ଆଫଗାନିସ୍ତାନକୁ ଡବଲ ଡୋଜ୍- ଗିଲ ଓ କିଷାନ ମାରିଲେ ସେଞ୍ଚୁରୀ
ଇଷାନ ୩୩ ଓଭରର ଶେଷ ବଲରେ ଚୌକା ମାରି ସେଞ୍ଚୁରୀ ପୁରା କରିଥିଲେ। ଏହି ଓଭରର ପ୍ରଥମ ବଲରେ କ୍ୟାପଟେନ୍ ଶୁଭମନ ଗିଲ୍ ସେଞ୍ଚୁରୀ ପୁରା କଲେ। ୭୭ ବଲରେ ଗିଲ କ୍ୟାପଟେନ ଭାବେ ନିଜର ପ୍ରଥମ ସେଞ୍ଚୁରୀ ମାରିଥିଲେ। ଇଶାନ ଯେବେ ନିଜର ୫୦ ରନ୍ ପୁରା କରିଥିଲେ। ସେତେବେଳେ ଗିଲ୍ ୮୮ରନ୍ କରି ଖେଳୁଥିଲେ। ଏହା ପରେ ଇଶାନ ତାଙ୍କ ସହ ହିଁ ସମାନ ଓଭରରେ ସେଞ୍ଚୁରୀ କଲେ।

ଗିଲ୍ ଓ ଇଶାନଙ୍କ ଧୂଆଁଧାର ଶତକ। ଗୋଟିଏ ଓଭରରେ ଆଫଗାନିସ୍ତାନକୁ ଦେଲେ ଡବଲ ଡୋଜ୍ । ୩୫ ଓଭରରେ ଆଗ ଗିଲ୍, ପରେ ଇଶାନ ମାରିଲେ ସେଞ୍ଚୁରୀ। ଆଫଗାନିସ୍ତାନ ବିରୁଦ୍ଧରେ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଶତକ ମାରିଛନ୍ତି। ଇକାନା ଷ୍ଟାଡିୟମରେ ଭାରତୀୟ ଟିମ୍ ଆଗ ବ୍ୟାଟିଂ କରିଛି। ଚତୁର୍ଥ ନମ୍ୱରରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ ଇଶାନ। ୨୦୨୩ ବିଶ୍ୱକପ ପରେ ଇଶାନ ଭାରତୀୟ ଓ୍ୱାନଡେ ଟିମରୁ ବାହାରେ ଥିଲେ। ଏହି ସିରିଜରେ ସେ ଟିମକୁ ଫେରିଥିଲେ। ଓ୍ୱାନଡେ କ୍ରିକେଟରେ ଇଶାନଙ୍କ ଏହା ଦ୍ୱିତୀୟ ସେଞ୍ଚୁରୀ। ୭୧ ବଲରେ ସେ ସେଞ୍ଚୁରୀ ମାରିଥିଲେ। ଓ୍ୱାନଡେ କ୍ରିକେଟରେ ଆଫଗାନିସ୍ତାନ ବିରୁଦ୍ଧରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଏହା ତୃତୀୟ ଦ୍ରୁତତମ ସେଞ୍ଚୁରୀ ଅଟେ। ୫୨ ବଲରେ ୫୦ ରନ୍ କରିସାରିଥିବା ଇଶାନ ୧୪ ଚୌକା ଓ ୪ ଛକା ବଳରେ ନିଜର ସେଞ୍ଚୁରୀ ପୁରା କରିଦେଲେ। ଇଶାନ ଓ୍ୱାନଡେରେ ଡବଲ ସେଞ୍ଚୁରୀ ମାରିସାରିଛନ୍ତି। ୨୦୨୨ରେ ବାଂଲାଦେଶ ବିରୁଦ୍ଧରେ ସେ ୨୦୧ ରନ୍ କରିଥିଲେ। ଇଷାନ ୩୩ ଓଭରର ଶେଷ ବଲରେ ଚୌକା ମାରି ସେଞ୍ଚୁରୀ ପୁରା କରିଥିଲେ। ଏହି ଓଭରର ପ୍ରଥମ ବଲରେ କ୍ୟାପଟେନ୍ ଶୁଭମନ ଗିଲ୍ ସେଞ୍ଚୁରୀ ପୁରା କଲେ। ୭୭ ବଲରେ ଗିଲ କ୍ୟାପଟେନ ଭାବେ ନିଜର ପ୍ରଥମ ସେଞ୍ଚୁରୀ ମାରିଥିଲେ। ଇଶାନ ଯେବେ ନିଜର ୫୦ ରନ୍ ପୁରା କରିଥିଲେ। ସେତେବେଳେ ଗିଲ୍ ୮୮ରନ୍ କରି ଖେଳୁଥିଲେ। ଏହା ପରେ ଇଶାନ ତାଙ୍କ ସହ ହିଁ ସମାନ ଓଭରରେ ସେଞ୍ଚୁରୀ କଲେ। ଏହି ମୁକାବିଲାରେ ଶୁବମନ ଓପନିଂ କରିନଥିଲେ। ରୋହିତ ଶର୍ମାଙ୍କ ସହ ଯଶସ୍ୱୀ ଜୟସଓ୍ୱାଲ ଓପନିଂ କରିଥିଲେ। ଗିଲ୍ ୩ ନମ୍ୱରରେ ଓ ଇଶାନ ୪ ନମ୍ୱରରେ ଆସିଥିଲେ। ୯୬ ସ୍କୋର ବେଳେ ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ଝଟକା ଲାଗିଥିଲା। ରୋହିତ ଶର୍ମା ୪୮ ରନ କରି ରସିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଆଫଗାନିସ୍ତାନ ବିରୁଦ୍ଧରେ ସବୁଠୁ ଦ୍ରୁତ ଓ୍ୱାନଡେ ଶତକ ମାରିଥିବା ତାଲିକାର ୩ ନମ୍ୱରରେ ଇଶାନ ଥିଲା ବେଳେ ଗିଲ୍ ପଞ୍ଚମ ସ୍ଥାନରେ ଅଛନ୍ତି। ତାଲିକାର ଉପରେ ଇୟୋନ ମୋର୍ଗାନ ଅଛନ୍ତି। ଯିଏ ୨୦୧୯ରେ ୫୭ ବଲରେ ଶତକ ମାରିଥିଲେ। ତାଙ୍କ ପଛକୁ ୨୦୨୩ରେ ରୋହିତ ଶର୍ମା ୬୩ବଲରେ ଶତକ ମାରିଥିଲେ। ୪ ନମ୍ୱରରେ ଅଛନ୍ତି ଗ୍ଲେନ ମାକ୍ସଓ୍ୱେଲ। ଯିଏ ୨୦୨୩ରେ ୭୬ବଲରେ ମାରିଥିଲେ ସେଞ୍ଚୁରୀ।
