ସାପ କାମୁଡ଼ା ସନ୍ଦେହରେ ଚାଷୀଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗାଁରେ ସାପ କାମୁଡ଼ା ସନ୍ଦେହରେ ଜଣେ ଚାଷୀଙ୍କ ମୃତ୍ୟୁ
N
By Namita PattanaikPublished: Jul 24, 2026, 01:26 PM •1 min read •6 Views
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗାଁରେ ସାପ କାମୁଡ଼ା ସନ୍ଦେହରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନାମ ଚରଣ ରାଉତ। ସୂଚନା ଅନୁଯାୟୀ, ଅନାମ ଚରଣ ଗତକାଲି ଚାଷ ଜମିକୁ ଯାଇ କାମ ସାରି ଘରକୁ ଫେରିଥିଲେ। ଘରକୁ ଆସିବା ପରେ ସେ ଦେହ ଅସୁସ୍ଥ ଲାଗୁଥିବା କହିଥିଲେ। ରାତିରେ ଶୋଇଥିବା ବେଳେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକଙ୍କ ସନ୍ଦେହ ଯେ, ଚାଷ ଜମିରେ କାମ କରୁଥିବା ବେଳେ ଅନାମଙ୍କୁ କୌଣସି ବିଷାକ୍ତ ସାପ କାମୁଡ଼ିଥିଲା। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ। ଘଟଣା ପରେ ପରିବାର ଓ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
