ହରମନପ୍ରୀତ କୌରଙ୍କୁ କ୍ୟାପଟେନସିପରୁ ହଟାଅ- ଡାଏନା
ପୁରୁଷ କ୍ରିକେଟ ଟିମ ଭଳି ମହିଳା କ୍ରିକେଟ ଟିମରେ ବି ଅଲଗା ଅଲଗା ଫର୍ମାଟର କ୍ୟାପଟେନ୍ ନିଯୁକ୍ତ କରିବା ଦରକାର। ଡାଏନାଙ୍କ କହିବା କଥା, କ୍ୟାପଟେନ୍ସିରୁ କୌରଙ୍କ ଖେଳ ଉପରେ ପ୍ରଭାବ ପଡ଼ୁଛି।ଏବେ ଯୁବ ଖେଳାଳୀଙ୍କୁ କ୍ୟାପଟେନ୍ ଭାବେ ମଉକା ଦେବା ଦରକାର। ନୂଆ ବିଚାର ଆଣିବା ସହ ନିଜ ଫର୍ମାଟ ଜୋନରୁ ବାହାରିବା ଅତ୍ୟନ୍ତ ଜରୁରୀ।

ଲର୍ଡସରେ ତ୍ରିରଙ୍ଗା ଉଡ଼ାଇ ଭାରତକୁ ଗୌରବାନ୍ୱିତ କରିଥିଲେ ଏକଦା। ହେଲେ ସେହି ମହାନ ଖେଳାଳୀ ହରମନପ୍ରୀତ କୌରଙ୍କୁ ହଟାଇବାକୁ ଦାବି ତେଜିଲାଣି। ନିଜ ଅଧିନାୟକତ୍ୱ ବଳରେ ଲର୍ଡସରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ ମ୍ୟାଚରେ ଭାରତକୁ ଜିତ୍ ଦେଇଥିଲେ ହରମନପ୍ରୀତ। ଏହା ସତ୍ତ୍ୱେ ପୂର୍ବତନ ଭାରତୀୟ କ୍ରିକେଟର ଡାଏନା ଏଡୁଲଜି ହରମନଙ୍କୁ କ୍ୟାପଟେନସିପରୁ ହଟାଇବାକୁ ଦାବି କଲେଣି। ଡାଏନା କହିଲେଣି, ପୁରୁଷ କ୍ରିକେଟ ଟିମ ଭଳି ମହିଳା କ୍ରିକେଟ ଟିମରେ ବି ଅଲଗା ଅଲଗା ଫର୍ମାଟର କ୍ୟାପଟେନ୍ ନିଯୁକ୍ତ କରିବା ଦରକାର। ଡାଏନାଙ୍କ କହିବା କଥା, କ୍ୟାପଟେନ୍ସିରୁ କୌରଙ୍କ ଖେଳ ଉପରେ ପ୍ରଭାବ ପଡ଼ୁଛି। ସୋମବାର ମହାରାନୀ ଟି-୨୦ ଲିଗର ଅନାବରଣ ସମାରୋହରେ ହରମନଙ୍କୁ ନେଇ ଏଭଳି ବୟାନ ଦେଇଛନ୍ତି ଡାଏନା। ହରମନପ୍ରୀତ ପୂର୍ବରୁ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ଥିଲେ। ହେଲେ ସେ ନିଜକୁ କେବଳ ବ୍ୟାଟିଂରେ ସୀମିତ ରଖିଦେଲେ। ଏବେ ବ୍ୟାଟିଂ ଉପରେ ବି ପଡ଼ିଲାଣି ପ୍ରଭାବ। ବହୁ ସମୟ ହୋଇଗଲାଣି। ଏବେ ଯୁବ ଖେଳାଳୀଙ୍କୁ କ୍ୟାପଟେନ୍ ଭାବେ ମଉକା ଦେବା ଦରକାର। ନୂଆ ବିଚାର ଆଣିବା ସହ ନିଜ ଫର୍ମାଟ ଜୋନରୁ ବାହାରିବା ଅତ୍ୟନ୍ତ ଜରୁରୀ। ହରମନପ୍ରୀତ କୌରଙ୍କ କ୍ୟାପଟେନସିପ ଉପରେ ନଜର ପକାଇଲେ, ତାଙ୍କର ଦମଦାର ପ୍ରଦର୍ଶନ ରହିଛି। ଭାରତୀୟ ମହିଳା କ୍ରିକେଟରେ ମିତାଲି ରାଜଙ୍କ ପରେ ୨ଶହରୁ ଅଧିକ ମ୍ୟାଚରେ ଲିଡ୍ କରିଥିବା କ୍ୟାପଟେନ ଅଟନ୍ତି। ୧୪୭ ଟି-୨୦ ଇଣ୍ଟରନାସନାଲ ମ୍ୟାଚରୁ ସେ ୮୯ଟି ଜିତିଛନ୍ତି ଓ ୫୫ଟି ହାରିଛନ୍ତି। ୫୧ଟି ଓ୍ୱାନଡେ ମ୍ୟାଚରେ ୩୦ଟିରେ ଜିତିବା ସହ ୧୯ଟି ମ୍ୟାଚରେ ହାରର ସମ୍ମୁଖୀନ ହୋଇଛନ୍ତି। ୫ଟି ଟେଷ୍ଟରେ କ୍ୟାପଟେନ୍ କରିଥିବା ବେଳେ ୪ଟିରେ ବିଜୟ ତିଳକ ମାରିଛନ୍ତି।
