ଆୟୁଷରୁ ଅଲ୍ଲୀ- ଚାନ୍ଦିନୀଙ୍କ ଚକ୍ରବ୍ୟୁହ
ଆୟୁଷ ଦାଢ଼ି ରଖିଛନ୍ତି। ମସଜିଦ୍ ଯାଇ ନମାଜ ପାଠ କରିବା ସହ ନିଜକୁ ମହମ୍ମଦ ଅଲି ଭାବେ ପରିଚୟ ଦେଉଛନ୍ତି। ଇଦ୍ ପ୍ରାର୍ଥନା ବେଳେ ଆୟୁଷଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା।

ଚର୍ଚ୍ଚାରେ ଚାନ୍ଦିନୀଙ୍କ ଚକ୍ରବ୍ୟୁହ
ୟୁପିର ଜିମ୍ ଟ୍ରେନର ତଥା ଫିଜିଓଥେରାପିଷ୍ଟ ଚାନ୍ଦିନୀ କୁରେଶୀଙ୍କ ମାୟାଜାଲ। କୋଟିପତି ଆୟୁଷ ମଲ୍ଲିକଙ୍କ ସହ ଜିମରେ ନିକଟତର ହେଲେ। ପାକ୍ ମୌଲାନାଙ୍କ ଭିଡ଼ିଓ ଦେଖାଇ ବ୍ରେନଓ୍ୱାସ୍ କଲେ। ଶାମଲିର ପ୍ରତିଷ୍ଠିତ ବ୍ୟବସାୟୀ ଦେବରାଜ ମଲ୍ଲିକଙ୍କ ଏକମାତ୍ର ପୁଅ ଆୟୁଷ ମଲ୍ଲିକଙ୍କୁ ଜବରଦସ୍ତ ଧର୍ମାନ୍ତରୀକରଣ କରିବା ଅଭିଯୋଗ ଓ ବିବାଦରେ ବନ୍ଧା ହୋଇଛନ୍ତି ଚାନ୍ଦିନୀ ଓ ତାଙ୍କ ବାପା ଇସଲାମ କୁରେଶୀ। ଲଭ୍ ଜିହାଦ ଟ୍ରାପରେ ପଡ଼ିଗଲେ କି କୋଟିପତିର ପୁଅ। ତେବେ ପୁରା ଘଟଣା ବେଶ୍ ରୋଚକ ଥିଲା। ୨୦୧୮ ମସିହାର କଥା। ଜିମରେ ଚାନ୍ଦିନୀ ଓ ଆୟୁଷଙ୍କ ଭିତରେ ଘନିଷ୍ଠତା ବଢ଼ିଥିଲା। ଆଉ ସମ୍ପର୍କର ଦ୍ୱାହି ଦେଇ ଆୟୁଷଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରଭାବିତ କରିଥିଲେ ଚାନ୍ଦିନୀ। ଆୟୁଷଙ୍କ ବାପା ଦେବରାଜ ମଲିକ ଅଭିଯୋଗ କରିଛନ୍ତି ଯେ ୨୦୨୩ ମସିହାରେ ତାଙ୍କ ପୁଅଙ୍କୁ ଦିଲ୍ଲୀ ନିଆଯାଇ ଧର୍ମାନ୍ତରଣ କରାଯାଇଥିଲା ଏବଂ ତାଙ୍କ ନାଁ “ମହମ୍ମଦ ଅଲି” ରଖାଯାଇଥିଲା। ସେ ଆହୁରି ଦାବି କରିଛନ୍ତି ଯେ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ଦଖଲ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ଥିଲା। ୪ ବର୍ଷ ତଳେ ଗୋପନରେ ନିକାହ ହୋଇଥିଲା। ଆଉ ତାଙ୍କ ପୁଅକୁ ଧୀରେ ଧୀରେ ହିନ୍ଦୁ ପରିଚୟରୁ ଦୂରେଇ ନିଆଗଲା। ଏପରିକି ପୁଅ କେମିତି ଅଛି। ଜାଣିବାକୁ ପରିବାର ଲୋକ ଗଲାବେଳେ ଦେଖିଲେ ଯେ, ଆୟୁଷ ଦାଢ଼ି ରଖିଛନ୍ତି। ମସଜିଦ୍ ଯାଇ ନମାଜ ପାଠ କରିବା ସହ ନିଜକୁ ମହମ୍ମଦ ଅଲି ଭାବେ ପରିଚୟ ଦେଉଛନ୍ତି। ଇଦ୍ ପ୍ରାର୍ଥନା ବେଳେ ଆୟୁଷଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା। ଉତ୍ତରପ୍ରଦେଶ ପୋଲିସ ଏହି ମାମଲାରେ ଚାନ୍ଦନୀ କୁରେଶୀ ଓ ତାଙ୍କ ପିତାଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ Uttar Pradesh Prohibition of Unlawful Conversion of Religion Act ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି। ଅନ୍ୟ କିଛି ପରିବାର ସଦସ୍ୟ ଏବଂ ଦୁଇ ଜଣ ଅଜଣା ମୌଲବୀଙ୍କ ବିରୁଦ୍ଧରେ ବି ଏତଲା ହୋଇଛି। ପୁଲିସ ତଦନ୍ତରେ ଜାଣିବାକୁ ପାଇଛି ଯେ, ଆୟୁଷଙ୍କୁ ପାକିସ୍ତାନର ୟୁଟ୍ୟୁବ ଲେକଚର ଡକ୍ଟର ଇସରାରଙ୍କ ସହ ପରିଚିତ କରାଇଥିଲା ଚାନ୍ଦିନୀ। ଆଉ ଇସରାରଙ୍କୁ ନିରନ୍ତର ଶୁଣୁଥିଲେ ଆୟୁଷ। ଏ ମାମଲାରେ ୧୦ଜଣଙ୍କ ନାଁରେ ଏତଲା ହୋଇଛି। ସେମାନେ ହେଲେ ଚାନ୍ଦିନୀ କୁରେଶୀ, ରାହିଲ, ସୁମାଲିଆ, ରାବିଆ କୁରେସି, ଆସ ମହମ୍ମଦ, ହୁମା କୁରେଶୀ, ଇସଲାମ କୁରେଶୀ, ସଲିମ, ମୁନାଭର ମୌଲବୀ। ଶାମଲି ଏସପି ନରେନ୍ଦ୍ର ପ୍ରତାପ ସିଂଙ୍କ ସୂଚନା ଅନୁସାରେ, ଏ ମାମଲାର ତଦନ୍ତ ଏସଆଇଟି କରୁଛି। ଧର୍ମ ଗୁରୁଙ୍କ ଭୂମିକା, ଡିଜିଟାଲ ଇନଫ୍ଲୁଏନ୍ସ, ଆର୍ଥିକ ନେଣଦେଣ ଆଦି ଦିଗକୁ ତର୍ଜମା କରାଯାଉଛି।
ଆୟୁଷରୁ ଅଲ୍ଲୀ- ୟୁପି ଜିମ୍ ଟ୍ରେନରଙ୍କ ଲଭ ଜିହାଦ ଟ୍ରାପ୍!
