ଫିଫା ୨୦୩୦- ଖେଳିବେ ୬୪ ଟିମ୍ !
୨୦୩୦ ବିଶ୍ୱକପ୍ ଐତିହାସିକ ସାଜିବ। କାରଣ ଏହାର ଆୟୋଜନ ସ୍ପେନ, ପର୍ତ୍ତୁଗାଲ ଓ ମରକ୍କୋରେ ହେବ। ଯେବେକି ଟୁର୍ଣ୍ଣାମେଣ୍ଟର ଉଦଘାଟନି ମୁକାବିଲା ଉରୁଗୁଏ, ଆର୍ଜେଣ୍ଟିନା ଓ ପରାଗ୍ୱେରେ ଖେଳ ହେବ। ଯଦି ୬୪ ଟିମର ପ୍ରସ୍ତାବକୁ ମଞ୍ଜୁରୀ ମିଳେ। ତାହେଲେ ଏହା ବିଶ୍ୱକପ ଇତିହାସର ସବୁଠୁ ବଡ଼ ସଂସ୍କରଣ ସାଜିବ।

୨୦୩୦ ଫିଫା ବିଶ୍ୱକପରେ ଖେଳିବେ ୬୪ ଟିମ୍। ଫିଫା ଅଧ୍ୟକ୍ଷ ଜିୟାନି ଇମ୍ଫେଣ୍ଟିନୋ ଦେଲେ ସଙ୍କେତ। ଫିଫା ୨୦୨୬ ବିଶ୍ୱକପରେ ୪୮ ଟିମ୍ ଖେଳୁଥିଲା। ଆଉ ଏହାର ଶତପ୍ରତିଶତ ସଫଳତାକୁ ଦେଖି ଏହାକୁ ଆଗାମୀ ଦିନରେ ଅଧିକ ବିସ୍ତାର କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ଜିୟାନି। ଏଭଳି ପ୍ରସ୍ତାବକୁ ନେଇ ଫୁଟବଲ ଜଗତରେ ବିତର୍କ ଆରମ୍ଭ ହୋଇଛି। ଜିୟାନି କହିଛନ୍ତି, ଉତ୍ତର ଆମେରିକାରେ ଆୟୋଜିତ ୨୦୨୬ ବିଶ୍ୱକପରେ ୪୮ ଟିମ୍ ଭାଗ ନେଇଛି। ଏହାର ସ୍ୱରୂପ ସଫଳ ହୋଇଛି। ଆଉ ଏହି ସଫଳତାକୁ ଦେଖି ୨୦୩୦ ବିଶ୍ୱକପରେ ଟିମ ସଂଖ୍ୟା ବଢାଇ ୬୪ କରିବା ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ୨୦୩୦ ବିଶ୍ୱକପ୍ ଐତିହାସିକ ସାଜିବ। କାରଣ ଏହାର ଆୟୋଜନ ସ୍ପେନ, ପର୍ତ୍ତୁଗାଲ ଓ ମରକ୍କୋରେ ହେବ। ଯେବେକି ଟୁର୍ଣ୍ଣାମେଣ୍ଟର ଉଦଘାଟନି ମୁକାବିଲା ଉରୁଗୁଏ, ଆର୍ଜେଣ୍ଟିନା ଓ ପରାଗ୍ୱେରେ ଖେଳ ହେବ। ଯଦି ୬୪ ଟିମର ପ୍ରସ୍ତାବକୁ ମଞ୍ଜୁରୀ ମିଳେ। ତାହେଲେ ଏହା ବିଶ୍ୱକପ ଇତିହାସର ସବୁଠୁ ବଡ଼ ସଂସ୍କରଣ ସାଜିବ। ୨୦୨୬ ବିଶ୍ୱକପରେ ଖେଳିବାକୁ ଅନେକ ଟିମକୁ ମଉକା ମିଳିଲା। ଆଉ ଏହାର ସକରାତ୍ମକ ପ୍ରଭାବ ବି ଦେଖିବାକୁ ମିଳିଛି। ଅଧିକରୁ ଅଧିକ ଦେଶର ଭାଗିଦାରୀରୁ ଦୁନିଆରେ ଫୁଟବଲର ବିକାଶ ହେବ। ତେବେ ଅନେକ ବିଶେଷଜ୍ଞଙ୍କ କହିବା କଥା, ଏମିତି କଲେ ଟୁର୍ଣ୍ଣାମେଣ୍ଟର ଗୁଣାବତ୍ତା, ଖେଳାଳୀଙ୍କ ଉପରେ ବଢ଼ୁଥିବା ମ୍ୟାଚର ଚାପ ଓ ଆୟୋଜନର ଜଟିଳତାକୁ ଏହା ବଢ଼ାଇବାର ଆଶଙ୍କା ରହିଛି। ଆଉ କେତେକଙ୍କ ମତରେ, ଅଧିକ ଦେଶକୁ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିବ ଓ ଖେଳର ବୈଶ୍ୱିକ ବିସ୍ତାର ବି ହେବ।
