କାଜୁ ବୋଝେଇ ଟ୍ରକ ଜବତ କଲେ ଜିଲ୍ଲାପାଳ, ଡ୍ରାଇଭର ଅଟକ
ବାଲେଶ୍ୱର ଜିଲ୍ଲାରେ କାଜୁ ବୋଝେଇ ଏକ ଟ୍ରକକୁ ଜବତ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ।
ବାଲେଶ୍ୱର: କାଜୁ ବୋଝେଇ ଟ୍ରକ ଜବତ । ବାଲେଶ୍ୱର ଜିଲ୍ଲାରେ କାଜୁ ବୋଝେଇ ଏକ ଟ୍ରକକୁ ଜବତ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ଓଡ଼ିଶାରୁ ପଶ୍ଚିମବଙ୍ଗକୁ କାଜୁ ଚାଲାଣ ହେଉଥିବା ବେଳେ ୫୭ ନଂ ରାଜ୍ୟ ରାଜପଥର ବାଣିଦା ନିକଟରେ ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା। ସୂଚନା ଅନୁଯାୟୀ, TN69CB4059 ନମ୍ବର ଟ୍ରକଟି ଦିନ ପ୍ରାୟ ୧୧ଟା ସମୟରେ କାଜୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଜିଲ୍ଲାପାଳ ଭୋଗରାଇ ଅଞ୍ଚଳରୁ ଫେରୁଥିବା ସମୟରେ ବାଣିଦା ନିକଟରେ ସନ୍ଦେହ ହେବାରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଡ୍ରାଇଭର ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିବାରୁ ଟ୍ରକକୁ ଜବତ କରିଥିଲେ । ପରେ ଗାଡ଼ିଟିକୁ ଜଳେଶ୍ୱର ତହସିଲଦାରଙ୍କୁ ହସ୍ତାନ୍ତର କରିଥିଲେ ଏହାସହ ଅଧିକ ତଦନ୍ତ ପାଇଁ ବାଲେଶ୍ୱର ଆରଟିଓକୁ ମଧ୍ୟ ସୂଚନା ଦିଆଯାଇଥିଲା । ଜଳେଶ୍ୱର ତହସିଲଦାର ଜବତ କାଜୁ ବୋଝେଇ ଟ୍ରକକୁ ଡମ୍ପିଂ ଜୋନରେ ଅଟକ ରଖି ଡ୍ରାଇଭରକୁ ଅଧିକ ପଚରାଉଚରା କରୁଛି । ଚାଲାଣ ସମ୍ପର୍କିତ ସମସ୍ତ ଦିଗକୁ ନେଇ ଏବେ ପ୍ରଶାସନ ପକ୍ଷରୁ ଖୋଳତାଡ ।
