ରୋମାଞ୍ଚକର ସ୍ଥିତିରେ ଗୋଲଡେନ ବୁଟ ରେସ
ଏମ୍ୱାପ୍ପେ ୮ ଗୋଲ୍ ଓ ୩ ଆସିଷ୍ଟ ସହ ସବୁଠୁ ଆଗରେ ଅଛନ୍ତି। ଲିୟୋନେଲ ମେସିଙ୍କ ୮ଟି ଗୋଲ୍। କିନ୍ତୁ ସେ ୨ଟି ଆସିଷ୍ଟ ପଛରେ ଅଛନ୍ତି। କିନ୍ତୁ ନିଜ ଟିମ ୩-୧ ଜିତ ପରେ ବି ଗୋଟିଏ ଗୋଲ୍ କରିପାରିଲେନି। ଏହି ମୁକାବିଲାରେ ଗୋଟିଏ ଆସିଷ୍ଟ ସହ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଲା।

ଫିଫା ବିଶ୍ୱକପରେ ଗୋଲଡେନ ବୁଟ ରେସ ରୋମାଞ୍ଚକର ଷ୍ଟେଜରେ ପହଞ୍ଚିଛି। ମେସି, ଏମ୍ୱାପ୍ପେ ଓ ହୈରି କେନଙ୍କ ଭିତରେ ଲଢ଼େଇ। ରେସରୁ ବାହାରି ସାରିଛନ୍ତି ହାର୍ଲେଣ୍ଡ। କହିବାକୁ ଗଲେ କିଲିୟନ ଏମ୍ୱାପ୍ପେ ଓ ଲିୟୋନେଲ ମେସିଙ୍କ ଭିତରେ ହେବ ସିଧା ଟକ୍କର। ଫିଫା ବିଶ୍ୱକପ ଏବେ ଅନ୍ତିମ ପର୍ଯ୍ୟାୟରେ। ସ୍ପେନ, ଫ୍ରାନ୍ସ, ଆର୍ଜେଣ୍ଟିନା ଓ ଇଂଲଣ୍ଡ ଭିତରେ ଟ୍ରଫି ପାଇଁ ଲଢ଼େଇ ହେବ। ଚଳିତ ବର୍ଷ କିଏ ହେବ ଚାମ୍ପିଅନ। ସେଥିଲାଗି ଜୁଲାଇ ୨୦ ଯାଏ ଅପେକ୍ଷା କରିବାକୁ ପଡ଼ିବ। ଫିଫା ବିଶ୍ୱକପ ୨୦୨୬ରେ ଶହେ ମୁକାବିଲା ପରେ ଏମ୍ୱାପ୍ପେ ୮ ଗୋଲ୍ ଓ ୩ ଆସିଷ୍ଟ ସହ ସବୁଠୁ ଆଗରେ ଅଛନ୍ତି। ଲିୟୋନେଲ ମେସିଙ୍କ ୮ଟି ଗୋଲ୍। କିନ୍ତୁ ସେ ୨ଟି ଆସିଷ୍ଟ ପଛରେ ଅଛନ୍ତି। କିନ୍ତୁ ନିଜ ଟିମ ୩-୧ ଜିତ ପରେ ବି ଗୋଟିଏ ଗୋଲ୍ କରିପାରିଲେନି। ଏହି ମୁକାବିଲାରେ ଗୋଟିଏ ଆସିଷ୍ଟ ସହ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଇଂଲଣ୍ଡର ଦୁଇ ଷ୍ଟାର ଷ୍ଟ୍ରାଇକର ଜୁଡ୍ ବେଲିଘମ ଓ ହୈରି କେନଙ୍କ ଯୋଡ଼ି ମୈଦାନରେ ଦମଦାର ପ୍ରଦର୍ଶନ କରିଥିଲେ। ଏହି ଦୁଇ ଖେଳାଳୀଙ୍କ ଯୁଗଳବନ୍ଦୀ କାରଣରୁ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିପାରିଛି। ଜୁଡ୍ ଓ କେନ୍ ୬ଟି ଲେଖାଏଁ ଗୋଲ୍ ଦେଇଛନ୍ତି। ଇଂଲଣ୍ଡ ଟିମ୍ ୧୯୬୬ରେ ଟାଇଟଲ ବିଜୟୀ ହୋଇଥିଲା। ହେଲେ ଗୋଲଡେନ୍ ବୁଟ ରେସରେ ନରଓ୍ୱେର ଏରଲିଂ ହାର୍ଲେଣ୍ଡ ୭ଟି ଗୋଲ୍ ସହ ତୃତୀୟ ସ୍ଥାନରେ ଅଛି। କିନ୍ତୁ ତାଙ୍କ ଟିମ୍ ଇଂଲଣ୍ଡଠୁ କ୍ୱାର୍ଟର ଫାଇନାଲରେ ହାରି ବିଶ୍ୱକପରୁ ବାହାରି ସାରିଛି। ଗ୍ରୁପ ଷ୍ଟେଜ ମ୍ୟାଚରେ ଇରାକ, ସେନେଗଲ ଓ ଆଇଭରି କୋଷ୍ଟ ବିରୁଦ୍ଧରେ ୨,୨ ଓ ଗୋଟିଏ ଗୋଲ୍ କରିଛନ୍ତି। ରାଉଣ୍ଡ ଅଫ-୧୬ରେ ବ୍ରାଜିଲ ବିରୁଦ୍ଧରେ ୨ ଗୋଲ୍ କରିଥିଲେ।
