ଗୋବରୀ ନଦୀରେ ବନ୍ୟା, ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ
ଗୋବରୀ ନଦୀରେ ବନ୍ୟା: ସାଲେପୁରରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ, ଧାନ ତଳି ଓ ରୁଆ ଫସଲ ନଷ୍ଟ, ଚାଷୀଙ୍କ ସହାୟତା ଦାବି ।
S
By Subhadra DasPublished: Aug 7, 2026, 12:18 PM •1 min read •6 Views
ସାଲେପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଗୋବରୀ ନଦୀରେ ବନ୍ୟା ସୃଷ୍ଟି ହୋଇ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଏଥିଯୋଗୁଁ ଧାନ ତଳି ଓ ରୁଆ ହୋଇଥିବା ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହେବାକୁ ବସିଛି। ଏଭଳି ପରିସ୍ଥିତି କଟକ ଜିଲ୍ଲା ସାଲେପୁର ବ୍ଲକର ଛୋଟିନଟରା, ଛୋଟିପଡ଼ା, ମିର୍ଜାପୁର, ମଢ଼ଙ୍ଗା, ମାତନଗର, ରାଇସୁଙ୍ଗୁଡା, କେରଙ୍ଗା, କରମୁଆଁ ଓ ସିଢ଼ୋ ସମେତ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଗୋବରୀ ନଦୀର ସଠିକ୍ ସଫେଇ ହେଉନଥିବା ସହ ନଦୀ ଉପରେ ଥିବା ପୁରୁଣା ପୋଲ ତଳେ ଏବଂ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ପୋତାଯାଇଥିବା ଘେରିବନ୍ଧରେ ଦଳ ଜମି ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି। ଫଳସ୍ୱରୂପ ପ୍ରତିବର୍ଷ ବନ୍ୟା ଆସି ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହେଉଛି। ଚାଷୀମାନେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା, କ୍ଷୟକ୍ଷତିର ଆକଳନ କରିବା ଏବଂ ସରକାରୀ ସହାୟତା ଓ ପ୍ରୋତ୍ସାହନ ଯୋଗାଇବା ପାଇଁ ନିବେଦନ କରିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
