ସିରିଆରେ ମାକ୍ରୋନଙ୍କ ଗସ୍ତ ସମୟରେ ବିସ୍ଫୋରଣ, ୬ ମୃତ; ୨୦ ଆହତ
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସିରିଆ ଗସ୍ତ ସମୟରେ ବିସ୍ଫୋରଣ । ରାଜଧାନୀ ଦମିସ୍କରେ ମାକ୍ରୋନ ରହୁଥିବା ହୋଟେଲ ନିକଟରେ ଦୁଇଟି ବିସ୍ଫୋରଣ । ମାକ୍ରୋନ ହୋଟେଲରେ ନଥିବାରୁ ସେ ସୁରକ୍ଷିତ ରହିଛନ୍ତି।

ସିରିଆ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସିରିଆ ଗସ୍ତ ସମୟରେ ବିସ୍ଫୋରଣ । ରାଜଧାନୀ ଦମିସ୍କରେ ମାକ୍ରୋନ ରହୁଥିବା ହୋଟେଲ ନିକଟରେ ଦୁଇଟି ବିସ୍ଫୋରଣ ଘଟିଛି। ତେବେ ଘଟଣା ସମୟରେ ମାକ୍ରୋନ ହୋଟେଲରେ ନଥିବାରୁ ସେ ସୁରକ୍ଷିତ ରହିଛନ୍ତି। ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ ଜଣ ପୁଲିସ କର୍ମଚାରୀ ରହିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ମାକ୍ରୋନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ ଅଧିକାରୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏଲିସି ପ୍ୟାଲେସ୍ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ମାକ୍ରୋନ୍ ଅଲ୍ ଶାରାଙ୍କୁ ଭେଟିବା ପାଇଁ ହୋଟେଲରୁ ବାହାରକୁ ଯାଉଥିଲେ, ସେତେବେଳେ ହୋଟେଲ ବାହାରେ ଏକ ଜୋରଦାର ବିସ୍ଫୋରଣ ଶୁଣାଗଲା । ମାକ୍ରୋନ୍ ସହିତ ଥିବା ଗଣମାଧ୍ୟମ କର୍ମଚାରୀମାନେ ଏହି ଖବର ପ୍ରକାଶ କରିଥିଲେ । ବିସ୍ଫୋରଣ ପରେ ମଧ୍ୟ ମାକ୍ରୋନଙ୍କ ସିରିଆ ଗସ୍ତ ଜାରି ରହିବ। ସେ ରାଜଧାନୀ ଦମିସ୍କରେ ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କ ସହ ନିର୍ଦ୍ଧାରିତ ବୈଠକରେ ଯୋଗ ଦେଇଛନ୍ତି। ସୂଚନା ଅନୁସାରେ, ଦମିସ୍କର ଫୋର୍ ସିଜନ୍ସ ହୋଟେଲ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ହୋଟେଲ ବାହାରେ ଥିବା ଏକ ଲାଲ ରଙ୍ଗର କାର ଓ ଏକ ଡଷ୍ଟବିନରେ ବୋମା ରଖାଯାଇଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ଧୂଆଁ ଉଠିଥିବା ବେଳେ ସୁରକ୍ଷା ବଳ ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଜଣାପଡ଼ିନାହାନ୍ତି । ସିରିଆରେ ବଶର ଅଲ ଅସଦଙ୍କ ଯିବା ପରେ ସୁରକ୍ଷା ବ୍ୟବସ୍ଥା ଅଲ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ଯେଉଁଥିପାଇଁ ଚଳିତ ବର୍ଷ ଫେଆରୀରେ ଇସଲାମିକ ରାଜ୍ୟର ଆତଙ୍କବାଦୀ ସରକାରଙ୍କର କେତକ କର୍ମଚାରୀଙ୍କ ହତ୍ୟା କରିଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଭବନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ । କିନ୍ତୁ ବିସ୍ଫୋରଣ ପରେ ମାକ୍ରନ ଅଲ ଶାରାଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ଏହି ମାମଲା ସିରିଆ ପୋଲିସର ତଦନ୍ତକୁ ଜୋରଦାର କରିଛି । ମାକ୍ରେୋନଙ୍କ ଡାମାସ୍କସର ଦୁଇ ଦିନିଆ ଗସ୍ତର ଶେଷ ଦିନରେ ଏହି ବିସ୍ଫୋରଣ ଘଟିଥିଲା । ମାକ୍ରୋନ ସିରିଆ ଗସ୍ତରେ ପହଞ୍ଚିଥିବା ପ୍ରଥମ ୟୁରୋପୀୟ ଦେଶର ରାଷ୍ଟ୍ରପତି। ସେ ସିରିଆର ପୁନର୍ନିର୍ମାଣ, ଅର୍ଥନୈତିକ ସହଯୋଗ ଓ ଭବିଷ୍ୟତ ରାଜନୈତିକ ବ୍ୟବସ୍ଥା ନେଇ ଅହମଦ ଅଲ-ଶାରାଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଦମିସ୍କରେ ଏକ କାଫେ ନିକଟରେ ବୋମା ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଲଗାତାର ଘଟୁଥିବା ବିସ୍ଫୋରଣ ପରେ ସିରିଆରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି।

