CRPF Revokes DIG Suspension:ଡିଆଇଜି ବିଧାନ ପାତ୍ରଙ୍କ ସସପେଣ୍ଡକୁ ରଦ୍ଦ କଲେ ରାଷ୍ଟ୍ରପତି..
ନିଲମ୍ୱନର ପ୍ରାୟ ୩ ମାସ ପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ନିଲମ୍ୱନ ପ୍ରତ୍ୟାହାର ହୋଇଛି। ନିଲମ୍ୱନ ପ୍ରାୟ ୯୦ ଦିନ ଚାଲିଥିଲା ଏବଂ ସେପ୍ଟେମ୍ୱର ୧୬ରୁ ଅର୍ଥାତ ଆଜିଠୁ ସେ ପୁଣି ଡ୍ୟୁଟିରେ ଯୋଗ ଦେଇପାରିବେ। ପାତ୍ରଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ CAPF ସମ୍ପର୍କିତ ନୂଆ ଆଇନକୁ ବିରୋଧ କରୁଥିବା ଅଡିଓ, ଭିଡିଓ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ କଣ୍ଟେଣ୍ଟ ସେୟାର କରିଥିଲେ।

ଡିଆଇଜି ରାଙ୍କର ଅଧିକାରୀଙ୍କ ନିଲମ୍ୱନକୁ ରଦ୍ଦ କଲେ ମହାମହିମ ରାଷ୍ଟ୍ରପତି। ଯାହାଙ୍କୁ ଚଳିତ ବର୍ଷ ପ୍ରାରମ୍ଭରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଅଧିନିୟମ ଆଧାରରେ ସସପେଣ୍ଡ କରାଯାଇଥିଲା। ଏପ୍ରିଲର ଏହି ଅଧିନିୟମ ଲାଗୁ ପରେ ଏହାକୁ ବିରୋଧ କରି ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ପାଇଁ ସଂପୃକ୍ତ ଆଇପିଏସ ଅଧିକାରୀଙ୍କୁ ଜୁନ ୧୮ରୁ ନିଲମ୍ୱିତ କରାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଲମ୍ୱନ ରଦ୍ଦ ପରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ସଂପୃକ୍ତ ଅଧିକାରୀ ବିଧାନ ଚନ୍ଦ୍ର ପାତ୍ରଙ୍କ ସସପେଣ୍ଡକୁ ବି ମଙ୍ଗଳବାର ରଦ୍ଦ କରିଦେଇଛି। ତ୍ରିପୁରା ପ୍ରଶାସନକୁ ଏ ବାବଦରେ ଅବଗତ କରାଇଦେଇଛି। ନିଲମ୍ୱନର ପ୍ରାୟ ୩ ମାସ ପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ନିଲମ୍ୱନ ପ୍ରତ୍ୟାହାର ହୋଇଛି। ନିଲମ୍ୱନ ପ୍ରାୟ ୯୦ ଦିନ ଚାଲିଥିଲା ଏବଂ ସେପ୍ଟେମ୍ୱର ୧୬ରୁ ଅର୍ଥାତ ଆଜିଠୁ ସେ ପୁଣି ଡ୍ୟୁଟିରେ ଯୋଗ ଦେଇପାରିବେ। ପାତ୍ରଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ CAPF ସମ୍ପର୍କିତ ନୂଆ ଆଇନକୁ ବିରୋଧ କରୁଥିବା ଅଡିଓ, ଭିଡିଓ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ କଣ୍ଟେଣ୍ଟ ସେୟାର କରିଥିଲେ। ଏହି ଘଟଣାକୁ ନେଇ CRPF ପକ୍ଷରୁ ତାଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। CRPF ପକ୍ଷରୁ କୁହାଯାଇଥିଲା ଯେ ୟୁନିଫର୍ମ ପିନ୍ଧିଥିବା ସମସ୍ତ ଅଧିକାରୀ ନିର୍ଦ୍ଧାରିତ ନିୟମ, ଆଇନ ଓ ଶପଥ ପାଳନ କରିବାକୁ ବାଧ୍ୟ। ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି CRPF DG କହିଥିଲେ। ତେବେ ସିଏପିଏଫ ଆଇନକୁ ନେଇ ବିବାଦ କିଛି ଏମିତି ଥିଲା। ୨୦୨୬ର CAPF General Administration ଆଇନ CRPF, BSF, ITBP, CISF ଓ SSB ଭଳି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀଗୁଡ଼ିକର ପ୍ରଶାସନିକ ଢାଞ୍ଚାକୁ ଏକୀକୃତ କରିବା ସହିତ ଜଡ଼ିତ। ଏହି ଆଇନରେ ବରିଷ୍ଠ ପଦବୀଗୁଡ଼ିକରେ IPS ଅଧିକାରୀଙ୍କ deputation ସମ୍ପର୍କିତ ବ୍ୟବସ୍ଥା ରହିଛି। ଏହାକୁ ନେଇ CAPF cadre officersଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ରହିଆସିଛି। ପାତ୍ରଙ୍କ ସପକ୍ଷରେ ବାହାରିଥିଲା ସଂଘ। ପୂର୍ବତନ ପାରାମିଲିଟାରୀ ଅଧିକାରୀଙ୍କ ଏକ ସଂଗଠନ ଅଭିଯୋଗ କରିଥିଲା ଯେ ପାତ୍ରଙ୍କୁ CAPF ଆଇନ ବିରୋଧୀ ଆନ୍ଦୋଳନ ସହ ସମ୍ପର୍କ ଥିବାରୁ ଟାର୍ଗେଟ୍ କରାଯାଇଛି। ପାତ୍ର ଜଣେ CRPF ଅଧିକାରୀ ଏବଂ ଜମ୍ମୁ-କଶ୍ମୀର ସମେତ ଜଟିଳ ଅପରେସନରେ ତାଙ୍କୁ ପୁରସ୍କୃତ କରାଯାଇଥିବା ରିପୋର୍ଟ ଅଛି।
