଦେଇଥିଲେ। ଆରମ୍ଭରୁ ମାଆ ଓ ସାନ ପୁଅ ବିଭ୍ରାନ୍ତ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏସିପି ଆଶୁତୋଷ ସିଂ ମୃତକଙ୍କ ଘରକୁ ଯାଇ ଜେରା ପରେ ସାନ ପୁଅ ସତ ଓଗାଳିଦେଲା। ସାନ ପୁଅ କହିଥିଲା ରାଗରେ ବଡ଼ ଭାଇ ଫାଶୀ ଦେଇଦେଲା। ଆତ୍ମହତ୍ୟା ପରେ ସେ ଓ ତାଙ୍କ ମାଆ ମିଶିକି ଶବକୁ ତଳକୁ ଓହ୍ଲାଇଥିଲେ। ସେପଟେ ଭିସେରା ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପୁଲିସ।
