ବାଂଶପାଣି ଗ୍ୟାରେଜରେ ଡିଜେଲ ଟ୍ୟାଙ୍କରରେ ବିସ୍ଫୋରଣ, ୪ ଗୁରୁତର
କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ବାଂଶପାଣିଠାରେ ଥିବା ଏକ ଗ୍ୟାରେଜରେ ଡିଜେଲ ଟ୍ୟାଙ୍କରରେ ବିସ୍ଫୋରଣ ଘଟିବା ସହ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ଟ୍ୟାଙ୍କରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ବାଂଶପାଣିଠାରେ ଥିବା ଏକ ଗ୍ୟାରେଜରେ ଡିଜେଲ ଟ୍ୟାଙ୍କରରେ ବିସ୍ଫୋରଣ ଘଟିବା ସହ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ଟ୍ୟାଙ୍କରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ସୂଚନା ଅନୁସାରେ, ବାଂଶପାଣିସ୍ଥିତ ଏକ ଗ୍ୟାରେଜରେ ଡିଜେଲ ଟ୍ୟାଙ୍କରର ୱେଲ୍ଡିଂ କାମ ଚାଲିଥିବା ସମୟରେ ହଠାତ୍ ଟ୍ୟାଙ୍କର ଭିତରେ ଅତ୍ୟଧିକ ଗ୍ୟାସ ସୃଷ୍ଟି ହୋଇଥିଲା। ଫଳରେ ଏକ ଜୋରଦାର ବିସ୍ଫୋରଣ ଘଟିବା ସହ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ସମଗ୍ର ଟ୍ୟାଙ୍କରକୁ ବ୍ୟାପି ଯାଇଥିଲା। ଏହି ଘଟଣାରେ ୱେଲ୍ଡିଂ କାମ କରୁଥିବା ୩ ଜଣ କର୍ମଚାରୀ ଓ ଟ୍ୟାଙ୍କର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଯୋଡ଼ାସ୍ଥିତ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି | ଅନ୍ୟପଟେ ଯୋଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ନେଇ ତଦନ୍ତ ଆରମ୍ଭ କରିଛି |
