ଜେଲରେ ପତ୍ନୀ ଓ ପିଲା ସହ ରହିବେ କଏଦୀ!
ଚୟନ ହୋଇଥିବା କଏଦୀ ସକାଳୁ ଜେଲ ବାହାରକୁ ଯିବେ। ସମାଜ ବା ପରିବାର ସହ ଭେଟିପାରିବେ। ରୋଜଗାର କରିବେ ଓ ସଂଧ୍ୟାର ନିର୍ଦ୍ଧାରିତ ସମୟ ସୁଦ୍ଧା ବାରାକକୁ ଫେରିବେ। ଦେଶତମାମ ୧୭ ରାଜ୍ୟରେ ୧୦୩ଟି ଓପନ ଜେଲ୍ ଅଛି। କିନ୍ତୁ ଝାଡ଼ଖଣ୍ଡରେ ଗୋଟିଏ ବି ଓପନ ଜେଲ୍ ନାହିଁ। ହଜାରିବାଗରେ ପୂର୍ବରୁ ସ୍ୱତନ୍ତ୍ର ଜେଲ୍ ଅଛି। ଯେଉଁଠି କେବଳ ଆତ୍ମସମର୍ପଣକାରୀ ମାଓବାଦୀ ରହୁଥିଲେ।

ଜେଲରେ ପତ୍ନୀ ଓ ପିଲା ସହ ରହିବେ କଏଦୀ। ସକାଳେ ରୋଜଗାର ପାଇଁ ବାହାରକୁ ଯିବେ। ଆଉ ସଂଧ୍ୟା ସୁଦ୍ଧା ଫେରିବେ। ଝାଡ଼ଖଣ୍ଡରେ କଏଦୀଙ୍କ ଜୀବନରେ ପରିବର୍ତ୍ତନ ଓ ତାଙ୍କ ବ୍ୟବହାରରେ ସୁଧାର ଲାଗି ସେଣ୍ଟ୍ରାଲ ଜେଲରେ ଓପନ ଜେଲ ବା ମୁକ୍ତାକାରାଗାର ହେବ। ଏହାର ଶୁଭାରମ୍ଭ ହଜାରିବାଗ ସେଣ୍ଟ୍ରାଲ ଜେଲରେ ହେବ। ଯେଉଁଠି କଏଦୀ ନିଜ ପରିବାର ସହ ରହି ଦିନତମାମ ରୋଜଗାର ଅନ୍ୱେଷଣରେ ବାହାରେ ରହିପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭଳି ପଦକ୍ଷେପ ନିଆଯାଉଛି। ହଜାରିବାଗରେ ୩୨ ଏକରରେ ହେବାକୁ ଥିବା ଓପନ ଜେଲରେ ଶହେ ଫ୍ଲାଟ୍ ତିଆରି ହେବ। ଓପନ ଜେଲରେ ରହିବାକୁ ଯୋଗ୍ୟ ବନ୍ଦୀ ନିଜ ପତ୍ନୀ ଓ ପିଲାଙ୍କ ସହ ଏଠାରେ ରହିପାରିବେ। ହଜାରିବାଗ ପରେ ରାଞ୍ଚି, ଡୁମକା, ପଲାମୁ, ଘାଘିଡ଼ି ଓ ଜାମସେଦପୁର କେନ୍ଦ୍ରୀୟ କାରାଗାରରେ ବି ଏଭଳି ଜେଲ ହେବ। ଓପନ ଜେଲ। ବନ୍ଦୀଙ୍କୁ ସୁଧାରିବା ଦିଗରେ ଏକ ସକରାତ୍ମକ ପଦକ୍ଷେପ ଅଟେ। ଯାହା ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ହେଉଛି। ଓପନ ଜେଲରେ ସେ କଏଦୀ ରହିବେ, ଯେଉଁମାନଙ୍କ ଆଚରଣ ଉଚ୍ଚସ୍ତରୀୟ କମିଟି ଦ୍ୱାରା ନିର୍ଦ୍ଧାରିତ ହୋଇଥିବ। ଓପନ ଜେଲ ନିର୍ମାଣ ହେବା ଯାଏ ଝାଡ଼ଖଣ୍ଡ ଜେଲରେ ଓପନ ବାରାକ ତିଆରି କାମ ଆରମ୍ଭ ହୋଇସାରିଛି। ଚୟନ ହୋଇଥିବା କଏଦୀ ସକାଳୁ ଜେଲ ବାହାରକୁ ଯିବେ। ସମାଜ ବା ପରିବାର ସହ ଭେଟିପାରିବେ। ରୋଜଗାର କରିବେ ଓ ସଂଧ୍ୟାର ନିର୍ଦ୍ଧାରିତ ସମୟ ସୁଦ୍ଧା ବାରାକକୁ ଫେରିବେ। ଦେଶତମାମ ୧୭ ରାଜ୍ୟରେ ୧୦୩ଟି ଓପନ ଜେଲ୍ ଅଛି। କିନ୍ତୁ ଝାଡ଼ଖଣ୍ଡରେ ଗୋଟିଏ ବି ଓପନ ଜେଲ୍ ନାହିଁ। ହଜାରିବାଗରେ ପୂର୍ବରୁ ସ୍ୱତନ୍ତ୍ର ଜେଲ୍ ଅଛି। ଯେଉଁଠି କେବଳ ଆତ୍ମସମର୍ପଣକାରୀ ମାଓବାଦୀ ରହୁଥିଲେ। ଓପନ ଜେଲରେ ପାରମ୍ପରିକ ଜେଲ ଭଳି ଉଚ୍ଚ ପାଚେରୀ, ଭାରି ସୁରକ୍ଷା ନଥାଏ। ଏଠାରେ ରହୁଥିବା କଏଦୀଙ୍କୁ ସର୍ବନିମ୍ନ ନଜରରେ ରଖାଯାଏ। ଯଦି ଏଠାରେ ରହୁଥିବା କଏଦୀ ସକାଳୁ କାମକୁ ଯିବେନି ଓ ସଂଧ୍ୟା ସୁଦ୍ଧା କାମରୁ ଫେରିବେନି, ତାହେଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୁଏ। ଭଲ ଆଚରଣ କରୁଥିବା ଦୋଷୀ ସାବ୍ୟସ୍ତ ବନ୍ଦୀ, ଯେଉଁମାନଙ୍କର ଦଣ୍ଡାଦେଶର ଅଧିକାଂଶ ସମୟ ବିତିଯାଇଛି । ଯେଉଁମାନଙ୍କଠାରୁ ସମାଜ ପ୍ରତି ସୁରକ୍ଷା ବିପଦର ଆଶଙ୍କା କମ୍ ରହିଛି। ସେମାନେ ଓପନ ଜେଲରେ ରୁହନ୍ତି। ସାଧାରଣତଃ ବିଚାରାଧୀନ ବନ୍ଦୀମାନଙ୍କୁ (Undertrial Prisoners) ଓପନ୍ ଜେଲ୍ର ସୁବିଧା ମିଳିନଥାଏ। ରାଜସ୍ଥାନରେ ସର୍ବାଧିକ ଓପନ୍ ଜେଲ୍ ରହିଛି ଏବଂ ଏହି ବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାରେ ରାଜସ୍ଥାନକୁ ଅଗ୍ରଣୀ ରାଜ୍ୟ ଭାବେ ଗଣାଯାଏ। ଏହା ବ୍ୟତୀତ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଆସାମ ସମେତ ଅନେକ ରାଜ୍ୟରେ ମଧ୍ୟ ଓପନ୍ ଜେଲ୍ କାର୍ଯ୍ୟକ୍ଷମ ରହିଛି। ଚଳିତବର୍ଷ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଓପନ୍ କରେକ୍ସନାଲ୍ ଇନଷ୍ଟିଟ୍ୟୁସନ୍ (Open Correctional Institutions)ର ସଂଖ୍ୟା ବଢ଼ାଇବା ଏବଂ ପାରମ୍ପରିକ କାରାଗାରଗୁଡ଼ିକରେ ଅତ୍ୟଧିକ ଭିଡ଼ କମାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ମହିଳା ବନ୍ଦୀମାନଙ୍କ ପାଇଁ ଓପନ୍ ଜେଲ୍ର ସୁବିଧା ସୀମିତ ଥିବା ନେଇ ମଧ୍ୟ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ମାତ୍ର ଓପନ୍ ଏୟାର ଜେଲ୍ (Open Air Jail) କାର୍ଯ୍ୟକ୍ଷମ ରହିଛି। ଏହା ଖୋର୍ଦ୍ଧା ଜିଲ୍ଲାର ଜାମୁଝରିସ୍ଥିତ ‘ବିଜୁ ପଟ୍ଟନାୟକ ଓପନ୍ ଏୟାର ଆଶ୍ରମ’ ନାମରେ ପରିଚିତ।ଏହି ଓପନ୍ ଜେଲ୍ର ମଞ୍ଜୁରୀପ୍ରାପ୍ତ କ୍ଷମତା ୧୨୫ ଜଣ ବନ୍ଦୀ। ଏଠାରେ ୪୦ ଜଣ ଦୋଷୀ ସାବ୍ୟସ୍ତ ବନ୍ଦୀ ରହୁଛନ୍ତି। ଏହି ଓପନ୍ ଏୟାର ଜେଲ୍ରେ କେବଳ ଭଲ ଆଚରଣ କରୁଥିବା ଏବଂ ଦଣ୍ଡାଦେଶର ଶେଷ ପର୍ଯ୍ୟାୟରେ ଥିବା ଦୋଷୀ ସାବ୍ୟସ୍ତ ବନ୍ଦୀମାନଙ୍କୁ ରଖାଯାଇଛି। ସେମାନଙ୍କୁ ଦିନରେ କାମ କରିବା, ରୋଜଗାର କରିବା ଏବଂ ସମାଜକୁ ଫେରିବା ପୂର୍ବରୁ ପୁନର୍ବାସ ପାଇଁ ପ୍ରସ୍ତୁତ ହେବାର ସୁଯୋଗ ମିଳେ।
