ଡିଜିଟାଲ ଆରେଷ୍ଟ ବିରୁଦ୍ଧରେ ସିବିଆଇର ବଡ଼ ଆକ୍ସନ
ଅପରେସନ ଚକ୍ର ନାଁରେ ୬୦ଟି ବିଶେଷ ଟିମ ଓଡ଼ିଶା, ପଞ୍ଜାବ, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର, ୟୁପି, ଏମପି, ରାଜସ୍ଥାନ, ଆସାମ, ପଶ୍ଚିମବଙ୍ଗ, ମଣିପୁର, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁରେ ରେଡ୍ ଜାରି ରଖିଛି। ଏହି ଅପରେସନ ଜରିଆରେ ଡିଜିଟାଲ ଆରେଷ୍ଟ ଘୋଟାଲରେ ୨ଶହରୁ ଅଧିକ ମାମଲାରେ ସାମିଲ ନେଟଓ୍ୱର୍କକୁ ସମାପ୍ତ କରିବା ମୁଖ୍ୟ ଉଦ୍ଦେଶ୍ୟ।

ଡିଜିଟାଲ ଆରେଷ୍ଟ ବିରୁଦ୍ଧରେ ସିବିଆଇର ବଡ଼ ଆକ୍ସନ। ୧୬ ରାଜ୍ୟର ୮୦ ଠିକଣାରେ କରୁଛି ରେଡ୍। ଏହି ରେଡ୍ ଡିଜିଟାଲ ଗିରଫଦାରି ସନ୍ଦର୍ଭରେ ଚାଲିଛି। ଏହି ଅପରେସନ ଜରିଆରେ ସିବିଆଇ ଦ୍ୱାରା ସାଇବର ଅପରାଧକୁ ରୋକିବାକୁ ହେଉଛି ବଡ଼ ଅଭିଯାନ। ଅପରେସନ ଚକ୍ର ନାଁରେ ୬୦ଟି ବିଶେଷ ଟିମ ଓଡ଼ିଶା, ପଞ୍ଜାବ, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର, ୟୁପି, ଏମପି, ରାଜସ୍ଥାନ, ଆସାମ, ପଶ୍ଚିମବଙ୍ଗ, ମଣିପୁର, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁରେ ରେଡ୍ ଜାରି ରଖିଛି। ଏହି ଅପରେସନ ଜରିଆରେ ଡିଜିଟାଲ ଆରେଷ୍ଟ ଘୋଟାଲରେ ୨ଶହରୁ ଅଧିକ ମାମଲାରେ ସାମିଲ ନେଟଓ୍ୱର୍କକୁ ସମାପ୍ତ କରିବା ମୁଖ୍ୟ ଉଦ୍ଦେଶ୍ୟ। ଏ ମାମଲାରେ ସେଲ୍ ବା ଭୂତ କମ୍ପାନୀର ଗଠନ, ଅବୈଧ ବ୍ୟାଙ୍କ୍ ଖାତା ଖୋଲିବା ସନ୍ଦର୍ଭରେ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଡିଜିଟାଲ ଆରେଷ୍ଟରୁ ମିଳିଥିବା ଟଙ୍କାକୁ ମନି ଲଣ୍ଡରିଂ ଲାଗି ଏହି ଖାତାକୁ ବ୍ୟବହାର କରାଯାଉଥିଲା। ଓଡ଼ିଶାରେ ଡିଜିଟାଲ ଆରେଷ୍ଟର ଅନେକ କାରନାମା ସାମ୍ନାକୁ ଆସିଛି। ଡିଜିଟାଲ ଆରେଷ୍ଟର ଶୀକାର ହୋଇ ଅଢ଼େଇ କୋଟି ଟଙ୍କା ହରାଇଥିବା ଅବସରପ୍ରାପ୍ତ ପ୍ରଫେସରଙ୍କୁ ମିଳିଛି କିଛିଟା ଆଶ୍ୱସ୍ତି। କ୍ରାଇମବ୍ରାଞ୍ଚ ତାଙ୍କୁ ୧କୋଟି୧୦ଲକ୍ଷ ଟଙ୍କା ଫେରସ୍ତ କରିଛି। ଫେବୃଆରୀ ମାସରେ ହୋଇଥିଲା ଏହି ଡିଜିଟାଲ ଆରେଷ୍ଟ। ତେବେ ମାମଲାରେ ଆଜିଯାଏ କୌଣସି ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇପାରିନି କ୍ରାଇମବ୍ରାଞ୍ଚ।
ଠକାମୀର ଶୀକାର ହୋଇଥିବା ପ୍ରଫେସରଙ୍କୁ କୁହାଯାଇଥିଲା, ତାଙ୍କ ଆଧାରକାର୍ଡ ଏକ ଆତଙ୍କବାଦୀର ଖାତା ସହ ଯୋଡ଼ି ହୋଇଛି। ଏହା ପରେ ଭିଡ଼ିଓ କଲ୍ କରି ନିଜକୁ ଗୁଇନ୍ଦା ଏଜେନ୍ସିର ପରିଚୟ ଦେଇ ନକଲି ଡିଜିଟାଲ ଆରେଷ୍ଟର ଆଦେଶ ପଠାଗଲା। ଆଦେଶରେ ଚେତାବନୀ ଦିଆଯାଇଥିଲା, ଘରୁ ନା ବାହାରିବେ ନା କାହା ସହ କୌଣସି ସମ୍ପର୍କ ରଖିବେ। ୪ ଦିନ ଯାଏ ମାନସିକ ଚାପ ସୃଷ୍ଟି କରି ଅଲଗା ଅଲଗା ବ୍ୟାଙ୍କ ଖାତାରେ ମୋଟ୍ ୨କୋଟି ୪୫ଲକ୍ଷ ୨୪ହଜାର୫ଶହ ଟଙ୍କା ଟ୍ରାନ୍ସଫର କରାଗଲା। ତେବେ ଧୋକାର ଶୀକାର ହେଲି ଜାଣିବା ପରେ ପୀଡ଼ିତ ମାର୍ଚ୍ଚ ୨ରେ କ୍ରାଇମବ୍ରାଞ୍ଚ ସାଇବର କ୍ରାଇମ ୟୁନିଟରେ ଏତଲା ଦେଇଥିଲେ। ପରେ ଏହାକୁ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲରେ ବି ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ସାଇବର ଏକ୍ସପର୍ଟ ଟଙ୍କା ନେଣଦେଣର ବିଶ୍ଳେଷଣ କରି ଲାଭାର୍ଥୀଙ୍କ ଖାତାର ଠିକଣା ପାଇଥିଲା। ସେଥିରେ ଥିବା ୧କୋଟି୧୦ଲକ୍ଷ ଟଙ୍କା ତତ୍କାଳ ଫ୍ରିଜ୍ କରିଥିଲା। ଅଦାଲତଙ୍କ ଅନୁମତି ଓ ସଂପୃକ୍ତ ବ୍ୟାଙ୍କ ସହଯୋଗରେ ଏହି ରାଶି ପୀଡ଼ିତ ପ୍ରଫେସରଙ୍କ ଆକାଉଣ୍ଟରେ ଜମା କରିଦିଆଯାଇଥିଲା।
