Funeral Turns Violent:ଅନ୍ତିମ ସଂସ୍କାର ମଝିରେ ରକ୍ତାକ୍ତ ସଂଘର୍ଷ
ଅନ୍ତିମ ସଂସ୍କାର ବେଳେ ସାମାନ୍ୟ କଥାକୁ ନେଇ ହିଂସାତ୍ମକ ଝଗଡ଼ାର ରୂପ ଦେଖିବାକୁ ମିଳିଛି | ଏହି ଘଟଣା ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାରୁ ଗଜରୋଲା ଥାନା କ୍ଷେତ୍ରରୁ ଆସିଛି | ରିପୋର୍ଟ ଅନୁଯାୟୀ ଅନ୍ତିମ ସଂସ୍କାର ବେଳେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ବିବାଦ ଧୀରେ ଧୀରେ ହିଂସାତ୍ମକ ସଂଘର୍ଷର ରୂପ ନେଇଥିଲା |

ଅନ୍ତିମ ସଂସ୍କାର ବେଳେ ସାମାନ୍ୟ କଥାକୁ ନେଇ ହିଂସାତ୍ମକ ଝଗଡ଼ାର ରୂପ ଦେଖିବାକୁ ମିଳିଛି | ଏହି ଘଟଣା ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାରୁ ଗଜରୋଲା ଥାନା କ୍ଷେତ୍ରରୁ ଆସିଛି | ରିପୋର୍ଟ ଅନୁଯାୟୀ ଅନ୍ତିମ ସଂସ୍କାର ବେଳେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ବିବାଦ ଧୀରେ ଧୀରେ ହିଂସାତ୍ମକ ସଂଘର୍ଷର ରୂପ ନେଇଥିଲା | ଘଟଣାଟି ତିଗରୀ ଗଙ୍ଗା ଧାମର ବୋଲି କୁହାଯାଉଛି ,ଯେଉଁଠାରେ ରବିବାର , ୧୩ ସେପ୍ଟେମ୍ବରରେ ଅନ୍ତିମ ସଂସ୍କାର ବେଳେ କୌଣସି କଥାକୁ ନେଇ ଦୁଇ ପକ୍ଷଙ୍କ ଭିତରେ ଯୁକ୍ତି ଲାଗିଥିଲା | ଦେଖୁ ଦେଖୁ ବିବାଦଟି ଏତେ ବଢିଗଲା ଯେ ଦୁଇ ପକ୍ଷରେ ଥିବା ଲୋକମାନେ ପରସ୍ପରକୁ ମାଡ଼ପିଟ କରିବାକୁ ଲାଗିଲେ | କୁହାଯାଉଛି ଯେ ଝଗଡା ସମୟରେ କିଛି ଲୋକ ଚିତାରୁ କାଠ ଉଠାଇ ପରସ୍ପରକୁ ଆକ୍ରମଣ କରିବାକୁ ଲାଗିଥିଲେ | ଏହି ସମୟରେ ଘଟଣାସ୍ଥଳରେ ଥିବା ଲୋକଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଥିଲା | ମାଡ଼ପିଟର ସମ୍ପୂର୍ଣ ଘଟଣାକୁ କୌଣସି ବ୍ୟକ୍ତି ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ , ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି | ଘଟଣାରେ ପାଞ୍ଚଜଣ ଆହତ ହୋଇଥିବା ସୂଚନା ମିଳିଛି | ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା | ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା କୁହାଯାଉଛି | ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲାର ତଦନ୍ତ ଆରମ୍ଭ କରିଛି | ପୋଲିସ ଭାଇରାଲ ଭିଡିଓର ଆଧାରରେ ମାରପିଟରେ ସାମିଲ ଥିବା ଲୋକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି | ସେଥିରେ ବିବାଦର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି | ବର୍ତ୍ତମାନ ମିଳିଥିବା ଅପଡେଟ ଅନୁସାରେ , ଏହି ମାମଲାରେ ପୋଲିସ ତଦନ୍ତ ଜାରି ରହିଛି | ଏପର୍ଯ୍ୟନ୍ତ କୋଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନି। ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପରେ ହିଁ ମାମଲାର ଆଗାମୀ ସ୍ଥିତି ସ୍ପଟ ହେବ |
