ପ୍ୟାଣ୍ଟରେ ପରିଶ୍ରା କରିବାରୁ ଗୁପ୍ତାଙ୍ଗରେ ଚେଙ୍କ!
ନର୍ସରୀରେ ପଢ଼ୁଥିବା ପିଲାଟି ଶୌଚାଳୟ ଯିବାକୁ ଅନୁମତି ମାଗିଥିଲା। ହେଲେ ଶିକ୍ଷୟତ୍ରୀ ମନା କରିଦେଲେ। ଏଥିରେ ପିଲାଟି ପ୍ୟାଣ୍ଟରେ ପରିଶ୍ରା କରିଦେଲା। ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀ ଜଣକ ପିଲାଟିକୁ ଅଲଗା ରୁମକୁ ନେଇଯାଇଥିଲେଯ ଆଉ ଏଭଳି ଅମାନବୀୟ କାଣ୍ଡ କରି ବସିଲେ।

ବାରାଣସୀରେ ଶିକ୍ଷୟତ୍ରୀଙ୍କ ନାରକୀୟ କାଣ୍ଡ। ସିରିନ ସୋନି ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା। ପ୍ୟାଣ୍ଟରେ ପରିଶ୍ରା କରିଦେବାରୁ ରାଗିକି ୫ ବର୍ଷର ପିଲାଟିର ଗୁପ୍ତାଙ୍ଗରେ ଗରମ ଛୁରୀରେ ଚେଙ୍କ ଦେଲେ ଓ ପିଟିଲେ ଶିକ୍ଷୟତ୍ରୀ। ଘରେ ପହଞ୍ଚି କାନ୍ଦିବାରୁ ବାପା ତୁରନ୍ତ ସ୍କୁଲରେ ପହଞ୍ଚିଥିଲେ। ପ୍ରିନ୍ସପାଲ ହେମଲତା ସିଂ ଅଭିଯୋଗ ପ୍ରତ୍ୟାହାର କରିବାକୁ ଦେଲେ ଧମକ। ଏ ମାମଲାରେ ଶିକ୍ଷୟତ୍ରୀ, ପ୍ରିନ୍ସିପାଲ ଓ ସ୍କୁଲ ପରିଚାଳକଙ୍କ ବିରୁଦ୍ଧରେ ଏତଲା କରି ତଦନ୍ତ କରୁଛି ପୁଲିସ। ଲାଲପୁର- ପାଣ୍ଡେପୁର ସ୍ଥିତ ପ୍ଲେ ସ୍କୁଲର ଶିକ୍ଷୟତ୍ରୀଙ୍କ ଏଭଳି ଅମାନବୀୟ ଆଚରଣକୁ ନେଇ ସମସ୍ତେ ସ୍ତବ୍ଧ। ଗ୍ୟାସରେ ଛୁରୀକୁ ଗରମ କରିଥିଲେ। ଆଉ ପିଲାଟିର ଗୁପ୍ତାଙ୍ଗରେ ଚେଙ୍କ ଦେଲେ। ଜୁଲାଇ ୨୪ ତାରିଖର ଘଟଣା। ନର୍ସରୀରେ ପଢ଼ୁଥିବା ପିଲାଟି ଶୌଚାଳୟ ଯିବାକୁ ଅନୁମତି ମାଗିଥିଲା। ହେଲେ ଶିକ୍ଷୟତ୍ରୀ ମନା କରିଦେଲେ। ଏଥିରେ ପିଲାଟି ପ୍ୟାଣ୍ଟରେ ପରିଶ୍ରା କରିଦେଲା। ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀ ଜଣକ ପିଲାଟିକୁ ଅଲଗା ରୁମକୁ ନେଇଯାଇଥିଲେଯ ଆଉ ଏଭଳି ଅମାନବୀୟ କାଣ୍ଡ କରି ବସିଲେ। ପୀଡ଼ିତ ପିଲାଟିର ବାପା ଓକିଲ ଅଟନ୍ତି। ତାଙ୍କ ଏତଲା କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘରେ ପହଞ୍ଚି ପିଲାଟି ଯେତେବେଳେ ସବୁ କଥା କହିଲା, ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ପରିବାର ଲୋକେ ଫୋନ୍ କରିଥିଲେ। ହେଲେ ସେ ଉଠାଇଲେନି। ଏହା ପରେ ପିଲାଟିର ବାପା ସ୍କୁଲର ପ୍ରିନ୍ସିପାଲଙ୍କ ସହ ଫୋନରେ କଥା ହେବାରୁ ସେ ସହଯୋଗ ବଦଳରେ ପାଲଟା ଧମକ ଦେଇଥିବାର ଅଭିଯୋଗ ହୋଇଛି। ଜୁଲାଇ ୨୫ରେ ସ୍କୁଲ ଯାଇ ଘଟଣା କହିବା ସତ୍ତ୍ୱେ ପ୍ରିନ୍ସିପାଲ ଓ ପରିଚାଳକ କୌଣସିପ୍ରକାର ସାହାଯ୍ୟ କରିବାକୁ ରୋକଠୋକ ମନା କରିଦେଲେ।
