କାଲି ବିରୋଧ- ଆଜି ପ୍ଲାନ୍ ବଦଳାଇଲେ ଅଭିଜିତ ଦୀପକେ
ପ୍ଲିଜ୍ ଏୟାରପୋର୍ଟ ଆସନ୍ତୁନି- ସମର୍ଥକଙ୍କୁ ସିଜେପି ସଂସ୍ଥାପକ ଅଭିଜିତ କାହିଁକି କଲେ ଅପିଲ୍?

ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲ୍ ବିରୁଦ୍ଧରେ ଜୁନ୍ ୬ରେ ଦିଲ୍ଲୀର ଜନ୍ତରମନ୍ତରରେ ପ୍ରସ୍ତାବିତ ବଡ଼ ଆନ୍ଦୋଳନ ହେବ। ଶିକ୍ଷା ମନ୍ତ୍ରାଳୟର ଅବହେଳାକୁ ଦାୟୀ କରି ଗର୍ଜିବେ ଆନ୍ଦୋଳନକାରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ। କକ୍ରୋଚ ଜନତା ପାର୍ଟି ଡାକରାରେ ଏହି ଆନ୍ଦୋଳନ ହେବ। ତେବେ ପ୍ରଦର୍ଶନ ପୂର୍ବରୁ କକ୍ରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ଦୀପକେ ନୂଆ ଅପିଲ୍ କରିଛନ୍ତି। ପ୍ରଦର୍ଶନକୁ ନେଇ ସମର୍ଥକଙ୍କୁ ସେ ଆଗ ଏୟାରପୋର୍ଟରେ ଭେଟିବାକୁ ଡାକିଥିଲେ। ହେଲେ ଏବେ ପ୍ଲାନ୍ ବଦଳାଇଦେଇଛନ୍ତି। ଆମେରିକାରୁ ଏବେ ଦିଲ୍ଲୀ ଫେରିବା ପୂର୍ବରୁ ଅଭିଜିତ୍ ସମର୍ଥକଙ୍କୁ ଅପିଲ୍ କରି କହିଛନ୍ତି ଯେ, ତାଙ୍କୁ ସ୍ୱାଗତ କରିବାକୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରେ କେହି ଜମା ହୁଅନ୍ତୁନି। ଅସମ୍ଭାଳ ଭିଡ଼ ହେଲେ ଉଭୟ ଯାତ୍ରୀ ଓ ସୁରକ୍ଷାକର୍ମୀ ହଇରାଣ ହୋଇପାରନ୍ତି। ସେଥିଲାଗି ସମସ୍ତ ସମର୍ଥକ ଏୟାରପୋର୍ଟରେ ଭିଡ଼ ଜମାନ୍ତୁନି ବୋଲି ଅପିଲ କରିଛନ୍ତି ଅଭିଜିତ। ତେବେ ସିଜେପି ସମର୍ଥକ ଦିଲ୍ଲୀ ଏୟାରପୋର୍ଟରେ ଏକାଠି ହେବା ପଛର କାରଣ ଦର୍ଶାଇଛନ୍ତି ଯେ, ଜନ୍ତରମନ୍ତରରେ ପ୍ରସ୍ତାବିତ ଆନ୍ଦୋଳନ ଲାଗି ଅନୁମତି ନେବାକୁ ନିଜେ ଅଭିଜିତ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାକୁ ଯିବେ।
