ଜଜ୍ ସାଜି ହାସଲ କରୁଥିଲା ତଥ୍ୟ- ଜାମିନ ରଦ୍ଦ ସତ୍ତ୍ୱେ ପୁଲିସ ବାନ୍ଧିପାରୁନି!
ସୁପ୍ରିମକୋର୍ଟ ଯାଏ ଅଭିଯୁକ୍ତର ଜାମିନ ରଦ୍ଦ ସତ୍ତ୍ୱେ ଆଜିଯାଏ ପୁଲିସ ସଂପୃକ୍ତ ବ୍ୟକ୍ତିକୁ କାହିଁକି ଗିରଫ କରିପାରିନି ବୋଲି ପଚାରିଛନ୍ତି। ଅଭିଯୁକ୍ତର ନାଁ ମନୋଜ ଝା। ଜଣେ ଅଭ୍ୟାସଗତ ଅପରାଧୀ। ହେଲେ ବେଶ ବଦଳାଇ ଏମିତି ସମସ୍ତଙ୍କୁ ଚୂନ ଲଗାଇସାରିଛି। ଯିଏ ଅଗ୍ରୀମ ଜାମିନ ପାଇବାକୁ ବିଲକୁଲ ହକଦାର ନୁହେଁ।

ଜଜ୍ ସାଜି ହାସଲ କରୁଥିଲେ ତଥ୍ୟ। ଏଭଳି ଚତୁର ଅଭିଯୁକ୍ତର ଆଗୁଆ ଜାମିନ୍ ଖାରଜ କରିଦେଲେ ଦିଲ୍ଲୀ ହାଇକୋର୍ଟ। ପୁଲିସ ବି ଏଭଳି ଅଭିଯୁକ୍ତକୁ ଗିରଫ ନ କରିପାରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଦାଲତ। କେବେ ସିଭିଲ ସରଭ୍ୟାଣ୍ଟ ତ କେବେ ବିଚାରପତି ସାଜି ବରିଷ୍ଠ ଅଧିକାରୀଙ୍କଠୁ ଅନେକ ସମ୍ୱେଦନଶୀଳ ତଥ୍ୟ ହାସଲ କରୁଥିବାର ଆରୋପ ରହିଛି। ଜଷ୍ଟିସ ଗିରିଶ କଥପାଲିୟା ଏହି କଥାରେ ଆଚମ୍ୱିତ ହୋଇଯାଇଛନ୍ତି। ସୁପ୍ରିମକୋର୍ଟ ଯାଏ ଅଭିଯୁକ୍ତର ଜାମିନ ରଦ୍ଦ ସତ୍ତ୍ୱେ ଆଜିଯାଏ ପୁଲିସ ସଂପୃକ୍ତ ବ୍ୟକ୍ତିକୁ କାହିଁକି ଗିରଫ କରିପାରିନି ବୋଲି ପଚାରିଛନ୍ତି। ଅଭିଯୁକ୍ତର ନାଁ ମନୋଜ ଝା। ଜଣେ ଅଭ୍ୟାସଗତ ଅପରାଧୀ। ହେଲେ ବେଶ ବଦଳାଇ ଏମିତି ସମସ୍ତଙ୍କୁ ଚୂନ ଲଗାଇସାରିଛି। ଯିଏ ଅଗ୍ରୀମ ଜାମିନ ପାଇବାକୁ ବିଲକୁଲ ହକଦାର ନୁହେଁ। ଏହି ଏତଲା ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୁଲିସ ଥାନାରେ ଧାରା ୨୦୪, ୩୩୭ ଓ ୩୪୦(୨) ଆଧାରରେ ରୁଜୁ ହୋଇଛି। ଦିଲ୍ଲୀ ପୁଲିସ ଅନୁସାରେ, କେବଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାଜି ଗୋପନୀୟ ତଥ୍ୟ ହାସଲ କରୁନଥିଲା। ବରଂ ପାଟନା ହାଇକୋର୍ଟର ଜଜ୍ ବୋଲି ନିଜର ପରିଚୟ ଦେଉଥିଲା। ଆଗୁଆ ଜାମିନ ଆବେଦନ କରି ଝା ତର୍କ ଦେଇଥିଲେ ଯେ, ତାଙ୍କର ପିଛିଲା ଅଗ୍ରୀମ ଜାମିନ୍ ୨୦୨୪ ଓ ୨୦୨୫ରେ ଖାରଜ ହୋଇଯାଇଛି। ସେପ୍ଟେମ୍ୱର ୮, ୨୦୨୫ରେ ବି ସୁପ୍ରିମକୋର୍ଟ ତାଙ୍କର ସ୍ପେଶିଆଲ ଲିଭ୍ ପିଟିସନ ବା ଏସଏଲପିକୁ ବି ଖାରଜ କରିଦେଇଛନ୍ତି। ତା ପରେ ବି ତଦନ୍ତ ଏଜେନ୍ସି ତାଙ୍କୁ ଗିରଫ କଲାନି। ପୁଲିସର ଏଭଳି ଆଚରଣରୁ ଜଣାପଡ଼ୁଛି ଯେ, ତାଙ୍କୁ ପୁଲିସ ହେପାଜତକୁ ନେଇ ଜେରା କରିବାର ଆବଶ୍ୟକତା ପଡ଼ିନି। ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇ ଯୁକ୍ତି ରଖିଥିବା ଏପିପି ବି ଏଥିରେ ନିରାଶବ୍ୟକ୍ତ କରିଛନ୍ତି। ଆଗୁଆ ଜାମିନ ପାଇବାକୁ ଯୋଗ୍ୟ ନୁହେଁ କହି ସୁପ୍ରିମକୋର୍ଟ ପିଟିସନ ଖାରଜ କରିଥିବା ସତ୍ତ୍ୱେ ପୁଲିସ ଝା ଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଲାନି। ଜାମିନ ଖାରଜ କରିବା ବେଳେ ଅଦାଲତ କହିଛନ୍ତି, ଝା ଙ୍କ ନାଁରେ ହରିଆଣା, ବିହାର, ପଞ୍ଜାବ, ଚଣ୍ଡୀଗଡ଼ ଥାନାରେ ଏତଲା ସହ ସିବିଆଇ ଦ୍ୱାରା ବି ଏତଲା ରୁଜୁ ହୋଇଛି। ଭୁଲ ପରିଚୟ, ଧୋକା, ଜାଲିଆତି ଓ ଷଡ଼ଯନ୍ତ୍ର ଭଳି ଅନେକ ଅପରାଧ ସଂପୃକ୍ତ ଅଛି। ଏନଏଚଏଆଇର ଅଧ୍ୟକ୍ଷ ସାଜି ଜଣେ ବ୍ୟକ୍ତିଙ୍କଠୁ ଧୋକାରେ ୮୦ ଲକ୍ଷ ଟଙ୍କା ନେଇଥିବାର ଆରୋପ ସିବିଆଇରେ ଅଭିଯୋଗ ହୋଇଛି। ତଦନ୍ତ ବେଳେ ଝା ଙ୍କ ଠାରୁ ୨ଶହ ସିମ୍ କାର୍ଡ ଜବତ ହୋଇଛି। କୋର୍ଟ ହୃଦବୋଧ କରିଛନ୍ତି ଯେ, ଏଭଳି ଆଚରଣରୁ ଲାଗୁଛି, ଅଭିଯୁକ୍ତକୁ ପୁଲିସ ସାହାଯ୍ୟ କରୁଛି। ଆଉ ମାମଲା ଯେମିତି ଦେଖାଯାଉଛି, ତାଠୁ ବି ଅଧିକ ଲାଗୁଛି।
