Grandpa calls ChatGPT ‘sir’: AI କୁ 'ସାର୍' କହିଲେ ୭୭ ବର୍ଷର ଜେଜେବାପା! ଫ୍ଲାଇଟ୍ର ଭିଡିଓ ଭାଇରାଲ
"ଭବିଷ୍ୟତରେ ରୋବୋଟ୍ ଆକ୍ରମଣରୁ ବଞ୍ଚିଯିବେ ଜେଜେ" ୟୁଜର୍ସଙ୍କର ଏମିତି ମଜାଦାର କମେଣ୍ଟ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୭୭ ବର୍ଷୀୟ ଏକ ବୃଦ୍ଧଙ୍କର ChatGPT କୁ 'ସାର୍' କହିବା ପୋଷ୍ଟ ଉପରେ | ଫ୍ଲାଇଟରେ ଯାତ୍ରା କରୁଥିବା ସମୟରେ ବୃଦ୍ଧ ଜଣଙ୍କ ChatGPT ସାହାଯ୍ୟରେ ନିଜର ଏକ ନୂଆ ବିଜ୍ନେସ୍ ଆଇଡିଆ ଉପରେ କାମ କରୁଥିଲେ। ତେବେ ସବୁଠାରୁ ମଜାଦାର କଥା ହେଉଛି, ସେ ସଫ୍ଟୱେର୍ ସହ କଥା ହେବା ବେଳେ ତାକୁ 'ସାର୍' (Sir) ବୋଲି ସମ୍ବୋଧନ କରୁଥିଲେ, ଯାହା ଏବେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି |
ଆଜିକାଲି ଫ୍ଲାଇଟ୍ରେ ଲୋକମାନେ ଫିଲ୍ମ ଦେଖିବା କିମ୍ବା ଶୋଇବା ପସନ୍ଦ କରନ୍ତି,କିନ୍ତୁ ଜଣେ ୭୭ ବର୍ଷର ଜେଜେବାପାଙ୍କର ପ୍ଲେନ୍ରେ ବସି ChatGPT ସହ ନୂଆ ବିଜ୍ନେସ୍ ପ୍ଲାନ୍ ତିଆରି କରୁଥିଲେ। ଯଦିଓ ବୟସ ଅନୁସାରେ ଟେକ୍ନୋଲୋଜି ସହ ନୂଆ କଥା ଶିଖିବାର ଏହି ପ୍ରୟାସ ସମସ୍ତଙ୍କୁ ପ୍ରେରଣାଦାୟୀ ଲାଗୁଥିଲା ତଥାପି ଇଣ୍ଟରନେଟରେ ଭାଇରାଲ ହେବାର କାରଣ କିଛି ଅଲଗା | ଘଟଣାଟି ଏପରିକି ଯେ, ଜଣେ ଯାତ୍ରୀ ନିଜ ଏକ୍ସ (X) ଆକାଉଣ୍ଟରେ ଏକ ଫୋଟୋ ଶେୟାର କରିଛନ୍ତି ଯେ, ତାଙ୍କ ପାଖରେ ବସିଥିବା ୭୭ ବର୍ଷର ଜେଜେବାପା ଜଣକ ଫ୍ଲାଇଟ୍ ଉଡ଼ାଣ ଭରିବା ପୂର୍ବରୁ ଫୋନ୍ରେ ChatGPT ଖୋଲି ଖୁବ୍ ବ୍ୟସ୍ତ ଥିଲେ। ସେ ଏଆଇ ସାହାଯ୍ୟରେ 'ଭର୍ଟିକାଲ୍ ଫାର୍ମିଂ' ର ଏକ ବିଜ୍ନେସ୍ ପ୍ଲାନ୍ ତିଆରି କରୁଥିଲେ। କିନ୍ତୁ ସବୁଠୁ ମଜାଦାର କଥା ଥିଲା ତାଙ୍କର ChatGPT କୁ ବାରମ୍ବାର 'ସାର୍' ବୋଲି ସମ୍ବୋଧନ କରିବା |
ଏହି ପୋଷ୍ଟଟି ମଜାଦାର ଲାଗିଛି ୟୁଜର୍ସମାନଙ୍କୁ ଆଉ ସେମାନେ ଅତି ମଜାଦାର କମେଣ୍ଟମାନ ଦେବା ଆରମ୍ଭ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଯଦି ଭବିଷ୍ୟତରେ କେବେ ରୋବୋଟ୍ କିମ୍ବା ଏଆଇ ଦୁନିଆ ଉପରେ କବ୍ଜା କରେ, ତେବେ ଏହି ଜେଜେବାପା ସବୁଠୁ ପ୍ରଥମେ ସୁରକ୍ଷିତ ରହିବେ, କାରଣ ଏଆଇ ତାଙ୍କ ସମ୍ମାନକୁ ମନେ ରଖିବ!" ଅନ୍ୟ ଜଣେ ୟୁଜର ମଜାରେ ଲେଖିଛନ୍ତି, "ଆମେ ତ ଏଆଇକୁ ଗୋଲାମ ଭାବୁଛୁ, କିନ୍ତୁ ଜେଜେ ତାଙ୍କୁ ବସ୍ ବୋଲି ଭାବୁଛନ୍ତି।" ଏହି ଘଟଣାଟି ଇଣ୍ଟରନେଟ୍ରେ ସମସ୍ତଙ୍କୁ ବେଶ୍ ମଜା ଲାଗିବାସହ ଭାଇରାଲ ହେବାକୁ ଲାଗିଛି |
ଶିଖିବାର କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ ,ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଭାଇରାଲ ହେଉଥିବା ଏହି ୭୭ ବର୍ଷୀୟ ବୃଦ୍ଧ ଜଣଙ୍କ। ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ନୂଆ ଟେକ୍ନୋଲୋଜି ଗ୍ରହଣ କରିବାକୁ ଭୟ କରନ୍ତି କିମ୍ବା ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏହି ଘଟଣାରେ ସମାଜର ସେହି ପୁରୁଣା ଚିନ୍ତାଧାରାର ବ୍ୟତିକ୍ରମ ଦେଖାଯାଇଛି | ତେବେ ସେ ChatGPT କୁ 'ସାର୍' କହିବା କୌଣସି ଅଜ୍ଞତା କୁ ନୁହଁ ବରଂ ତାଙ୍କର ପୁରୁଣା ଜମାନାର ସେହି ଭଦ୍ରାମି ଓ ସଂସ୍କାରକୁ ଦେଖାଉଛି, ଯେଉଁଠି ସାହାଯ୍ୟ କରୁଥିବା ପ୍ରତ୍ୟେକ ସତ୍ତାକୁ ସମ୍ମାନ ଦିଆଯାଏ। ତେବେ, ବ୍ୟବସାୟିକ ଯୋଜନା ତ ପଛ କଥା, କିନ୍ତୁ ମେସିନକୁ ମଧ୍ୟ ମାନବୀୟ ସମ୍ମାନ ଦେଇ 'ସାର୍' ସମ୍ବୋଧନ କରିବା କଥାରେ ସୋସିଆଲ ମିଡିଆରେ ହସର ରୋଳ ଖେଳିଯାଇଛି |
