Asian Games 2026: ଟ୍ରାପ୍ରେ ମହିଳା ଟିମ୍ର ଚମକ, ପୁରୁଷ ଟିମ୍ ପଦକରୁ ବଞ୍ଚିତ
ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ଶୁଟିଂ ଟିମ୍ ଟ୍ରାପ୍ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାମରେ କରିଛି ଯେବେକି ,ପୁରୁଷ ଟିମ୍ ପଦକ ଜିତିବାରୁ ବଞ୍ଚିତ ହୋଇଗଲେ |

ସୁଟିଂ ଏକ ଏପରି ଖେଳ ରହିଛି ଯେଉଁଥିରେ ଭାରତୀୟ ଏସିଆନ୍ ଗେମ୍ସ ୨୦୨୬ରେ ଲଗାତାର ପଦକ ଜିତି ନିଜ ନାମରେ କରିଛନ୍ତି | ଆଜି ମଧ୍ୟ ଏଥିରୁ ବାଦ ପଡ଼ିନଥିଲା ଭାରତୀୟ ଟିମ୍ | ଭାରତର ମହିଳା ଟିମ୍ ଟ୍ରାପ୍ ଇଭେଣ୍ଟରେ ନିଜର ଚମତ୍କାର ଖେଳର ପ୍ରର୍ଦଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି | ହେଲେ ପୁରୁଷ ଟିମ୍ ଏହି ସଫଳତାକୁ ଦୋହରାଇ ପାରିଲା ନାହିଁ ଏବଂ ପଦକରୁ ବଞ୍ଚିତ ହେଲା | ଭାରତର ନୀରୁ ଢାଣ୍ଡା (୧୧୮), ଅସୀମା ଅହଲାବତ(୧୦୬), ଓ ମନୀଷା କୀର(୧୦୪) ସମୁଦାୟ ୩୨୮ ଅଙ୍କ ରୌପ୍ୟ ପଦକ ହାସଲ କରିଛନ୍ତି | ଚୀନ ୩୪୬ ଅଙ୍କ ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା | କୁବେତ ୩୨୫ ଅଙ୍କ କରି କାଂସ୍ୟ ପଦକ ନିଜ ନାମରେ କରିବାରେ ସଫଳ ହେଲା | ଖେଳ ଇଭେଣ୍ଟରେ ନୀରୁ ଶାନଦାର ଖେଳ ପ୍ରର୍ଦଶନ କରି ଏବଂ ୧୨୫ ରୁ ୧୧୮ ଅଙ୍କ ହାସିଲ କରି ଟିମ୍ କୁ କୁବେତ ଠାରୁ ଅଧିକ ଅଙ୍କ ଆଣିବାରେ ସାହାର୍ଯ୍ୟ କରିଥିଲେ | ନୀରୁ ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟରେ କତାରରେ ବାସିଲଙ୍କ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ | ଏହି ଫାଇନାଲ ଆଜି ହିଁ ଖେଳ ଯିବ | ଅର୍ଥାତ୍ ନୀରୁ ପାଖରେ ଦ୍ୱିତୀୟ ପଦକ ଜିତିବାର ସୁଯୋଗ ମଧ୍ୟ ଅଛି | ମହିଳା ଟିମ୍ ର ସଫଳତାକୁ ପୁରୁଷ ଟିମ୍ ଦୋହରାଇ ପାରିଲା ନାହିଁ ଏବଂ ଟ୍ରାପ୍ ଇଭେଣ୍ଟରେ ଭାରତକୁ ପଦକ ମିଳିଲା ନାହିଁ | ଶପଥ ଭରଦ୍ୱାଜ ,କିସାନ ଚେନାଇ ଓ ଆହବର ରିଜବି ଙ୍କ ଭାରତୀୟ ପୁରୁଷ ଟିମ୍ ୩୩୯ ଅଙ୍କ ସହିତ ଷଷ୍ଠ ସ୍ଥାନ ଅଧିକାର କରିଥିଲେ | କୁବେତ ୩୫୫ ଅଙ୍କ ସହିତ ସ୍ୱର୍ଣ୍ଣ ପଦକ ହାସଲ କଲା, ତେବେ କତାର ୩୪୯ ଅଙ୍କ ସହ ରୌପ୍ୟ ପଦକ ଜିତିଛନ୍ତି | କାଜାକିସ୍ଥାନ ୩୪୮ ଅଙ୍କ ସହ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି | ପୁରୁଷ ଟିମ୍ ରୁ ଶପଥ ଭରଦ୍ୱାଜ ବ୍ୟକ୍ତିଗତ ସ୍ପର୍ଦ୍ଧାରେ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି | ସେ ଏହି ଇଭେଣ୍ଟରେ ପଦକ ଜିତିବାରେ ଚେଷ୍ଟା କରିବେ |
