ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଏନକାଉଣ୍ଟର।
ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ଏନକାଉଣ୍ଟର କରିଛି ଭଦ୍ରକ ଗ୍ରାମଞ୍ଚଳ ପୋଲିସ। ପୋଲିସ ଏନକାଉଣ୍ଟରରେ ଆହତ ପପୁ ମଲ୍ଲିକ। ପପୁ ନାଁରେ ଥିଲା ୨୨ଟି ଅପରାଧିକ ମାମଲା। ସର୍ଚ୍ଚ ଅପରେସନ୍ ବେଳେ ଆହତ ହୋଇଛନ୍ତି ୩ ପୋଲିସ ଅଧିକାରୀ।
ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ଏନକାଉଣ୍ଟର କରିଛି ଭଦ୍ରକ ଗ୍ରାମଞ୍ଚଳ ପୋଲିସ। ପୋଲିସ ଏନକାଉଣ୍ଟରରେ ଆହତ ପପୁ ମଲ୍ଲିକ। ପପୁ ନାଁରେ ଥିଲା ୨୨ଟି ଅପରାଧିକ ମାମଲା। ସର୍ଚ୍ଚ ଅପରେସନ୍ ବେଳେ ଆହତ ହୋଇଛନ୍ତି ୩ ପୋଲିସ ଅଧିକାରୀ। ସୂଚାନ ଅନୁସାରେ, ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଭଦ୍ରକ ସଦର, ଗ୍ରାମାଞ୍ଚଳ ଓ ପୁରୁଣା ବଜାର ଅଞ୍ଚଳରେ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ କରିଥିଲେ । ଭଦ୍ରକ ଗ୍ରାମଞ୍ଚଳ ଥାନା LAW କଲେଜ ନିକଟରେ ଅପରାଧିକ ଘଟଣା ଘଟାଇବାକୁ ଯୋଜନା କରୁଥିବା ବେଳେ, ବିଳମ୍ବିତ ରାତି ୩ ୩୦ ମିନିଟ୍ ରେ ପୋଲିସ ପହଁଚି ଖୋଳତାଡ କରିଥିଲେ। ପପୁ ତା ସହଯୋଗୀ ସହ ଥିବାବେଳେ, ଘଟଣାସ୍ଥଳରେ ପୋଲିସ ଚଢ଼ାଉ କରିବା ସମୟରେ ଜଣେ ସହଯୋଗୀ ଫେରାର ହୋଇଥିବା ବେଳେ ଜଣେ ଅପରାଧୀ ପୋଲିସ ଉପରକୁ ଗୁଳି ମାଡ କରିଥିଲେ । ଏଥିରେ ୩ ପୋଲିସ ଅଧିକାରୀ ଆହତ ହୋଇଥିବାବେଳେ, ଶେଷରେ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ଅଭିଯୁକ୍ତ ପପୁ ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିବାବେଳେ, ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇ, କଡ଼ା ସୁରକ୍ଷା ମଧ୍ୟରେ ପୋଲିସ ହେପାଜତରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ଅଧିକ ଚିକିତ୍ସା ପାଇଁ ଭଦ୍ରକ ରୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ପପୁର ଅବସ୍ଥା ଭଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପପୁ ନାଁରେ ରାଜ୍ୟରେ ୨୨ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ବେଳେ ଭଦ୍ରକରେ କି ପ୍ରକାର ଅପରାଧିକ କାର୍ଯ୍ୟକଳାପ କରିଥାନ୍ତେ ସେନେଇ ତଦନ୍ତ କରାଯିବ ବୋଲି ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।
