ଆସାମର ଜୋରହାଟରେ ବାୟୁସେନା ବିମାନ କ୍ରାସ୍
ଏଭଳି ଶହେ ବିମାନ ଭାରତୀୟ ବାୟୁସେନାରେ ସାମିଲ ଅଛି। ଏଭଳି ବିମାନ ବାୟୁସେନାର ଟ୍ରାନ୍ସପୋର୍ଟ କ୍ଷମତାକୁ ଲଗାତାର ବଢ଼ାଇଆସିଛି। ଯିଏ ଗରମ ପାଣିପାଗ ଓ ଉଚ୍ଚ ଏରିଆରେ ଅପରେସନ ବେଳେ ସେନାକୁ ମଝଭୁତି ଦିଏ। ଏହି ବିମାନ ଥରକେ ୬ରୁ୭ ଟନ୍ କ୍ଷମତା ପରିବହନ କରିପାରେ। ଏହା ସହ ୪୦ରୁ ୫୦ ଜବାନଙ୍କୁ ବି ନେଇପାରେ।

ଆସାମର ଜୋରହାଟରେ ବାୟୁସେନା ବିମାନ କ୍ରାସ୍। ଏୟାରଫୋର୍ସ ଷ୍ଟେସନରେ ଟ୍ରାନ୍ସପୋର୍ଟ ବିମାନ କ୍ରାସ୍ କରିଯାଇଛି। ଲ୍ୟାଣ୍ଡିଂ ବେଳେ ବିମାନ କ୍ରାସ କରିଯାଇଛି। ଆଉ ଅଚାନକ ନିଆଁ ଲାଗିଗଲା। ବିମାନ ଦୁଇ ଖଣ୍ଡ ହୋଇଯାଇଛି। ରେସକ୍ୟୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ଏନ-୩୨ ଏୟାରକ୍ରାଫ୍ଟ ଜୋରହାଟ ବିମାନବନ୍ଦର ଭିତରେ ହିଁ କ୍ରାସ୍ କରିଗଲା। କ୍ରାସ୍ ପଛର କାରଣକୁ ନେଇ ତନାଘନା ଜାରି ରହିଛି। ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏନ-୩୨ ବିମାନ ମାଲବାହୀ ବିମାନ ଥିଲା। ଏଭଳି ଶହେ ବିମାନ ଭାରତୀୟ ବାୟୁସେନାରେ ସାମିଲ ଅଛି। ଏଭଳି ବିମାନ ବାୟୁସେନାର ଟ୍ରାନ୍ସପୋର୍ଟ କ୍ଷମତାକୁ ଲଗାତାର ବଢ଼ାଇଆସିଛି। ଯିଏ ଗରମ ପାଣିପାଗ ଓ ଉଚ୍ଚ ଏରିଆରେ ଅପରେସନ ବେଳେ ସେନାକୁ ମଝଭୁତି ଦିଏ। ଏହି ବିମାନ ଥରକେ ୬ରୁ୭ ଟନ୍ କ୍ଷମତା ପରିବହନ କରିପାରେ। ଏହା ସହ ୪୦ରୁ ୫୦ ଜବାନଙ୍କୁ ବି ନେଇପାରେ। ମୁସ୍କିଲ ପରିସ୍ଥିତିରେ ଏହି ବିମାନ ବେଶ୍ ଭଲ କାମ କରିବା ଭଳି ଏହାକୁ ଡିଜାଇନ୍ କରାଯାଇଛି। ମାର୍ଚ୍ଚ ୫ରେ ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ବି ଏଭଳି ଘଟଣା ଘଟିଥିଲା। ସୁଖୋଇ-୩୦ଏମକେଆଇ ଜେଟ୍ କ୍ରାସ୍ ହୋଇଯାଇଥିଲା। ଏଥିରେ ବାୟୁସେନାର ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଏହି ଫାଇଟର ଜେଟ୍ ଜୋରହାଟ ଏୟାରଫୋର୍ସ ଷ୍ଟେସନରୁ ଏକ ଜରୁରୀ ଉଡ଼ାଣ ଭରୁଥିଲା। ସଂଧ୍ୟା ୭ଟା୪୨ରେ ବିମାନର ଗ୍ରାଉଣ୍ଡ କଣ୍ଟ୍ରୋଲ ଅଚାନକ ଭାଙ୍ଗିଯାଇଥିଲା। ଏହାପରେ ବିମାନକୁ ଟ୍ରାକ୍ କରାଯାଇପାରିନଥିଲା। ଯାହା ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂର ଆଙ୍ଗଲୋଙ୍ଗ ଜିଲ୍ଲାର ଏକ ପାହାଡ଼ି ଏରିଆରେ କ୍ରାସ୍ ହୋଇଥିଲା।
