ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଜଳବନ୍ଧ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତି ପ୍ରାୟ ୮ଟା ସମୟରେ କଜଳବନ୍ଧ ଗାଁର ୨୭ ବର୍ଷୀୟ କୈଳାଶ ମଲିକଙ୍କୁ ଛୁରୀ ଭୁସି ହତ୍ୟା ନେଇ ପରିବାର ପକ୍ଷରୁ ଅଭିଯୋଗ ।
ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ।କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଜଳବନ୍ଧ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତି ପ୍ରାୟ ୮ଟା ସମୟରେ କଜଳବନ୍ଧ ଗାଁର ୨୭ ବର୍ଷୀୟ କୈଳାଶ ମଲିକଙ୍କୁ ଛୁରୀ ଭୁସି ହତ୍ୟା ନେଇ ପରିବାର ପକ୍ଷରୁ ଅଭିଯୋଗ । ସୂଚନା ଅନୁଯାୟୀ, କୈଳାଶଙ୍କୁ ତାଙ୍କର କିଛି ସାଙ୍ଗ ଘରୁ ଡାକି ନେଇଥିଲେ । ପରେ ସେମାନେ ଗାଁଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ରାଜନଗର ଅଞ୍ଚଳକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ବଚସାଉଗ୍ର ରୂପହେବାରୁ କୈଳାଶଙ୍କ ପେଟରେ ଛୁରୀ ଭୁସି ଘଟଣାର ସ୍ଥଳରୁ ସାଙ୍ଗମାନେ ଫେରାର ହୋଇଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ କୈଳାଶ ରକ୍ତାକ୍ତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଦୁଇ ଜଣ ଯୁବକ ତାଙ୍କୁ ଦେଖି ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଡାକ୍ତରମାନେ କୈଳାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୈଳାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ଥିବାସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ସହ କାହିଁକି କେଉଁ କାରଣ ପାଇଁ ମାରିଲେ ନ ପୂର୍ବ ଶତ୍ରୁ ତା ଥିଲା ତାହା ନେଇ ପୋଲିସ ର ତଦନ୍ତ ଜାରି
