ଗଜପତିରେ ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ
ଗଜପତିରେ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଅଳ୍ପକେ ଵର୍ତ୍ତିଲେ ସ୍ବାମୀ ଓ ଦେଢ଼ ବର୍ଷର ଝିଅ।
S
By Subhadra DasPublished: Aug 7, 2026, 12:18 PM •1 min read •7 Views
ରାୟଗଡ଼: ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅଜୟ କୁମାର ବଡରଇତ ତାଙ୍କ ପତ୍ନୀ ଲଳିତା ରଇତ (୩୦), ୭ ବର୍ଷର ପୁଅ ଅମିତ କୁମାର ବଡରଇତ ଏବଂ ଦେଢ଼ ବର୍ଷର ଝିଅ ସହ ରାତିରେ ଘରେ ଶୋଇଥିଲେ। ସେହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କୁ କାମୁଡ଼ି ଦେଇଥିଲା। ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା ଏବଂ ସେ ଘରେ ଦୁଇଟି ସାପ ଥିବା ଦେଖିଥିଲେ। ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ହୋଇଥିଲା। ସୌଭାଗ୍ୟବଶତଃ ଅଜୟ କୁମାର ଓ ତାଙ୍କ ଦେଢ଼ ବର୍ଷର ଝିଅ ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Tags:#Snakebite
S
Subhadra DasContent Writer
Comments0
Leave a Reply
Loading comments...
