ପାର୍କିଂରେ ବଚସା- କାର୍ ଧକ୍କାରେ ଡାକ୍ତରୀ ଛାତ୍ରୀ ବ୍ରେନଡେଡ୍
ଏକଜିଟ୍ ପଏଣ୍ଟରେ ରାଗିକି ଥିବା ଦୁଇ ଯୁବକ ତାଙ୍କ କାରରେ ଆସି ପଛପଟୁ ପ୍ରିୟଙ୍କାଙ୍କ ସ୍କୁଟିକୁ ପିଟିଥିଲେ। କାରଣ ସେତେବେଳେ ପ୍ରିୟଙ୍କା ସ୍କୁଟିରେ ବସି ମଲ୍ ଛାଡୁଥିଲେ। ଧକ୍କାରେ ପ୍ରିୟଙ୍କା ତଳେ ପଡ଼ିଯିବା ପରେ ସେମାନେ ତାଙ୍କ ଉପରେ କାର୍ ଚଢ଼ାଇ ଫେରାର୍ ହୋଇଯାଇଥିଲେ।

ପ୍ରିୟଙ୍କା ଏବେ ବ୍ରେନ୍ ଡେଥ୍। ୨୮ ବର୍ଷୀୟା ଡାକ୍ତରୀ ଛାତ୍ରୀ ପ୍ରିୟଙ୍କାଙ୍କୁ ଏକ ମଲ ପାଖରେ ବଚସାରୁ କାର୍ ମଡ଼ାଇ ହତ୍ୟା କରିବାକୁ ହୋଇଥିଲା ଉଦ୍ୟମ। ନାମବାରମର ଦୁଇ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ପ୍ରିୟଙ୍କାଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ମଲ୍ ସୁରକ୍ଷାକର୍ମୀଙ୍କ ସହ ଆଗ ଝଗଡ଼ା କରିଥିଲେ। ଆଉ ଖସିବା ବେଳେ ଡାକ୍ତରୀ ଛାତ୍ରୀ ପ୍ରିୟଙ୍କାଙ୍କୁ ମଡ଼ାଇ ଦେଇଥିଲେ। ଏବେ ଉନ୍ନତ ଚିକିତ୍ସା ଲାଗି ହାଇଦ୍ରାବାଦକୁ ପ୍ରିୟଙ୍କାଙ୍କୁ ସିଫ୍ଟ କରାଯାଇଛି। ରାଜମହେନ୍ଦ୍ରବରମରେ ଏ ଘଟଣା ଘଟିଛି। ଅଗଷ୍ଟ ୩ର ଘଟଣା। ଜିଏସଏଲ ମେଡିକାଲ କଲେଜର ଛାତ୍ରୀ ପ୍ରିୟଙ୍କ। ଏଭି ଆପ୍ପାରାଓ ରୋଡସ୍ଥିତ ପ୍ରସାଦିତ୍ୟ ମଲକୁ ଫିଲ୍ମ ଦେଖିବାକୁ ଯାଇଥିଲେ ପ୍ରିୟଙ୍କା। ତେବେ ମଲ୍ ପାର୍କିଂ ଏରିଆରେ ନିଜ ସ୍କୁଟିକୁ ପାର୍କିଂ ବେଳେ ସେଠାରେ ଦୁଇ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଆଉ ଏକଜିଟ୍ ପଏଣ୍ଟରେ ରାଗିକି ଥିବା ଦୁଇ ଯୁବକ ତାଙ୍କ କାରରେ ଆସି ପଛପଟୁ ପ୍ରିୟଙ୍କାଙ୍କ ସ୍କୁଟିକୁ ପିଟିଥିଲେ। କାରଣ ସେତେବେଳେ ପ୍ରିୟଙ୍କା ସ୍କୁଟିରେ ବସି ମଲ୍ ଛାଡୁଥିଲେ। ଧକ୍କାରେ ପ୍ରିୟଙ୍କା ତଳେ ପଡ଼ିଯିବା ପରେ ସେମାନେ ତାଙ୍କ ଉପରେ କାର୍ ଚଢ଼ାଇ ଫେରାର୍ ହୋଇଯାଇଥିଲେ। ଉପସ୍ଥିତ ଲୋକଙ୍କ ସହଯୋଗରେ ପ୍ରିୟଙ୍କାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଆଉ ଉନ୍ନତମାନର ଚିକିତ୍ସା ଲାଗି ତାଙ୍କୁ ହାଇଦ୍ରାବାଦକୁ ସିଫ୍ଟ କରାଗଲା। ହେଲେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଛନ୍ତି। ଏବେ କିମ୍ସ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପ୍ରିୟଙ୍କା। ଦୁଇ ଅଭିଯୁକ୍ତଙ୍କୁ ପ୍ରକାଶନଗର ପୁଲିସ ଅଟକ ରଖିଛି। ପୁଲିସ ଅନୁସାରେ ନିଶାସକ୍ତ ଅବସ୍ଥାରେ ଦୁଇ ଅଭିଯୁକ୍କ ଏଭଳି କାଣ୍ଡ ଭିଆଇଥିଲେ।
